Home >>Odisha State

ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ, ନିଆଗଲା ଏହି ନିଷ୍ପତ୍ତି

ସରକାରଙ୍କ ନୂଆ ଏସଓପି ଆସିବା ପରେ ପ୍ରଥମେ ରତ୍ନଭଣ୍ଡାର ଲେଜର ସ୍କାନିଂ କରାଯିବ । ପରେ ଏହାକୁ ମରାମତି କରାହେବ ଏବଂ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।  ଅନୁଷ୍ଠିତ ହୋଇଥିବା ଆଜି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଏଏସଆଇ ଅଧିକାରୀଙ୍କ ସହ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Advertisement
ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ, ନିଆଗଲା ଏହି ନିଷ୍ପତ୍ତି
Soubhagya Ranjan Mishra|Updated: Jul 29, 2024, 06:01 PM IST
Share

ପୁରୀ: ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରିଥିଲେ ଜଷ୍ଟିସ ବିଶ୍ୱନାଥ ରଥ । ରତ୍ନଭଣ୍ଡାର କେବେ ମରାମତି ହେବ ଏବଂ କେବେଠାରୁ ଲେଜର ସ୍କାନିଂ କରାଯିବ ସେନେଇ ପରିଚାଳନା କମିଟି ଉପରେ ଦାୟିତ୍ଵ ନ୍ୟସ୍ତ କରିଛି ରତ୍ନଭଣ୍ଡାର ତଦାରଖ କମିଟି। 

ସରକାରଙ୍କ ନୂଆ ଏସଓପି ଆସିବା ପରେ ପ୍ରଥମେ ରତ୍ନଭଣ୍ଡାର ଲେଜର ସ୍କାନିଂ କରାଯିବ । ପରେ ଏହାକୁ ମରାମତି କରାହେବ ଏବଂ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।  ଅନୁଷ୍ଠିତ ହୋଇଥିବା ଆଜି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଏଏସଆଇ ଅଧିକାରୀଙ୍କ ସହ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ରତ୍ନଭଣ୍ଡାରର ମରାମତି ଓ ଲେଜର ସ୍କାନିଂ କିଭଳି କରାଯାଇପାରିବ ସେ ସମ୍ପର୍କରେ ଆଜିର ବୈଠକରେ ସବିଶେଷ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପୂର୍ବରୁ ରତ୍ନଭଣ୍ଡାର ଭିତରେ ସୁଡ଼ଙ୍ଗ ଅଛି କି ନାହିଁ ତାହା ଏଏସଆଇ ପକ୍ଷରୁ ଅତ୍ୟାଧୁନିକ ପଦ୍ଧତିରେ ଯାଞ୍ଚ କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ଏନେଇ ସରକାର ତାଙ୍କ ଏସଓପିକୁ ସଂଶୋଧନ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। 

ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି ଯେ, ସମସ୍ତ ବିଷୟରେ ପରିଚାଳନା କମିଟିକୁ ମଧ୍ୟ ଅବଗତ କରାଯିବା ସହ ପ୍ରସ୍ତାବ ଦିଆଯିବ । ଶ୍ରୀମନ୍ଦିର ପରିଚାଳନା କମିଟି ଏନେଇ ନିଷ୍ପତ୍ତି ନେବା ପରେ ସରକାରଙ୍କୁ ଅବଗତ କରାଯିବ। ଏହା ପରେ ସରକାର ଯାହା ଏସଓପି ଆଣିବେ ସେ ଅନୁଯାୟୀ ସମସ୍ତ କାର୍ଯ୍ୟ ହେବ। ତେବେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ କେବେ ହେବ ସେନେଇ ପରିଚାଳନା କମିଟିର ନିଷ୍ପତ୍ତି ଉପରେ ଦାୟିତ୍ଵ ନ୍ୟସ୍ତ କରାଯାଇଥିବା କମିଟି ଅଧ୍ୟକ୍ଷ କହିଛନ୍ତି। 

ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ପୂର୍ବରୁ ରତ୍ନଭଣ୍ଡାର ଭିତରେ ଖାଲି ଥିବା ସମସ୍ତ ସିନ୍ଦୁକ, ଆଲମିରାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ। ଏହା ପରେ ରତ୍ନଭଣ୍ଡାର ଭିତରେ ଆଉ କିଛି ଲୁକ୍କାୟିତ ରତ୍ନ ଅଛି କି ନାହିଁ ଏବଂ ସୁଡ଼ଙ୍ଗ ରହିଛି କି ନାହିଁ ତାହା ଏଏସଆଇ ପକ୍ଷରୁ ଅତ୍ୟାଧୁନିକ ପଦ୍ଧତିରେ ଯାଞ୍ଚ କରିବା ପାଇଁ ସରକାରଙ୍କୁ ପରାମର୍ଶ ଦିଆଯିବ ବୋଲି କହିଛନ୍ତି କମିଟି ଅଧ୍ୟକ୍ଷ । ଏହି ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ । ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବା ପରେ ଅସ୍ଥାୟୀ ରତ୍ନଭଣ୍ଡାର ଭିତରେ ଥିବା ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହେବ। 

ସୂଚନାଯୋଗ୍ୟ, ଗତ ଜୁଲାଇ ୧୪ ରେ ପ୍ରଥମେ ରତ୍ନଭଣ୍ଡାର ତଦାରଖ କମିଟିର ସଦସ୍ୟ ମାନେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଥିଲେ। ଜୁଲାଇ ୧୮ ତାରିଖରେ ମଧ୍ୟ ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ରତ୍ନ ଅଳଙ୍କାର ଗୁଡ଼ିକୁ କଢାଯାଇ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ କରାଯାଇଥିବା ଚାଙ୍ଗଡ଼ା ଓ ଖଟ ଶେଯ ଘରେ ରଖାଯାଇଛି। ତେବେ ରତ୍ନଭଣ୍ଡାର ତଳେ ଅନେକ ଗୁପ୍ତ କୋଠରୀ ଥିବାବେଳେ ଆହୁରି ଧନରତ୍ନ ଥିବା ସେବାୟତ ମାନେ ଦାବି କରିଥିଲେ । ଏଥିସହ ଏହାର ଯାଞ୍ଚ କରିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ। ଏଣୁ ଏହି ସନ୍ଦେହକୁ ଦୂର କରିବା ପାଇଁ ପ୍ରଥମେ ରତ୍ନ ଭଣ୍ଡାରର‌ ଲେଜର ସ୍କାନିଂ ସହ ଅନ୍ୟାନ୍ୟ ଅତ୍ୟାଧୁନିକ ପଦ୍ଧତିରେ ପରୀକ୍ଷା ନିରୀକ୍ଷା କରାଯିବ ।

Also Read- ବିଜେପିର ମିଥ୍ୟା ସ୍ୱପ୍ନ ବିଷୟରେ କହିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ

Also Read- ରାହୁଲଙ୍କ ମହାଭାରତ ଜ୍ଞାନ, କହିଲେ ବିଜେପି ସାଜିଛି 'ଚକ୍ରବ୍ୟୁହ'

Read More
{}{}