Home >>Odisha State

Odisha News: ଇ-କେଓ୍ୱାଇସି ପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟ ସୀମା ଧାର୍ଯ୍ୟ ହୋଇନି

Odisha News: ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସରଳ ଓ ସ୍ୱଚ୍ଛ କରିବା ପାଇଁ ସରକାର ଇ- କେଓ୍ୱାଇସି ବ୍ୟବସ୍ଥା ଆପଣାଇଛନ୍ତି। ଯେଉଁମାନେ ନୂଆ କାର୍ଡଧାରୀ ବା ଆବେଦନ କରିଛନ୍ତି ସେମାନଙ୍କ ପାଇଁ ଏହି ପ୍ରକ୍ରିୟା ଶେଷ ହେବା ପରେ ଯାଇ କାର୍ଡ ମିଳିବ। ଭୂତ କାର୍ଡକୁ ରଦ୍ଦ କରିବା ଲାଗି ଏପରି ବ୍ୟବସ୍ଥାକୁ ଆପଣାଯାଇଛି। ହେଲେ ଆଧାର ଭିତ୍ତିକ ଇ କେଓ୍ୱାଇସି ପ୍ୟବସ୍ଥା ପାଇଁ ଶେଷ ତାରିଖ ସ୍ଥିର କରାଯାଇ ନାହିଁ। 

Advertisement
Odisha News: ଇ-କେଓ୍ୱାଇସି ପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟ ସୀମା ଧାର୍ଯ୍ୟ ହୋଇନି
Narmada Behera|Updated: Aug 28, 2024, 02:09 PM IST
Share
Odisha News: ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସରଳ ଓ ସ୍ୱଚ୍ଛ କରିବା ପାଇଁ ସରକାର ଇ- କେଓ୍ୱାଇସି ବ୍ୟବସ୍ଥା ଆପଣାଇଛନ୍ତି। ଯେଉଁମାନେ ନୂଆ କାର୍ଡଧାରୀ ବା ଆବେଦନ କରିଛନ୍ତି ସେମାନଙ୍କ ପାଇଁ ଏହି ପ୍ରକ୍ରିୟା ଶେଷ ହେବା ପରେ ଯାଇ କାର୍ଡ ମିଳିବ। ଭୂତ କାର୍ଡକୁ ରଦ୍ଦ କରିବା ଲାଗି ଏପରି ବ୍ୟବସ୍ଥାକୁ ଆପଣାଯାଇଛି। ହେଲେ ଆଧାର ଭିତ୍ତିକ ଇ କେଓ୍ୱାଇସି ପ୍ୟବସ୍ଥା ପାଇଁ ଶେଷ ତାରିଖ ସ୍ଥିର କରାଯାଇ ନାହିଁ। ଏଣୁ ଏଥିଲାଗି କୌଣସି ବିଭ୍ରାନ୍ତରେ ନପଡ଼ିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। 
 
 ଆଜି  ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନ ସଭାରେ ସମବାୟ ମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖି ଏହା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ବିଗତ ଦିନରେ ରାଜ୍ୟରେ ବଣ୍ଟନ ବ୍ୟବସ୍ଥାରେ ସ୍ବଚ୍ଛତା ନ ଥିଲା ।  ବ୍ୟବସ୍ଥାକୁ ସୁଧାରିବା ଲାଗି ଏହି ବ୍ୟବସ୍ଥା  ରାଜ୍ୟ ସରକାର ଆପଣେଇଛନ୍ତି ।  ଆଧାର ଭିତ୍ତିକ ଏହି ବ୍ୟବସ୍ଥା ଦ୍ୱାରା  ହିତାଧିକାରୀଙ୍କୁ ଅନେକ ସୁବିଧା ମିଳିବ ବୋଲି ମନ୍ତ୍ରୀ ଆଶା କରିଛନ୍ତି। 
 
ଇ କେଓ୍ୱାସି ସମସ୍ୟା ସମ୍ପର୍କରେ ଆଜି ଗୃହରେ ଉଦବେଗ ପ୍ରକାଶ କରିଥିଲେ କଂଗ୍ରେସ ବିଧାୟକ ଅଶୋକ ଦାସ ।  ସେ କହିଥିଲେ, ମାସକ ମଧ୍ୟରେ ରାସନ୍ କାର୍ଡ ସହିତ ଇ-କେଓ୍ୱାସି ସଂଯୋଗ ପାଇଁ ସରକାର ସମୟସୀମା ସ୍ଥିର କରିଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ଵାରା ରାଜ୍ୟ ବାହାରେ ରହୁଥିବା ଲୋକ ସମସ୍ୟାରେ ପଡ଼ିବେ ବୋଲି ସେ ଅଭିଯୋଗ କରି ଥିଲେ।  ଏହାର ଉତ୍ତରରେ ଶ୍ରୀ ସୂରଜ କହିଛନ୍ତି,  ଏକ ମାସ ମଧ୍ୟରେ  ନକଲେ ରାସନ୍ କାର୍ଡ କଟିଯିବ ବୋଲି କୌଣସି ନିଷ୍ପତି ହୋଇନଥିବା ନେଇ ମନ୍ତ୍ରୀ ସ୍ପଷ୍ଟୋକ୍ତି ରଖିଛନ୍ତି
Read More
{}{}