Hindi News >>Home >>Odisha State

ଶ୍ବାସରୁଦ୍ଧ ହୋଇ ଦୁଇ ଶ୍ରମିକ ମୃତ

Angul death case: ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଶ୍ରମିକଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

Advertisement
ଶ୍ବାସରୁଦ୍ଧ ହୋଇ ଦୁଇ ଶ୍ରମିକ ମୃତ
Zee Odisha Desk|Updated: Aug 28, 2024, 01:07 PM IST
Share

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଧଉରାପାଲି ଗାଁରେ ଅଭାନୀୟ ଘଟଣା ଘଟିଛି। ସେପଟିକ୍ ଟ୍ୟାଙ୍କ ଗ୍ୟାସରେ ଶ୍ୱାସରୁଦ୍ଧ ହୋଇ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟ ଜଣେ ପୁରୁଷ ଥିବା ସୂଚନା ମିଳିଛି। ବଇଦା ଗ୍ରାମର ଆର୍ତ୍ତତ୍ରାଣ ମିର୍ଦ୍ଧା ଓ ଅନ୍ୟ ଜଣେ ବାମୁର ପଞ୍ଚାୟତ ରେଙ୍ଗାଲ ବେଡ଼ା ଗ୍ରାମର ରିନା ମହାର। ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପସି ସେଟ୍ରିଂ ଖୋଲିବା ବେଳେ ଉଭୟ ଅଣ ନିଶ୍ବାସୀ ହୋଇ ଅସୁସ୍ଥ ହୋଇ ପଡିଥିଲେ। 

ଆଜି ସକାଳେ ଆର୍ତ୍ତତ୍ରାଣ ଓ ରିନା କାମ କରିବା ପାଇଁ ଧାଉରାପାଲି ଗାଁକୁ ଯାଇଥିଲେ। ସେଠାରେ ସେମାନେ ଜଣେ ଶିକ୍ଷକଙ୍କ ଘରେ ପାଇଖାନା ନୂତନ ଟାଙ୍କିର ସେଣ୍ଟ୍ରିଂ ଖୋଲୁଥିଲେ। ଟାଙ୍କି ଭିତରକୁ ଯାଇ କାର୍ଯ୍ୟ କରୁଥିବା ସମୟରେ ସେମାନଙ୍କୁ ଅଣ ନିଃଶ୍ୱାସ ଲାଗିବାରୁ ଚିତ୍କାର କରିଥିଲେ। ପରେ ସେମାନେ ପାଇଖାନା ଟାଙ୍କି ଭିତରେ ବେହୋସ ହୋଇ ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଶ୍ରମିକଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶ୍ରମିକ ଦ୍ୱୟଙ୍କୁ ମୃତ ଘୋଷଣା କରିଥିଲେ। କିଶୋରନଗର ପୁଲିସ ଘଟଣାର ତଦନ୍ତ କରୁଛି।

Read More
{}{}