Odisha News: ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ୪ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଭେଟି ଦେବା ନେଇ କାର୍ଯ୍ୟକ୍ରମ ରହିଛି । ତେବେ, ଗଡକରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏନେଇ ଟ୍ରାଫିକ୍ ଆଡଭାଇଜରୀ ଜାରି କରାଯାଇଛି। ଭିଭିଆଇପି ଓ ଭୁବନେଶ୍ବର ଗସ୍ତ ଏବଂ ବରମୁଣ୍ତା ଠାରେ ହେବାକୁ ଥିବା ସାଧାରଣ ସଭାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ସହର ଏବଂ ଏହାର ଆଖପାଖ ରାସ୍ତା ଗୁ଼ଡିକରେ ବିଶେଷକରି ନିମ୍ନ ଲିଖିତ ରାସ୍ତା ମାନଙ୍କର ଟ୍ରାଫିକ୍ ଭିଡ଼ ହେବାର ଆଶଙ୍କା ରହିଛି।
-ଅପରାହ୍ନ ୨ ଘଟିକାରୁ ଅପରାହ୍ନ ୩ ଘଟିକା-
ବାଣୀ ବିହାର ଛକରୁ ରସୁଲଗଡ଼ ଛକ ଭୟା ଓ୍ବର୍ଲ୍ଫ ସ୍କିଲ୍ ସେଣ୍ଟର ଏବଂ ଏହାର ବିପରୀତ ଦିଗ ରାସ୍ତାରେ ଟ୍ରାଫିକ୍ ଭିଡ଼ ହେବାର ଆଶଙ୍କା ରହିଛି।
-ଅପରାହ୍ନ ୪ ଘଟିକା ଠାରୁ ସଂନ୍ଧ୍ୟା ୭ ଘଟିକା-ବରମୁଣ୍ତା ଛକ ଏବଂ ଏହାର ଆଖପାଖ ଗୁଡିକରେ ଭିଡ଼ ହେବାର ଆଶଙ୍କା ରହିଛି। ଯାତ୍ରୀମାନଙ୍କୁ ପରାମର୍ଶ କରାଯାଉଛି ଯେ, ଉପରୋକ୍ତ ରାସ୍ତାରେ ନ ଯାଇ ଟ୍ରାଫିକ୍ ସମସ୍ୟାକୁ ଏଡାଇବା ନିମନ୍ତେ ବିକଳ୍ପ ରାସ୍ତା ଦେଇ ଯାଆନ୍ତୁ ବୋଲି ଭୁବନେଶ୍ବର ପୁଲିସ୍ କମିଶନରଙ୍କ ପକ୍ଷରୁ କୁହାଯାଇଛି।
ଆଜି ଅପରାହ୍ନରେ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ବରମୁଣ୍ଡା ପଡ଼ିଆରେ ସାଧାରଣ ସଭାକୁ କରିବେ ସମ୍ବୋଧନ ।୧୯ଟି ପ୍ରକଳ୍ପର ଶିଳାନ୍ୟାସ ଲୋକାର୍ପଣ କରିବେ । ଦିନ ୧୦ଟା ୪୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ । ୧୦.୪୫ରେ ବିମାନବନ୍ଦରରୁ ବାହାରି ରେଭନ୍ସା ୟୁନିଭର୍ସିଟି ଯିବେ କେନ୍ଦ୍ରମନ୍ତ୍ରୀ । ସେଠାରେ, ରେଭେନ୍ସା ୟୁନିଭର୍ସିଟିରେ ଆୟୋଜିତ ହରେକୃଷ୍ଣ ମହତାବଙ୍କ ଜନ୍ମ ଜୟନ୍ତରୀରେ ସାମିଲ ହେବେ । ଏହାପରେ, ସେ ଭୁବନେଶ୍ୱର ୱାଲ୍ଡ ସ୍କିଲ୍ ସେଣ୍ଟର ପହଞ୍ଚି ବୁଲି ଦେଖିବେ କେନ୍ଦ୍ରମନ୍ତ୍ରୀ । କିସ୍ କ୍ୟାମ୍ପସ ଗସ୍ତ ନେଇ କାର୍ଯ୍ୟକ୍ରମ ରହିଛି । ସେଠାରେମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ବିଭିନ୍ନ ସଡ଼କ ପ୍ରକଳ୍ପର ଆଲୋଚନା ଓ ସମୀକ୍ଷା କରିବେ । ସେହିପରି ଦିନିକିଆ ଗସ୍ତରେ ଆସି ୪ ହଜାର କୋଟିରୁ ଅଧିକ ଟଙ୍କାର ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ।