Home >>Odisha State

ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍

Hirakud Dam: peqଗତ ରବିବାର ମୋଟ ୨୦ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ସ୍ଥିତିରେ ସୁଧାର ଯୋଗୁଁ ଗେଟଗୁଡିକୁ ଧୀରେ ଧୀରେ ବନ୍ଦ କରାଯାଉଛି।

Advertisement
ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍
Zee Odisha Desk|Updated: Aug 01, 2024, 03:51 PM IST
Share

ଭୁବନେଶ୍ଵର: ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି। ଗତ ରବିବାର ହୀରାକୁଦ ଜଳଭଣ୍ଡାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିଥିଲା। ହେଲେ ଉପର ମୁଣ୍ଡରେ ବର୍ଷାର ପରିମାଣ ନିୟନ୍ତ୍ରଣ ଥିବା ବେଳେ ଗତକାଲି ୨ଟି ଗେଟ୍ ବନ୍ଦ ହୋଇଥିବା ବେଳେ ପରେ ଆଉ ୪ଟି ଗେଟ୍ ବନ୍ଦ କରାଯାଇଥିଲା। ଆଜି ପୁଣି ୨ଟି ଗେଟ୍ ବନ୍ଦ କରାଯାଇଛି। ତେବେ ସମୁଦାୟ ଏବେ ହୀରାକୁଦର ମୋଟ ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ଜଳ। 

ଅନ୍ୟପଟେ ହୀରାକୁଦର ଗେଟ୍ ବନ୍ଦ ଦ୍ବାରା କଟକ ମୁଣ୍ଡଳୀରେ ମଧ୍ୟ ଜଳସ୍ତର ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଗତ ରବିବାର ମୋଟ ୨୦ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ସ୍ଥିତିରେ ସୁଧାର ଯୋଗୁଁ ଗେଟଗୁଡିକୁ ଧୀରେ ଧୀରେ ବନ୍ଦ କରାଯାଉଛି। ବର୍ତ୍ତମାନ ମୋଟ ୧୨ ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । 

ଅନ୍ୟପଟେ ଭୁବନେଶ୍ବର ଆଞ୍ଚଳିକ ପାଣିପାରଗ ବିଭାଗ ପକ୍ଷରୁ ରାଜ୍ୟର କୋରାପୁଟ ଜିଲ୍ଲା ସମେତ ୮ ଜିଲ୍ଲାକୁ ୩ ଘଣ୍ଟା ପାଇଁ ଅରେଞ୍ଜ ୱାର୍ଣ୍ଣଂ ଜାରି କରାଯାଇଛି। ଏସବୁ ଜିଲ୍ଲାର ତଳିଆ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ପାଣି ଜମିବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର କହିଛି। ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିରେ, ରାୟଗଡ଼ା, କନ୍ଧମାଳ,ଗଞ୍ଜାମ, ସୁନ୍ଦରଗଡ଼, ସମ୍ବଲପୁର, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣଂ ଜାରି କରାଯାଇଛି। ସେହିପରି ସୁନ୍ଦରଗଡ଼, ଦେବଗଡ଼, ସମ୍ୱଲପୁର, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ନବରଙ୍ଗପୁର,କୋରାପୁଟ, ମାଲକାନଗିରି, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Read More
{}{}