Hindi News >>Home >>Odisha State

ବିଧାନସଭା ତୃତୀୟ ଦିନ: ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

Assembly: ଗଞ୍ଜାମର ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗରେ ବିଜେଡି ହୋ-ହଲ୍ଲା କରିଥିବା ବେଳେ ଇଡି ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ମଧ୍ୟ ହଟ୍ଟଗୋଳ କରିଥିଲା।

Advertisement
ବିଧାନସଭା ତୃତୀୟ ଦିନ: ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
Zee Odisha Desk|Updated: Aug 22, 2024, 11:22 AM IST
Share

ଭୁବନେଶ୍ଵର: ଆଜି ବିଧାନସଭାର ତୃତୀୟ ଦିନ। ଏହି ତୃତୀୟ ଦିନରେ ମଧ୍ୟ ଗୃହରେ ଆରମ୍ଭରୁ ହଟ୍ଟଗୋଳ ହେବାରୁ ବାଚସ୍ପତି ସୁରମା ପାଢ଼ୀ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଗଞ୍ଜାମର ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗରେ ବିଜେଡି ହୋ-ହଲ୍ଲା କରିଥିବା ବେଳେ ଇଡି ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ମଧ୍ୟ ହଟ୍ଟଗୋଳ କରିଥିଲା। ଉଭୟ ଦଳ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହୋ-ହଲ୍ଲା କରିଥିଲେ। ଫଳରେ ଗୃହକୁ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି। 

ଅନ୍ୟପଟେ ଗତକାଲି ବିଧାନସଭାର ଦ୍ୱିତୀୟ ଦିନରେ ମଧ୍ୟ ଗୃହରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ହୋ ହଲ୍ଲା ସହ ନାରାବାଜି ଦେଇଥିଲେ। ଏମିତିକି ଗୃହର ମଧ୍ୟଭାଗକୁ ବିଧାୟକମାନେ ଆସିଥିଲେ। କଂଗ୍ରେସ ବିଧାୟକ ତାରା ବାହିନୀପତି ଦୁଇହାତ ହଲାଇ ଆଗରେ ଜନଜାତିଙ୍କ ସୁରକ୍ଷା ଦାବି କରୁଥିବା ବେଳେ ବିଧାୟକମାନେ ଏହାକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା। ଏଥିସହ ଚିକିଟି ମଦମୃତ୍ୟୁର ଆରଡିସି ସ୍ତରୀୟ ତଦନ୍ତ ଦାବି କରି ଗୃହରେ ହୋହଲ୍ଲା କରିଥିଲା ବିଜେଡି। ଏ ନେଇ ବାଚସ୍ପତି ସୁରମା ପାଢ଼ୀ ଅପରାହ୍ନ ୪ଟା ଯାଏ ଗୃହମୁଲତବୀ ଘୋଷଣା କରିଥିଲେ।

Read More
{}{}