Home >>Odisha State

Odisha News: ଶୈକ୍ଷିକ କ୍ଷେତ୍ରରେ କୃତିତ୍ୱ ପାଇଁ ଦୁଇ ବିଜ୍ଞାନ ପ୍ରାଧ୍ୟାପକ ସମ୍ମାନୀତ

କଟକ: ଶୈକ୍ଷିକ କ୍ଷେତ୍ରରେ କୃତିତ୍ୱ ପାଇଁ ଦୁଇଜଣ ବିଜ୍ଞାନ ପ୍ରାଧ୍ୟାପକଙ୍କୁ ମିଳିଛି ସଫଳତା ଓ ସ୍ୱୀକୃତି। ଗତ ଶୁକ୍ରବାର କୋଲକାତାସ୍ଥିତ “ଫିଜିଓଲୋଜିକାଲ ସୋସାଇଟି ଅଫ୍ ଇଣ୍ଡିଆ” ଅନ୍ତର୍ଗତ ଫିଜିଓଲୋଜି ବିଭାଗ ପକ୍ଷରୁ ସୋସାଇଟିର ଆଜୀବନ ସଦସ୍ୟ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଥିବା ପ୍ରାଧ୍ୟାପକ ଡ. ତୀର୍ଥଙ୍କର ଘୋଷଙ୍କୁ “ପ୍ରଫେସର ଏସ୍.

Advertisement
Odisha News: ଶୈକ୍ଷିକ କ୍ଷେତ୍ରରେ କୃତିତ୍ୱ ପାଇଁ ଦୁଇ ବିଜ୍ଞାନ ପ୍ରାଧ୍ୟାପକ ସମ୍ମାନୀତ
Zee Odisha Desk|Updated: Sep 16, 2024, 08:12 PM IST
Share

Odisha News: କଟକ: ଶୈକ୍ଷିକ କ୍ଷେତ୍ରରେ କୃତିତ୍ୱ ପାଇଁ ଦୁଇଜଣ ବିଜ୍ଞାନ ପ୍ରାଧ୍ୟାପକଙ୍କୁ ମିଳିଛି ସଫଳତା ଓ ସ୍ୱୀକୃତି। କୋଲକାତାସ୍ଥିତ “ଫିଜିଓଲୋଜିକାଲ ସୋସାଇଟି ଅଫ୍ ଇଣ୍ଡିଆ” ପକ୍ଷରୁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ‘ହେଲଥ ଆଣ୍ଡ ୱେଲନେସ୍’ ବିଭାଗର ଡିନ୍ ତଥା ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ (ଡଃ.) ତୀର୍ଥଙ୍କର ଘୋଷଙ୍କୁ “ପ୍ରଫେସର ଏସ୍. ଆର୍. ମୈତ୍ର ସ୍ମାରକୀ ବକ୍ତୃତାମାଳା ପୁରସ୍କାର-2024”ରେ ସମ୍ମାନିତ କରାଯାଇଛି ।ଜୈବିକ ବିଜ୍ଞାନ (ବାୟୋଲଜିକାଲ ସାଇନ୍ସ) କ୍ଷେତ୍ରରେ ଏହି ସ୍ମାରକୀ ପୁରସ୍କାର ଅତ୍ୟନ୍ତ ମର୍ଯ୍ୟାଦାଜନକ ସ୍ଥାନ ହାସଲ କରିପାରିଛି । ଶ୍ରମଦକ୍ଷତା ଶାସ୍ତ୍ର, ଭୌତିକ ବିଜ୍ଞାନ, ବ୍ୟାୟାମ ଏବଂ କ୍ରୀଡ଼ା ବିଜ୍ଞାନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବୈଜ୍ଞାନିକମାନଙ୍କୁ ଏହି ପୁରସ୍କାର ନିମନ୍ତେ ମନୋନୟନ ପ୍ରକ୍ରିୟାରେ ସାମିଲ କରାଯାଇଥାଏ । ଏହି ପୁରସ୍କାର ତାଙ୍କୁ ନିଜ କର୍ତ୍ତବ୍ୟ ପ୍ରତି ଅଧିକ ସଚେତନ ଏବଂ ଦାୟିତ୍ୱବାନ କରିଥିବା ପ୍ରାଧ୍ୟାପକ (ଡଃ.) ତୀର୍ଥଙ୍କର ଘୋଷ କହିଛନ୍ତି ।

ସେହିପରି ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଆୟୋଜିତ ହୋଇଥିବା “ଓଡ଼ିଶା ଟେକ୍ନୋଲୋଜିକାଲ କନକ୍ଲେଭ-2024”ରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି ବିଭାଗର ଡିନ୍ ପ୍ରାଧ୍ୟାପକ (ଡଃ.) ରବିନାରାୟଣ ଶତପଥୀଙ୍କୁ ମଧ୍ୟ ଶିକ୍ଷା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ “ଏଭରଗ୍ରୀନ୍ ଫୋରମ୍” ପକ୍ଷରୁ ଓୟୁଏଟି ଏବଂ ଓୟୁଟିଆର୍ କୁଳପତି ଦ୍ୱୟଙ୍କ ଉପସ୍ଥିତିରେ “ଓଡ଼ିଶା ଟେକ୍ନୋକ୍ରାଟ୍” ପୁରସ୍କାର ପ୍ରଦାନ କରାଯାଇଛି ।ଏହି କନକ୍ଲେଭର ଥିମ୍ ରହିଥିଲା “ଜଳବାୟୁ ପରିବର୍ତ୍ତନ ଓ ତଦ୍ ଜନିତ ପରିସ୍ଥିତିର ସମ୍ମୁଖୀନ ହେବାରେ ଇଞ୍ଜିନିୟରମାନଙ୍କ ଭୂମିକା ।”ଏଥିରେ ନିଜର ଉଲ୍ଲେଖନୀୟ ଯୋଗଦାନ ପାଇଁ ପ୍ରାଧ୍ୟାପକ (ଡଃ.) ରବିନାରାୟଣ ଶତପଥୀଙ୍କୁ ଏହି ପୁରସ୍କାର ମିଳିଛି । ଏହା ତାଙ୍କ କ୍ୟାରିଅରରେ ଏକ ମାଇଲ ଖୁଣ୍ଟ ସଦୃଶ ଏବଂ ଆଗକୁ ଅଧିକରୁ ଅଧିକ ସଫଳତା ନିମନ୍ତେ ପ୍ରେରିତ କରିବ ବୋଲି ଡଃ. ଶତପଥୀ ପ୍ରକାଶ କରିଛନ୍ତି । ଦୁଇ ବିଜ୍ଞାନ ପ୍ରାଧ୍ୟାପକଙ୍କର ଏହି ବିରଳ ସଫଳତାରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହାର କୁଳପତି ଡଃ. ତେଜପ୍ରତାପ ଏବଂ ସଭାପତି ପ୍ରଫେସର ରଜିତା କୁଲକର୍ଣ୍ଣୀ ପ୍ରମୁଖ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Read More
{}{}