Home >>Odisha State

Odisha New: କୋଣାର୍କ ମାଟି ତଳେ ୨ ପୂରାତନ ନିର୍ମାଣ ଠାବ, ଗବେଷଣା ପରେ ଜଣାପଡ଼ିବ ଆହୁରି ତଥ୍ୟ

Odisha New: କୋଣାର୍କ ଚତୁଃପାର୍ଶ୍ୱର ମାଟି ତଳେ ଦୁଇଟି ପୂରାତନ ନିର୍ମାଣ ଢାଞ୍ଚାକୁ ଠାବ କରିଛି ଏଏସ୍‍ଆଇ।  ପ୍ରତ୍ନତତ୍ତ୍ୱ ବିଭାଗ ଏବଂ ଜାତୀୟ ଭୂତତ୍ତ୍ୱ ଭଣ୍ଡାର ଦ୍ୱାରା ହୋଇଥିବା ଭୂତଳ ଭେଦ ବିକିରଣ ( ଜିପିଆର୍‍) ସର୍ବେକ୍ଷଣରୁ ଏହା ସ୍ପଷ୍ଟ ହୋଇଥିବା ଜଣାପଡ଼ିଛି। ଏହି ନିର୍ମାଣ ଢାଞ୍ଚା କୌଣସି କାନ୍ଥ ହୋଇପାରେ କିମ୍ବା କୌଣସି ମନ୍ଦିରର ଭଗ୍ନାବଶେଷ। ଅଧିକ ଗବେଶଣା ପରେ ଏହା ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି। 

Advertisement
Odisha New: କୋଣାର୍କ ମାଟି ତଳେ ୨ ପୂରାତନ ନିର୍ମାଣ ଠାବ, ଗବେଷଣା ପରେ ଜଣାପଡ଼ିବ ଆହୁରି ତଥ୍ୟ
Narmada Behera|Updated: Sep 24, 2024, 09:05 AM IST
Share

Odisha New: କୋଣାର୍କ ଚତୁଃପାର୍ଶ୍ୱର ମାଟି ତଳେ ଦୁଇଟି ପୂରାତନ ନିର୍ମାଣ ଢାଞ୍ଚାକୁ ଠାବ କରିଛି ଏଏସ୍‍ଆଇ।  ପ୍ରତ୍ନତତ୍ତ୍ୱ ବିଭାଗ ଏବଂ ଜାତୀୟ ଭୂତତ୍ତ୍ୱ ଭଣ୍ଡାର ଦ୍ୱାରା ହୋଇଥିବା ଭୂତଳ ଭେଦ ବିକିରଣ ( ଜିପିଆର୍‍) ସର୍ବେକ୍ଷଣରୁ ଏହା ସ୍ପଷ୍ଟ ହୋଇଥିବା ଜଣାପଡ଼ିଛି। ଏହି ନିର୍ମାଣ ଢାଞ୍ଚା କୌଣସି କାନ୍ଥ ହୋଇପାରେ କିମ୍ବା କୌଣସି ମନ୍ଦିରର ଭଗ୍ନାବଶେଷ। ଅଧିକ ଗବେଶଣା ପରେ ଏହା ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି। 

ବିଶ୍ୱପ୍ରସିଦ୍ଧ ଐତିହ୍ୟ କୋଣାର୍କର ଆଖପାଖରେ ଆଜି ଦ୍ୱିତୀୟ ଦିନରେ ଏଏସ୍‍ଆଇ ପକ୍ଷରୁ ଭୂତଳ ଭେଦ ବିକିରଣ ସର୍ବେକ୍ଷଣ କରାଯାଉଛି। ଏହି ସର୍ବେକ୍ଷଣ ସମୟରେ ବୈଜ୍ଞାନିକ ଏବଂ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଭୂତଳେ ଥିବା ଏତିହାସିକ ନମୁନା ସଂଗ୍ରହ କରୁଛନ୍ତି। ବିଭିନ୍ନ ସମୟରେ କୋଣାର୍କକୁ ନେଇ ଅନେକ କାହାଣୀ ରଚନା ହୋଇଛି। ହେଲେ ଏହାର ପ୍ରମାଣ ପାଇବା ଲାଗି ସବୁଠାରୁ ପ୍ରମାଣିତ ଏହି ଜିପିଆର୍‍ ସର୍ବେକ୍ଷଣ କେବେ ହୋଇ ନଥିଲା। ଏହି ସର୍ବେକ୍ଷଣ ଦ୍ୱାରା ଭୂ- ପୃଷ୍ଠର ୧୫ ମିଟର ତଳ ଯାଏ ବିକିରଣ ରଶ୍ମୀ ପଠାଯାଇ ସେଠାରେ ଥିବା ଢାଞ୍ଚା ବାବଦରେ ପ୍ରମାଣ ସଂଗ୍ରହ କରାଯାଇଥାଏ। ୨୧ ଏବଂ ୨୨ ତାରିଖ ଦୁଇଦିନ ଧରି ଶ୍ରୀମନ୍ଦିୀରର ରତ୍ନ ଭଣ୍ଡାର ପାଖରେ ଏହିପରି ସର୍ବେକ୍ଷଣ କରାଯାଇଥିଲା। ଏହାର ରିପୋର୍ଟ ଏଯାଏ ସ୍ପଷ୍ଟ ହୋଇ ନାହିଁ। ପୁରୀଠାରେ ଗୁପ୍ତ ସୁଡ଼ଙ୍ଗ ଥିବା ନେଇ ଚର୍ଚ୍ଚା ହେଉଥିଲା।  ହେଲେ କୋଣାର୍କରେ ପୁରୁଣା ମନ୍ଦିରର ଧ୍ୱଂସାବଶେଷ ବା ପୂରାତନ ସଭ୍ୟତାର କିଛି ଅବଶେଷ ମିଳିବ ବୋଲି ଆଶା କରାଯାଉଛି। 

୧୨୦୦ ମସିହାର ଏହି ବିଶ୍ୱ ଐତିହ୍ୟ ବିଶ୍ୱର ପ୍ରତି କୋଣରୁ ଏତିହାସିକ ତଥା ଭ୍ରମଣକାରୀଙ୍କୁ ଭିନ୍ନ ଭିନ୍ନ ସମୟରେ ଆକର୍ଷିତ କରିଛି। ଏହି ସମୟରେ ସେମାନେ ନିଜ ନିଜ ବିବରଣୀରେ କୋଣାର୍କକୁ ବର୍ଣ୍ଣନା କରିଛନ୍ତି। ତେବେ ଏହି ବିବରଣୀ ଅନୁସାରେ ଏବେ ଐତିହାସିକ ନମୁନା ମିଳୁ ନାହିଁ। ହୁଏତ ତାହା ସଭ୍ୟତାର ବିକାଶ ତଥା ବାରମ୍ବାର ଆକ୍ରମଣ ହେତୁ ନଷ୍ଟ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି। ଏଣୁ ଏପରି ଅତ୍ୟାଧୁନିକ ସର୍ବେକ୍ଷଣ ଦ୍ୱାରା ଏବେ ତାହାର ପ୍ରମାଣ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି।

Read More
{}{}