Koraput-Kirandul Rail Line: ନିରନ୍ତର ବର୍ଷା ଯୋଗୁଁ ୱାଲଟିୟର ରେଳମଣ୍ଡଳ ଅନ୍ତର୍ଗତ କୋରାପୁଟ-କିରାଣ୍ଡୁଲ ଲାଇନର କୋରାପୁଟ-ଜୟପୁର ରେଳ ସେକ୍ସନ ମଧ୍ୟରେ ଥିବା ମାଲ୍ଲିଗୁଡ଼ା-ଜରାତି ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଘଟି ନିମ୍ନଲିଖିତ ଟ୍ରେନ ସେବା ପ୍ରଭାବିତ ହୋଇଛି।
ରେଳ ଅଧିକାରୀମାନେ ରେଳଧାରଣର ତଦାରଖ ସହ ଶୀଘ୍ର ପୁନରୁଦ୍ଧାର ସୁନିଶ୍ଚିତ କରିବା ପାଇଁ ଘଟଣାସ୍ଥଳକୁ ଯାଇଛନ୍ତି। ଭାରୀ ମାଟି/ପଥର ଘୁଞ୍ଚାଇବା ମେସିନ୍, ମାନବଶକ୍ତି ଏବଂ ପୁନରୁଦ୍ଧାର ସାମଗ୍ରୀ ନିୟୋଜିତ କରାଯାଇଛି ଏବଂ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁରହିଛି ।
02.07.2025 ରେ ଜଗଦଳପୁରରୁ ଛାଡିଥିବା ଟ୍ରେନ ନମ୍ବର 18448 ଜଗଦଳପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍ ବାତିଲ ହୋଇଛି ।
02.07.2025 ରେ କିରାଣ୍ଡୁଲରୁ ଛାଡିଥିବା ଟ୍ରେନ ନମ୍ବର 18516 କିରାଣ୍ଡୁଲ-ବିଶାଖାପାଟନମ୍ ରାତ୍ରି ଏକ୍ସପ୍ରେସ୍ ବାତିଲ ହୋଇଛି ।