Home >>Odisha State

ଦୂର୍ଗାପୂଜା ପାଇଁ ଟୁଇନ ସିଟିରେ ଟ୍ରାଫିକ୍ କଟକଣା ଜାରି; ଜାଣନ୍ତୁ କେଉଁଠି କେଉଁଠି ଲାଗିବ କଟକଣା...

traffic restrictions: ଉକ୍ତ ଯାନବାହାନ ଗୁଡିକ ବଜ୍ରକବାଟୀ ବନ୍ଧ ଛକ ଠାରୁ ବାମ ପଟ କେନାଲ ରୋଡରେ ଗହ୍ମାଡିଆ, କବର ସ୍ଥାନ, କେଶରପୁର ଛକ ଦେଇ ମଙ୍ଗଳାବାଗ କିମ୍ବା ବକ୍ସିବଜାର ଆଡକୁ ଯାଇପାରିବେ ଏବଂ ଫ୍ରେଣ୍ଡସ କଲୋନୀ ଦେଇ ଥୋରିଆ ସାହି ବାଳିକା ସ୍କୁଲ ପାଖରେ ବାହରି କେବଳ ମଙ୍ଗଳାବାଗ ଆଡକୁ ଯାଇପାରିବେ, ବଣିଆସାହି କିମ୍ବା ଭୂଦାନ ଅଫିସ ଆଡକୁ ଯାଇପାରିବେ ନାହିଁ । କେଶରପୁର ପୋଲ, ଗହ୍ମାଡିଆ ଛକ, ଥୋରିଆ ସାହି ବାଳିକା ସ୍କୁଲ ଛକ ଓ ଫ୍ରେଣ୍ଡସ କଲୋନୀ ତରଫରୁ କୌଣସି ଯାନବାହାନ ବଜ୍ରକବାଟୀ ବନ୍ଧ ଆଡକୁ ଯାଇପାରିବେ ନାହିଁ।

Advertisement
ଦୂର୍ଗାପୂଜା ପାଇଁ ଟୁଇନ ସିଟିରେ ଟ୍ରାଫିକ୍ କଟକଣା ଜାରି; ଜାଣନ୍ତୁ କେଉଁଠି କେଉଁଠି ଲାଗିବ କଟକଣା...
Zee Odisha Desk|Updated: Oct 08, 2024, 11:56 AM IST
Share

ଭୁବନେଶ୍ଵର: ଦୂର୍ଗାପୂଜା ପାଇଁ ଟୁଇନସିଟିରେ ଟ୍ରାଫିକ୍‌ କଟକଣା କରାଯାଇଛି। କଟକରେ ଅପରାହ୍ନ ୪ରୁ ରାତି ୧ ପର୍ଯ୍ୟନ୍ତ କଟକଣା ଲାଗୁ ହେବ। ଏହି କଟକଣା ୯.୧୦.୨୦୨୪ଠାରୁ ଆରମ୍ଭ ହୋଇ ୧୩.୧୦.୨୦୨୪ ପର୍ଯ୍ୟନ୍ତ ଲାଗୁ ହେବ। ସେହିପରି ଭୁବନେଶ୍ବରରେ ଅପରାହ୍ନ ୪ରୁ ରାତି ୨ଟା ପର୍ଯ୍ୟନ୍ତ କଟକଣା ରହିବ। ଏନେଇ ବିଜ୍ଞପ୍ତି ଜାରି କରିଛି କମିଶନରେଟ ପୁଲିସ।

କଟକରେ ହାୱଡା ମୋଟର ଛକ ଠାରୁ କୌଣସି ଯାନବାହାନ ସିଧା ମଙ୍ଗଳାବାଗ ଛକ ଆଡକୁ ଯାଇପାରିବେ ନାହିଁ। ଏହି ଗାଡିଗୁଡିକ ହାୱଡା ମୋଟର ଛକ ଠାରୁ ମାତାମଠ ଛକ ଦେଇ ମହାନଦୀ ରିଙ୍ଗ ବନ୍ଧରେ ଆସି ମଲ୍ଲାସାହି ବା କାଠଗୋଲା ଦେଇ ମଙ୍ଗଳାବାଗ ଛକକୁ ଯାଇପାରିବେ। 

ମାଲଗୋଦାମ ଫାଣ୍ଡି ଛକ ପାଖରୁ କୌଣସି ଯାନବାହାନ ଛତ୍ରବଜାର ଦେଇ ମହତାବ ରୋଡ ଆଡକୁ କିମ୍ବା ପିଲିଗ୍ରୀମ ରୋଡ ଦେଇ କଲେଜ ଛକ ଆଡକୁ ଯାଇପରିବେ ନାହିଁ । ବ୍ଲକ ଟାୱାର ଠାରୁ କେନାଲ କୂଳରେ ଆସୁଥ‌ିବା ଯାନବାହାନ ଗୁଡିକ ଛତ୍ରବଜାର ବନ୍ଧ ଠାରୁ ବାମ ମୋଡ ନେଇ ମାଲଗୋଦାମ ଆଡକୁ ଯାଇପାରିବେ କିମ୍ବା ଡାହାଣ ମୋଡ ନେଇ ଓ.ଏମ.ପି. ଆଡକୁ ଯାଇପାରିବେ । ଛତ୍ରବଜାର ଦୈତାରୀ ରାଉତଙ୍କ ଆଳୁ ଗୋଦାମ ଆଡୁ କୌଣସି ଯାନବାହାନ ପ୍ରଫେସରପଡା ଦେଇ ବଜ୍ରକବାଟୀ ଆଡକୁ ଯାଇପାରିବେ ନାହିଁ, କିନ୍ତୁ ବଜ୍ରକବାଟୀ ଆଡୁ ଆସୁଥ‌ିବା ଯାନବାହାନ ଗୁଡିକ ପ୍ରଫେସରପଡା ଦେଇ କେନାଲ ରାସ୍ତାରେ ଛତ୍ରବଜାର ଆଡକୁ ଯାଇପାରିବେ। କୌଣସି ଯାନବାହାନ ଛତ୍ରବଜାର କିମ୍ବା ମାଲଗୋଦାମ ରୁ ମହତାବ ରୋଡ ଦେଇ ଦୋଳମୁଣ୍ଡାଇ ଆଡକୁ ଯାଇପାରିବେ ନାହିଁ। ମଙ୍ଗଳାବାଗ ଆଡୁ କୌଣସି ଗାଡି କାଠଗୋଲା କିମ୍ବା ମଲ୍ଲାସାହି ଆଡକୁ ଯାଇପାରିବେ ନାହିଁ। ଉକ୍ତ ଯାନବାହାନ ଗୁଡିକ ମେଡିକାଲ ଭିତର ରାସ୍ତା ଦେଇ କେନାଲ ରୋଡରେ ଯାଇପାରିବେ। ମଙ୍ଗଳାବାଗ ପୁରୁଣା ଦେବୀ ଘର ଛକ ଠାରୁ କୌଣସି ଯାନବାହାନ ବଣିଆସାହି କିମ୍ବା ଥୋରିଆ ସାହି ଆଡକୁ ଯାଇପାରିବେ ନାହିଁ। ଦୋଳମୁଣ୍ଡାଇ ଛକ ଆଡୁ ଆସୁଥ‌ିବା ସମସ୍ତ ଯାନବାହାନଗୁଡିକ ବଜ୍ରକବାଟୀ ବନ୍ଧ ଛକ ଠାରୁ ରାଣୀହାଟ ଆଡକୁ ଯାଇପାରିବେ ନାହିଁ। 

ଉକ୍ତ ଯାନବାହାନ ଗୁଡିକ ବଜ୍ରକବାଟୀ ବନ୍ଧ ଛକ ଠାରୁ ବାମ ପଟ କେନାଲ ରୋଡରେ ଗହ୍ମାଡିଆ, କବର ସ୍ଥାନ, କେଶରପୁର ଛକ ଦେଇ ମଙ୍ଗଳାବାଗ କିମ୍ବା ବକ୍ସିବଜାର ଆଡକୁ ଯାଇପାରିବେ ଏବଂ ଫ୍ରେଣ୍ଡସ କଲୋନୀ ଦେଇ ଥୋରିଆ ସାହି ବାଳିକା ସ୍କୁଲ ପାଖରେ ବାହରି କେବଳ ମଙ୍ଗଳାବାଗ ଆଡକୁ ଯାଇପାରିବେ, ବଣିଆସାହି କିମ୍ବା ଭୂଦାନ ଅଫିସ ଆଡକୁ ଯାଇପାରିବେ ନାହିଁ । କେଶରପୁର ପୋଲ, ଗହ୍ମାଡିଆ ଛକ, ଥୋରିଆ ସାହି ବାଳିକା ସ୍କୁଲ ଛକ ଓ ଫ୍ରେଣ୍ଡସ କଲୋନୀ ତରଫରୁ କୌଣସି ଯାନବାହାନ ବଜ୍ରକବାଟୀ ବନ୍ଧ ଆଡକୁ ଯାଇପାରିବେ ନାହିଁ। ଥୋରିଆ ସାହି ଓ ବଣିଆସାହି ଛକରୁ କୌଣସି ଯାନବାହାନ ବଢେଇ ସାହି ଆଡକୁ ଯାଇପାରିବେ ନାହି। ମୋଚି ସାହି ଛକ ଠାରୁ କୌଣସି ଯାନବାହାନ ରାଣୀହାଟ ହାଇସ୍କୁଲ ଦେଇ ବ୍ଲକ ଟାୱାର ଆଡକୁ ଯାଇପାରିବେ ନାହିଁ। ସେହି ଗାଡିଗୁଡିକ ମୋଚିସାହି ଛକ ଠାରୁ ବାମପଟ କେନାଲ ରାସ୍ତା ଦେଇ ଯାଇପାରିବେ। ଦୋଳମୁଣ୍ଡାଇ ଛକ ଆଡୁ ଆସୁଥ‌ିବା ଯାନବାହାନ ଗୁଡିକ ମହତାବ ରୋଡ ଦେଇ ଛତ୍ରବଜାର ଆଡକୁ ଯାଇ ସେହି ଠାରୁ ମାଲଗୋଦାମ କିମ୍ବା ଓ. ଏମ .ପି. ଆଡକୁ ଯାଇପାରିବେ। Q

ସେହିପରି ଭୁବନେଶ୍ବରରେ ବାଣୀବିହାରରୁ ଶିଶୁଭବନ ଛକ, ରସୁଲଗଡରୁ ଲିଙ୍ଗିପୁର ଛକ, ବରମୁଣ୍ଡରୁ ପଳାଶୁଣୀ ଯାଏ ଉଭୟ ପାଶର୍‌ବର ସର୍ଭିସ ରୋଡ, ଆଚାର୍ଯ୍ୟ ବିହାରୁ -ଏୟାରପୋର୍ଟ ଛକ, ଆଚାର୍ଯ୍ୟ ବିହାରରୁ କଳିଙ୍ଗ ହସ୍ପିଟାଲ ଛକ, ଜୟଦେବ ବିହାରର ରାଜଭବନ ଏବଂ ନନ୍ଦନକାନ ଛକ ଭଲି ପ୍ରମୁଖ ରାସ୍ତାରେ ଭାରିଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ।

ଅଧିକ ପଢନ୍ତୁ...

ଭିଜିଲାନ୍ସ ଜାଲରେ ପଞ୍ଚାୟତରାଜ ବାବୁ; ୮ଟି ସ୍ଥାନରେ ଚଢ଼ାଉ

https://zeenews.india.com/hindi/zeeodisha/state-news/vigilance-raids-in-private-secretary-of-panchayat-raj-and-drinking-water/2464157

Read More
{}{}