Home >>Odisha State

Odisha News: ପୁଣି ଅଲୋଡା ହେଲା ଶିଶୁ କନ୍ଯା, ଜନ୍ମ ଦେଇ ବୁଦାମୁଳେ ଛାଡିଦେଲେ ବାପା-ମାଆ

Odisha News:  ଆନନ୍ଦପୁର ଅଞ୍ଚଳରେ ପୁଣି ଅଲୋଡା ହୋଇଛି ଶିଶୁକନ୍ଯା। ନବଜାତ ଶିଶୁ କନ୍ଯାକୁ କେହି ବୁଦାମୁଳେ ଛାଡି ଚାଲିଯାଇଥିବାବେଳେ ଗ୍ରାମବାସୀଙ୍କ ନଜର ଆସିବାରୁ ଉଦ୍ଧାର ହୋଇଛି ନବଜାତ ଶିଶୁକନ୍ୟା। ଆଜି ସକାଳୁ ଆନନ୍ଦପୁର ଥାନା ବୁଢୀକୁଦ ଗାଁ ଫରେଷ୍ଟ ବିଟ୍ ହାଉସ୍ ନିକଟ ଏକ ବୁଦାମୁଳେ ପଡିଥିବା ଦେଖିବାକୁ ପାଇଥିଲେ ଗାଁର ଜଣେ ବୃଦ୍ଧା।

Advertisement
Odisha News: ପୁଣି ଅଲୋଡା ହେଲା ଶିଶୁ କନ୍ଯା, ଜନ୍ମ ଦେଇ ବୁଦାମୁଳେ ଛାଡିଦେଲେ ବାପା-ମାଆ
Zee Odisha Desk|Updated: May 14, 2024, 01:16 PM IST
Share

Odisha News:  ଆନନ୍ଦପୁର ଅଞ୍ଚଳରେ ପୁଣି ଅଲୋଡା ହୋଇଛି ଶିଶୁକନ୍ଯା। ନବଜାତ ଶିଶୁ କନ୍ଯାକୁ କେହି ବୁଦାମୁଳେ ଛାଡି ଚାଲିଯାଇଥିବାବେଳେ ଗ୍ରାମବାସୀଙ୍କ ନଜର ଆସିବାରୁ ଉଦ୍ଧାର ହୋଇଛି ନବଜାତ ଶିଶୁକନ୍ୟା। ଆଜି ସକାଳୁ ଆନନ୍ଦପୁର ଥାନା ବୁଢୀକୁଦ ଗାଁ ଫରେଷ୍ଟ ବିଟ୍ ହାଉସ୍ ନିକଟ ଏକ ବୁଦାମୁଳେ ପଡିଥିବା ଦେଖିବାକୁ ପାଇଥିଲେ ଗାଁର ଜଣେ ବୃଦ୍ଧା। ଗାଁ ଲୋକଙ୍କୁ ଜଣାଇବା ପରେ ଗ୍ରାମବାସୀମାନେ ମିଳିତ ହୋଇ ଶିଶୁଟିକୁ ଉଦ୍ଦାର କରିବାସହ ଥାନାକୁ ଖବର କରିଥିଲେ।

 ପରେ ସ୍ଥାନିୟ ଆଶା ଦିଦି ସହାୟତାରେ ଶିଶୁକନ୍ଯାକୁ ଆମ୍ବୁଲାନ୍ସ ସହାୟତାରେ ଆନନ୍ଦପୁର ଡାକ୍ତରଖାନାରେରେ ଭର୍ତ୍ତି କରାଯାଇଛି। ପରବର୍ତ୍ତି ସମୟରେ ଜଣେ ମହିଳା ଶିଶୁଟି ତାଙ୍କର ହୋଇଥିବା ଦାବି କରି ମେଡିକାଲ ରେ ପହଁଞ୍ଚିଛନ୍ତି। ସମ୍ପୂର୍ଣ୍ଣ ଘଟଣାକୁ ତଦନ୍ତ ଆରମ୍ଭ କରିଛି ପୋଲିସ୍।ତଦନ୍ତ ପରେ ଉପଯୁକ୍ତ ପଦକ୍ଷେପ ନେବାକୁଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି।

Read More
{}{}