Hindi News >>Home >>Odisha State

Train Running Status: ରେଳ ଚଳାଚଳରେ ହେଲା ପରିବର୍ତ୍ତନ

Train Running Status: (ନିରଜ ଶତପଥୀ) କୋରାପୁଟ ଷ୍ଟେସନ ବଦଳରେ ହୀରାଖଣ୍ଡ ଏକ୍ସପ୍ରେସ ଡୁମୁରିପୁଟ ପରେ ସିଧା ମାନବାର ଷ୍ଟେସନ ରେ ଲାଗିବ। ଏଣିକି କୋରାପୁଟ କୁ ଆସୁଥିବା ଯାତ୍ରୀ ତଥା କୋରାପୁଟରୁ ଯାଉଥିବା ଯାତ୍ରୀମାନେ ମାନବାର ଷ୍ଟେସନରେ ଓହ୍ଲାଇବେ ଏବଂ ସେଠାରୁ ହିଁ ଚଢ଼ିବେ। 

Advertisement
Train Running Status: ରେଳ ଚଳାଚଳରେ ହେଲା ପରିବର୍ତ୍ତନ
Priyambada Rana|Updated: Jun 12, 2025, 12:37 PM IST
Share

Train Running Status:(ନିରଜ ଶତପଥୀ)  ଏକ ସପ୍ତାହ ଧରି କୋରାପୁଟ ଷ୍ଟେସନକୁ ଗଡିବନି ଟ୍ରେନ। ହୀରାଖଣ୍ଡ ଟ୍ରେନ ଡୁମୁରିପୁଟ ଠାରୁ ବାଇପାସ୍ ଦେଇ ମାନାବାର ଯିବ ଏବଂ ସେଠାରୁ ଜଗଦଲପୁର ଯିବ।ପ୍ରାୟ ଏକ ସପ୍ତାହ ଧରି କୋରାପୁଟ ଷ୍ଟେସନକୁ ଆସିବନି କୌଣସି ଟ୍ରେନ। କୋରାପୁଟ-ଶୁକୁ ରେଳପଥରେ ଦୋହରିକରଣ କାର୍ଯ୍ୟ ଯୋଗୁଁ ଟ୍ରେନ ଗୁଡ଼ିକର ଗତିପଥ ବଦଳା ଯାଇଛି। କୋରାପୁଟ ଷ୍ଟେସନ ବଦଳରେ ହୀରାଖଣ୍ଡ ଏକ୍ସପ୍ରେସ ଡୁମୁରିପୁଟ ପରେ ସିଧା ମାନବାର ଷ୍ଟେସନ ରେ ଲାଗିବ। ଏଣିକି କୋରାପୁଟ କୁ ଆସୁଥିବା ଯାତ୍ରୀ ତଥା କୋରାପୁଟରୁ ଯାଉଥିବା ଯାତ୍ରୀମାନେ ମାନବାର ଷ୍ଟେସନରେ ଓହ୍ଲାଇବେ ଏବଂ ସେଠାରୁ ହିଁ ଚଢ଼ିବେ। 

ରେଳବାଇ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଚିଠିରେ ହୀରାଖଣ୍ଡ ଅପ୍ ଏବଂ ଡାଉନ୍ ଟ୍ରେନ ୧୨ ତାରିଖରୁ ୧୯ ତାରିଖ ଯାଏଁ କୋରାପୁଟ ପରିବର୍ତ୍ତେ ମାନବାର ଷ୍ଟେସନ ରେ ରହିବ ବୋଲି ସୂଚନା ଦିଆ ଯାଇଛି। ସେହିପରି ଜଗଦଲପୁର-ହାଉଡ଼ା ଏବଂ ଜଗଦଲପୁର-ରାଉରକେଲା ଅପ୍ ଏବଂ ଡାଉନ୍ ଟ୍ରେନ ମଧ୍ୟ ୧୨ ତାରିଖ ଠାରୁ ୧୯ ତାରିଖ ଯାଏଁ ମାନବାର୍ ଷ୍ଟେସନ ରେ ରହିବ। ଅନ୍ୟ ପକ୍ଷରେ କୋରାପୁଟ-ବିଶାଖାପାଟଣା ସାପ୍ତାହିକ ଏକ୍ସପ୍ରେସ ଅପ୍ ଏବଂ ଡାଉନ୍ ଟ୍ରେନ ୧୩ ତାରିଖରୁ ୧୭ ତାରିଖ ଯାଏଁ ଡୁମୁରିପୁଟ ଷ୍ଟେସନ ଯାଏଁ ଆଡ଼ିବ ଏବଂ ସେଠାରୁ ହିଁ ଛାଡ଼ିବ। ସେହିପରି କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଅପ୍ ଏବଂ ଡାଉନ୍ ଟ୍ରେନ ଚଳିତ ମାସ ୧୨ ତାରିଖ ଠାରୁ ୨୦ ତାରିଖ ଯାଏଁ ଦାମନଯୋଡି ଯାଏଁ ଆସିବ ଏବଂ ସେଠାରୁ ହିଁ ଛାଡ଼ିବ ବୋଲି ରେଳ ବିଭାଗ ପକ୍ଷରୁ ଜଣା ପଡ଼ିଛି। ରେଳ ଚଳାଚଳରେ ବ୍ୟତିକ୍ରମ କୁ ଦୃଷ୍ଟିରେ ରଖି ଯାତ୍ରୀମାନେ ନିଜ ନିଜର ଯାତ୍ରାକୁ ନେଇ ସଚେତନ ରହିବା ଆବଶ୍ୟକ।

Read More
{}{}