Hindi News >>Home >>Odisha State

Ganesh Puja: ରାତି ପାହିଲେ ଗଣେଶ ପୂଜା, ଚଳଚଞ୍ଚଳ ସହର ବଜାର...

Ganesh Puja: ଚଳ ଚଞ୍ଚଳ ମୂର୍ତ୍ତି କାରିଗର। କିଛି ବର୍ଷ ହେବ ମାଟିର ଅଭାବ ଯୋଗୁ କୌଳିକ ବୃତ୍ତି ଉପରେ ପଡିଛି ପ୍ରଭାବ। ମାଟିର ଅଭାବ ଯୋଗୁ ମୂର୍ତି ବ୍ୟବସାୟ ଏକ ପ୍ରକାର ଉଜୁଡି ଯାଉଥିବା ବେଳେ କୌଳିକ ବୃତ୍ତି କୁ ଛାଡି ନାହାଁନ୍ତି ଭୂତମୁଣ୍ଡାଇ କୁମ୍ଭାରସାହି ପରିବାର। ତାହା ମଧ୍ୟରେ ନାନା ରକମର ଗଣେଶ ମୂର୍ତି ତିଆରି କରି ବଜାରକୁ ଛାଡିବା ପାଇଁ ମୂର୍ତି କାରୀଗରମାନେ ପ୍ରୟାସ ଜାରି ରଖିଥିବା ବେଳେ ମାଟିର ଘୋର ଅଭାବ ଯୋଗୁଁ ନିଜର କୌଳିକ ବୃତ୍ତିକୁ ହରାଇ ବସିବାକୁ ଲାଗିଲାଣି ବୋଲି କହିଛନ୍ତି ଏହି କାରଗର। 

Advertisement
Ganesh Puja: ରାତି ପାହିଲେ ଗଣେଶ ପୂଜା, ଚଳଚଞ୍ଚଳ ସହର ବଜାର...
Priyambada Rana|Updated: Sep 05, 2024, 06:58 PM IST
Share
Ganesh Puja: (ନାରାୟଣ ବେହେରା) ଆସୁଛି ପାର୍ବଣ ଋତୁ। ଏଥିପାଇଁ ମୂର୍ତ୍ତି କାରୀଗରଙ୍କ ଆଖିରେ ନିଦ ନାହିଁ। ରାତି ପାହିଲେ ଗଣେଶ ପୂଜା। ରାତି ଦିନ ଏକ କରି ଲାଗି ପଡିଛନ୍ତି ମୂର୍ତ୍ତି କାରିଗର। ସେପ୍ଟେମ୍ବର ୭ ଗଣେଶ ଓ ୧୬ତାରିଖରେ ବିଶ୍ବବିନ୍ଧାଣୀ ବିଶ୍ବକର୍ମା ପୂଜା। ପାରାଦୀପ ଉପକଣ୍ଠ ଭୂତମୁଣ୍ଡାଇ ଗ୍ରାମର କୁମ୍ଭାରସାହିରେ ଏବେ ନାହିଁ ନଥିବା ଭିଡ ଲାଗି ରହିଛି। ମାଟିର ମୂର୍ତ୍ତିକୁ ଜୀବନ୍ତ କରି ସେଥିରେ ଶେଷ ସ୍ପର୍ଷ ଦେଉଛନ୍ତି ଶିଳ୍ପୀ । ମାଟିରେ ପ୍ରସ୍ତୁତି ଚାଲିଛି ବିଭିନ୍ନ ମୂର୍ତ୍ତୀ ।ହାତର ଯାଦୁଗରୀ ସ୍ପର୍ଶରେ ଜୀବନ୍ତ ହେଉଛି ମାଟିର ମୂର୍ତ୍ତୀ । ରାତି ପହିଲେ ଧରା ପୃଷ୍ଟକୁ ଆସିବେ ଗଜାନନ। ଏବେ ଚଳ ଚଞ୍ଚଳ ମୂର୍ତ୍ତି କାରିଗର। କିଛି ବର୍ଷ ହେବ ମାଟିର ଅଭାବ ଯୋଗୁ କୌଳିକ ବୃତ୍ତି ଉପରେ ପଡିଛି ପ୍ରଭାବ। ମାଟିର ଅଭାବ ଯୋଗୁ ମୂର୍ତି ବ୍ୟବସାୟ ଏକ ପ୍ରକାର ଉଜୁଡି ଯାଉଥିବା ବେଳେ କୌଳିକ ବୃତ୍ତି କୁ ଛାଡି ନାହାଁନ୍ତି ଭୂତମୁଣ୍ଡାଇ କୁମ୍ଭାରସାହି ପରିବାର। ତାହା ମଧ୍ୟରେ ନାନା ରକମର ଗଣେଶ ମୂର୍ତି ତିଆରି କରି ବଜାରକୁ ଛାଡିବା ପାଇଁ ମୂର୍ତି କାରୀଗରମାନେ ପ୍ରୟାସ ଜାରି ରଖିଥିବା ବେଳେ ମାଟିର ଘୋର ଅଭାବ ଯୋଗୁଁ ନିଜର କୌଳିକ ବୃତ୍ତିକୁ ହରାଇ ବସିବାକୁ ଲାଗିଲାଣି ବୋଲି କହିଛନ୍ତି ଏହି କାରଗର। ପାର୍ବଣ ରତୁ ଆସିଲେ ମୂର୍ତ୍ତୀ କାରିଗରଙ୍କ ଆଖିକୁ ନିଦ ନଥାଏ। 
ଗଣେଶ ପୂଜା ଠାରୁ ଖୁଦୁରୁକୁଣୀ, ଦଶହରା,ଲକ୍ଷ୍ମୀ ପୂଜା, କାଳୀ ପୂଜା ଓ କାର୍ତ୍ତିକେୟ ପୂଜା ପର୍ଯ୍ୟନ୍ତ ବିଭିନ୍ନ ମଣ୍ଡପରେ ମୂର୍ତ୍ତୀ ତିଆରି କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି କରିଗର। ଗ୍ରାହକମାନଙ୍କର ବରାଦ ଅନୁସାରେ ସେଇ ଡିଜାଇନର ମୂର୍ତି ତିଆରି କରୁଛନ୍ତି ଏହି କାରିଗର। ଯୁବ ପିଡ଼ି ମାନଙ୍କ ମଧ୍ୟରେ ଆଗ୍ରହ ଥିଲେ ମଧ୍ୟ ମାଟିର ଅଭାବ ଏବେ କୌଳିକ ବୃତ୍ତି ଉପରେ ପ୍ରଭାବ ପଡିଛି ବୋଲି କହିଛନ୍ତି ମୂର୍ତ୍ତି କାରୀଗର।ଏହା ମଧ୍ୟରେ ରଙ୍ଗ ଓ ଅନ୍ୟାନ୍ୟ ସାରଞ୍ଜମ ମୂଲ୍ୟ ବୃଦ୍ଧି ପାଇ ଚାଲିଥିବାରୁ ଲାଭ ଟିକେ କମ ହେବ ବୋଲି କାରିଗର ମାନେ ପ୍ରକାଶ କରିଥିବା ବେଳେ କୌଳିକ ବୃତ୍ତି କୁ ଛାଡି କର୍ମ ଅନ୍ବେଷଣରେ ଯୁବବର୍ଗ ମାନେ ଏବେ ବାହାର କୁ ଯାଉଛନ୍ତି। ତେବେ ପୂର୍ବରୁ ୧ଶହରୁ ଉର୍ଦ୍ଧ୍ବ ପରିବାର ନିଜର କୌଳିକ ବୃତ୍ତି ମୃଣ୍ମୟୀ ମୂର୍ତ୍ତି ଗଢି ଆସୁଥିବା ବେଳେ ତାହା ଏବେ ୪୦ପରିବାର ନିଜର କୌଳିକ ବୃତ୍ତି କୁ ଯାବୁଡି ଧରିଛନ୍ତି। ତେବେ ଏହିପରି ମୂର୍ତ୍ତି କାରୀଗର ମାନେ ମୂର୍ତ୍ତି ଗଢିବା କାର୍ଯ୍ୟ ଜାରି ରଖିଥିବା ବେଳେ ମାଟିର ଘୋର ଅଭାବ କୁ କିପରି ପୂରଣ କରା ଯାଇ ପାରିବ ସେନେଇ ଚିନ୍ତାରେ ଅଛନ୍ତି କୁମ୍ଭାର ପରିବାର ମାନେ।
Read More
{}{}