Hindi News >>Home >>Odisha State

Odisha News: ନୂଆବର୍ଷ ଓ ବଡ଼ ଦିନ ପୂର୍ବରୁ ନେହରୁ ବଙ୍ଗଳାରେ ପର୍ଯ୍ୟଟକଙ୍କ ଭିଡ

ଆଗକୁ ଡିସେମ୍ବର ୨୫ ବଡଦିନ ଓ ନୂଆବର୍ଷ ଥିବାରୁ ପାରାଦୀପ ନେହେରୁ ବଙ୍ଗଳା ରେ ବହୁ ପର୍ଯ୍ୟଟକଙ୍କ ଭିଡ ରହିବ ବୋଲି ଅନୁମାନ କରାଯାଉଥିବା ବେଳେ ସମୁଦ୍ର ମୁହାଣ ମୁହଁରେ ବୋଟିଂ ସହିତ ବିସ୍ତିର୍ଣ୍ଣ ଝାଉଁ ଜଙ୍ଗଲ ମଧ୍ୟରେ ବଣଭୋଜି ସହିତ ନାଚଗୀତ ଏକ ନିଆରା ଅନୁଭୂତି ବୋଲି କହିଛନ୍ତି ପର୍ଯ୍ୟଟକ।

Advertisement
Odisha News: ନୂଆବର୍ଷ ଓ ବଡ଼ ଦିନ ପୂର୍ବରୁ ନେହରୁ ବଙ୍ଗଳାରେ ପର୍ଯ୍ୟଟକଙ୍କ ଭିଡ
Narayan Behera|Updated: Dec 20, 2024, 02:03 PM IST
Share

Odisha News: ପାରାଦୀପ (ନାରାୟଣ ବେହେରା): ପାରାଦୀପର ନେହେରୁ ବଙ୍ଗଳା ପର୍ଯ୍ୟଟନ ସ୍ଥଳୀରେ ଲାଗିଲାଣି ପର୍ଯ୍ୟଟକଙ୍କ ଭିଡ। ଦୂର ଦୂରାନ୍ତରୁ ଏଠାକୁ ଆସି ବଣଭୋଜି କରିବା ଏକ ନିଆରା ଅନୁଭୂତି ନେଇ ଫେରୁଛନ୍ତି ପର୍ଯ୍ୟଟକ। ମହାନଦୀ ଓ ସମୁଦ୍ରର ଅପୂର୍ବ ମିଳନ ସ୍ଥଳ ମୁହାଣମୁହଁ ନେହରୁ ବଙ୍ଗଳାର ସୌନ୍ଦର୍ଯ୍ୟକୁ ଦୁଇଗୁଣିତ କରିଛି। ଏହି ଦୃଶ୍ୟକୁ ମନଭରି ଉପଭୋଗ କରିବା ପାଇଁ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ବେଶ୍ ମଜା ଊଠାଇଥାନ୍ତି। ନେହରୁ ବଙ୍ଗଳାର ପଥରବନ୍ଧ ଉପରେ ବସି ସେଲ୍ଫି ଉଠାଇବା ସହ ସମୁଦ୍ର ଅଥଳ ନୀଳ ଜଳରାଶୀକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ।

ନେହେରୁ ବଙ୍ଗଳାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ଭିଡ ଲାଗୁଥିବାରୁ ପୌର ପ୍ରଶାସନ ପକ୍ଷରୁ ସ୍ବଚ୍ଛତା ଉପରେ ଦୃଷ୍ଟି ଦିଆଯାଇଛି। ଖାସ୍ କରି ଛୋଟ ଛୋଟ ସ୍କୁଲ ପିଲାମାନଙ୍କ ଠାରୁ ଆରମ୍ଭ କରି ପର୍ଯ୍ୟଟକ ନେହରୁ ବଙ୍ଗଳାର ମନୋରମ ଦୃଶ୍ୟକୁ ଉପଭୋଗ କରୁଛନ୍ତି ବୋଲି ବାହାରୁ ଆସିଥିବା ପର୍ଯ୍ୟଟକ କହିଛନ୍ତି। ସେହିପରି ଅନେକ ପର୍ଯ୍ୟଟକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ନାଚଗୀତରେ ମସଗୁଲ୍ ହୋଇଥିବା ବେଳେ ପ୍ରତିବର୍ଷ ଏହି ପର୍ଯ୍ୟଟନ ଋତୁ ଆସିଲେ ବିଭିନ୍ନ ସ୍ଥାନ ବୁଲିଥିଲେ ମଧ୍ୟ ପାରାଦୀପ ନେହରୁ ବଙ୍ଗଳା ପର୍ଯ୍ୟଟକଙ୍କ ପାଇଁ ସୌନ୍ଦର୍ଯ୍ୟ ପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀ ବୋଲି କହିବା ସହିତ ଏହାଏକ ପଲିଥିନ ମୁକ୍ତ ପର୍ଯ୍ୟଟନ ସ୍ଥଳ ବୋଲି ପ୍ରକାଶ କରିଛନ୍ତି। ନେହରୁ ବଙ୍ଗଳାର ମନ୍ମଦ ଉଦ୍ୟାନରେ ବଣଭୋଜି କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପିଣ୍ଡିର ବ୍ୟବସ୍ଥା କରାଯାଇଥିବା ବେଳେ ସ୍ଵଛ ପାନୀୟଜଳ ଓ ରୋଷେଇ ସାମଗ୍ରୀ ସହିତ ଗାଡି ରଖିବା ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି। ସ୍ବଂସହାୟକ ମହିଳାମାନେ ଏହାର ରକ୍ଷଣାବେକ୍ଷଣ କରୁଥିବା ବେଳେ ସ୍ବଛତା ଉପରେ ଧ୍ୟାନ ଦେଇଛନ୍ତି। ଯାହାକି ଏସବୁ ଦେଖି ପର୍ଯ୍ୟଟକ ମାନେ ବେଶ୍ ଖୁସିବ୍ୟକ୍ତ କରିଛନ୍ତି। 

ଆଗକୁ ଡିସେମ୍ବର ୨୫ ବଡଦିନ ଓ ନୂଆବର୍ଷ ଥିବାରୁ ପାରାଦୀପ ନେହେରୁ ବଙ୍ଗଳା ରେ ବହୁ ପର୍ଯ୍ୟଟକଙ୍କ ଭିଡ ରହିବ ବୋଲି ଅନୁମାନ କରାଯାଉଥିବା ବେଳେ ସମୁଦ୍ର ମୁହାଣ ମୁହଁରେ ବୋଟିଂ ସହିତ ବିସ୍ତିର୍ଣ୍ଣ ଝାଉଁ ଜଙ୍ଗଲ ମଧ୍ୟରେ ବଣଭୋଜି ସହିତ ନାଚଗୀତ ଏକ ନିଆରା ଅନୁଭୂତି ବୋଲି କହିଛନ୍ତି ପର୍ଯ୍ୟଟକ।

Read More
{}{}