Hindi News >>Home >>Odisha State

Electricity Department: ବିଦ୍ୟୁତ୍ ବିଭାଗୀୟ ଭିଜିଲାନ୍ସ ତନଖି କରିବାକୁ ଯାଇ ହଟହଟା

ଦିଗପହଣ୍ଡି : ଶୁକ୍ରବାର ଦିଗପହଣ୍ଡି ବ୍ଲକ ଅଧିନସ୍ଥ ଚୌଧୁରୀ ଟିକରପଡା ଗ୍ରାମରେ ମିଟର ତନଖି ବେଳେ ବିଦ୍ୟୁତ ଭିଜିଲାନ୍ସ ଟିମକୁ ଗ୍ରାମବାସୀ ବିରୋଧ କରିଥିଲେ। ଏହାକୁ ନେଇ ଗ୍ରାମବାସୀ ଓ ବିଦ୍ୟୁତ ଭିଜିଲାନ୍ସ ଟିମ ମଧ୍ଯରେ ଖଣ୍ଡଯୁଦ୍ଧ ହୋଇଥିଲା। ଗ୍ରାମରେ ବିଦ୍ୟୁତ ଚୋରି ହେଉଥ‌ିବା ଖବର ଖବର ପାଇ ପ୍ରାୟ ୫୦ ଜଣିଆ ବିଦ୍ୟୁତ ଭିଜିଲାନ୍ସ ଟ

Advertisement
Electricity Department: ବିଦ୍ୟୁତ୍ ବିଭାଗୀୟ ଭିଜିଲାନ୍ସ ତନଖି କରିବାକୁ ଯାଇ ହଟହଟା
PREMANANDA PUJARI|Updated: Jun 30, 2024, 01:13 PM IST
Share

Electricity Department: ଦିଗପହଣ୍ଡି : ଶୁକ୍ରବାର ଦିଗପହଣ୍ଡି ବ୍ଲକ ଅଧିନସ୍ଥ ଚୌଧୁରୀ ଟିକରପଡା ଗ୍ରାମରେ ମିଟର ତନଖି ବେଳେ ବିଦ୍ୟୁତ ଭିଜିଲାନ୍ସ ଟିମକୁ ଗ୍ରାମବାସୀ ବିରୋଧ କରିଥିଲେ। ଏହାକୁ ନେଇ ଗ୍ରାମବାସୀ ଓ ବିଦ୍ୟୁତ ଭିଜିଲାନ୍ସ ଟିମ ମଧ୍ଯରେ ଖଣ୍ଡଯୁଦ୍ଧ ହୋଇଥିଲା। ଗ୍ରାମରେ ବିଦ୍ୟୁତ ଚୋରି ହେଉଥ‌ିବା ଖବର ଖବର ପାଇ ପ୍ରାୟ ୫୦ ଜଣିଆ ବିଦ୍ୟୁତ ଭିଜିଲାନ୍ସ ଟିମ କର୍ମଚାରୀଙ୍କ ସହ ନୂଆପଡ଼ା ଫାଣ୍ଡି ପୁଲିସ ପହଞ୍ଚି ଘରକୁ ଘର ଯାଇ ମିଟର ଯାଞ୍ଚ କରିଥିଲେ । ପ୍ରାୟ ଅର୍ଦ୍ଧାଧିକ ଘର ଯାଞ୍ଚ ପରେ ଗ୍ରାମବାସୀ ଏକଜୁଟ ହୋଇ ଘର ଭିତରକୁ ଯିବାକୁ କର୍ମଚାରୀଙ୍କୁ ବିରୋଧ କରିଥିଲେ। 

ଏଠାରେ କହି ରଖୁ କି ବିଦ୍ୟୁତ କର୍ମଚାରୀମାନେ ମନଇଚ୍ଛା ଘରେ ଘରେ ପଶି ଲୋକଙ୍କୁ ଅସଦ ବ୍ୟବହାର କରୁଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଥିଲେ। ଘରେ ମହିଳାମାନେ ରହୁଥ‌ିବାରୁ ଘର ଭିତରକୁ ୪ କିମ୍ବା ୫ ଜଣ ପୁରୁଷ କର୍ମଚାରୀ ଯିବାକୁ ବିରୋଧ କରାଯାଇଥିଲା। ଏହାକୁ ନେଇ ଗ୍ରାମବାସୀ ଓ ବିଦ୍ୟୁତ କର୍ମଚାରୀଙ୍କ ମଧ୍ୟରେ ଟଣାଓଟରା ହୋଇଥିଲା। ଗ୍ରାମର ମହିଳା ଓ ପୁରୁଷ ଏକଜୁଟ ହୋଇ କର୍ମଚାରୀଙ୍କ ଗାଡ଼ି ଗୁଡ଼ିକୁ ଯାଇଥିଲେ। ସେ ସଠାରେ ଉପସ୍ଥିତ ଘେରି ପୁଲିସ କର୍ମଚାରୀ ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲେ। ଶେଷରେ ରେ ବାଧ୍ଯ ହୋଇ ବିଦ୍ୟୁତ ଭିଜିଲାନ୍ସ ଟିମ କର୍ମଚାରୀମାନେ ସେଠାରୁ ଚାଲିଯାଇଥିଲେ।

Read More
{}{}