Home >>Odisha State

Odisha News: ଗୋରୁ ବୋଝେଇ କଣ୍ଟେନର ଜବତ, ପୋଲିସକୁ ପୋଲିସକୁ ଜିମା ଦେଲେ ଗ୍ରାମବାସୀ

Odisha News: କଣ୍ଟେନରରେ ଗୋରୁ ବୋଝେଇ ହୋଇଥିବା ଜଣାପଡିବା ପରେ ଘଟଣାସ୍ଥଳରେ ଶତାଧିକ ଗ୍ରାମବାସୀ ପହଞ୍ଚି କଣ୍ଟେନର କୁ ଅଟକ ରଖି ଘଟଗାଁ ପୋଲିସକୁ ଖବର ଦେଇଥିଲେ। କେଣ୍ଟେନର‌ ରୁ ୪୦ ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର ହୋଇଥିବା ବେଳେ ଗୋଟିଏ ଗୋରୁର ମୃତ୍ୟୁ ଘଟିଥିବା ଦେଖାଯାଇଛି। ଫଳରେ ଘଟଣା ସ୍ଥଳରେ ଉତେଜନା ବୃଦ୍ଧି ପାଇଥିଲା। ପୋଲିସ ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।

Advertisement
Odisha News: ଗୋରୁ ବୋଝେଇ କଣ୍ଟେନର ଜବତ, ପୋଲିସକୁ ପୋଲିସକୁ ଜିମା ଦେଲେ ଗ୍ରାମବାସୀ
Priyambada Rana|Updated: Oct 03, 2024, 01:15 PM IST
Share

Odisha News:(ଅଭୟ ମହାନ୍ତି) ଗୋରୁ ବୋଝେଇ କଣ୍ଟେନର ଟ୍ରକକୁ ଅଟକ ରଖି ପୋଲିସକୁ ଜିମା ଦେଲେ ଗ୍ରାମବାସୀ। ଗୋ ମାଫିଆ ମାନେ ବିଭିନ୍ନ ତରିକାରେ ଗ୍ରାମ୍ୟ ରାସ୍ତା ଦେଇ ଗୋ ଚାଲାଣ କରୁଥିବା ବେଳେ ବୁଧବାର ସଂନ୍ଧ୍ୟାରେ ଏକ ଗୋରୁ ବୋଝେଇ କଣ୍ଟେନର ଟ୍ରକକୁ ଗ୍ରାମବାସୀ ଅଟକ ରଖି ଘଟଗାଁ ପୋଲିସର ଜିମା ଦେଇଛନ୍ତି। 

ଗୋ ମାଫିଆମାନେ ଏକ କଣ୍ଟେନର ରେ ୪୦ ରୁ ଉର୍ଦ୍ଧ୍ବ ଗୋରୁ ବୋଝେଇ କରି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ତୋରାଣିପୋଖରୀ ଗ୍ରାମ ଦେଇ ଯାଉଥିବା ସମୟରେ ଗ୍ରାମବାସୀଙ୍କ ନଜର କଣ୍ଟେନର ଉପରେ ପଡିଥିଲା। କଣ୍ଟେନରରେ ଗୋରୁ ବୋଝେଇ ହୋଇଥିବା ଜଣାପଡିବା ପରେ ଘଟଣାସ୍ଥଳରେ ଶତାଧିକ ଗ୍ରାମବାସୀ ପହଞ୍ଚି କଣ୍ଟେନର କୁ ଅଟକ ରଖି ଘଟଗାଁ ପୋଲିସକୁ ଖବର ଦେଇଥିଲେ। କେଣ୍ଟେନର‌ ରୁ ୪୦ ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର ହୋଇଥିବା ବେଳେ ଗୋଟିଏ ଗୋରୁର ମୃତ୍ୟୁ ଘଟିଥିବା ଦେଖାଯାଇଛି। ଫଳରେ ଘଟଣା ସ୍ଥଳରେ ଉତେଜନା ବୃଦ୍ଧି ପାଇଥିଲା। ପୋଲିସ ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।

Read More
{}{}