Home >>Odisha State

Udit Pradhan: ଛାତ୍ର କଂଗ୍ରେସ ସଭାପତିରୁ ଉଦିତ ପ୍ରଧାନ ନିଲମ୍ବିତ

ଭୁବନେଶ୍ୱର: ଦୁଷ୍କର୍ମ ଅଭିଯୋଗରେ ନିଲମ୍ବିତ ହେଲେ ଉଦିତ ପ୍ରଧାନ। ଛାତ୍ର କଂଗ୍ରେସ ସଭାପତି ପଦରୁ ନିଲମ୍ବିତ ହୋଇଛନ୍ତି ଉଦିତ। ଜାତୀୟ କଂଗ୍ରେସ ସଭାପତି ତାଙ୍କ ବିରୋଧରେ ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।  ଏଠାରେ କହି ରଖୁ କି  ଛାତ୍ରୀଙ୍କୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଉଦିତ ପ୍ରଧାନକୁ ଗି

Advertisement
Udit Pradhan: ଛାତ୍ର କଂଗ୍ରେସ ସଭାପତିରୁ ଉଦିତ ପ୍ରଧାନ ନିଲମ୍ବିତ
Prabhudatta Moharana|Updated: Jul 21, 2025, 01:00 PM IST
Share

Udit Pradhan: ଭୁବନେଶ୍ୱର: ଦୁଷ୍କର୍ମ ଅଭିଯୋଗରେ ନିଲମ୍ବିତ ହେଲେ ଉଦିତ ପ୍ରଧାନ। ଛାତ୍ର କଂଗ୍ରେସ ସଭାପତି ପଦରୁ ନିଲମ୍ବିତ ହୋଇଛନ୍ତି ଉଦିତ। ଜାତୀୟ କଂଗ୍ରେସ ସଭାପତି ତାଙ୍କ ବିରୋଧରେ ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। 

ଏଠାରେ କହି ରଖୁ କି  ଛାତ୍ରୀଙ୍କୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଉଦିତ ପ୍ରଧାନକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ଜଣେ ଛାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦ୍ରବ୍ୟ ଦେଇ ଦୁଷ୍କର୍ମ କରିବା ନେଇ ଛାତ୍ରୀ ଜଣକ ଲିଖିତ ଅଭିଯୋଗ କରିଥିଲେ। ମଞ୍ଚେଶ୍ୱର ଅଂଚଳରେ ଥିବା ଏକ ହୋଟେଲରେ ତାଙ୍କୁ ଦୁଷ୍କର୍ମ କରିବା ନେଇ ଅଭିଯୋଗ କରିଥିଲେ ଛାତ୍ରୀ । ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଉଦିତ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ । ଆଜି ଉଦିତ ପ୍ରଧାନ ଓ ଅଭିଯୋଗକାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ନମୁନା ସଂଗ୍ରହ କରାଯିବ। 

ସେପଟେ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ ଏକ ତଦନ୍ତକାରୀ କମିଟି ଗଠନ କରିଛି। ବରିଷ୍ଠ ନେତ୍ରୀ ସସ୍ମିତା ବେହେରାଙ୍କ ନେତୃତ୍ୱରେ ଏହି କମିଟି ଅନୁଧ୍ୟାନ କରିବ। ବିଧାୟିକା ସୋଫିଆ ଫିର୍ଦ୍ଦୋଶଙ୍କ ସହିତ ଡ. ଦେବସ୍ମିତା ଶର୍ମା, ସୋନାଲି ସାହୁ, ଜୟଶ୍ରୀ ପାତ୍ର, ଡ. ମନିଶା ଦାସ ପଟ୍ଟନାୟକ ପ୍ରମୁଖ ରହିଛନ୍ତି। 

Read More
{}{}