Hindi News >>Home >>Odisha State

Odisha News: ସରକାର ପରିବର୍ତ୍ତନ ପରେ ଦେବୀ ନଦୀ ସେତୁ ନିର୍ମାଣକୁ ନେଇ ଅନିଶ୍ଚିତତା

Odisha News: ପ୍ରତିଦିନ ହଜାର ହଜାର ଲୋକ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି। ଦୀର୍ଘ ବର୍ଷ ହେବ ଭଣ୍ଡିସାହି ନିକଟରେ ଏକ ବ୍ରିଜ ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରି ଆସୁଥିଲେ। ତେବେ ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ଜଗତସିଂହପୁର ଓ ପୁରୀ ଜିଲ୍ଲାବାସୀ ଙ୍କ ଯାତାୟତ କୁ ଦୃଷ୍ଟି ରେ ରଖି ତତ୍କାଳୀନ ସରକାରଙ୍କ ସମୟରେ ମନ୍ତ୍ରୀ ତୁଷାର କାନ୍ତି ବେହେରା ଭଣ୍ଡିସାହି ନିକଟରେ ଏକ ବ୍ରିଜ ନିର୍ମାଣ ପାଇଁ ଶୁଭ ଦେଇ ଥିଲେ। ଏହାକୁ ନେଇ ଅଞ୍ଚଳବାସୀ ବେଶ ଖୁସି ଥିବାବେଳେ ଏବେ ସରକାର ପରିବର୍ତ୍ତନ ହୋଇ ଥିବାବେଳେ ବ୍ରିଜ ନିର୍ମାଣ କେବେ ହେବ ତାକୁ ନେଇ ଆଶା ଆଶଙ୍କା ରହିଛନ୍ତି ଅଂଚଳବାସୀ। 

Advertisement
Odisha News: ସରକାର ପରିବର୍ତ୍ତନ ପରେ ଦେବୀ ନଦୀ ସେତୁ ନିର୍ମାଣକୁ ନେଇ ଅନିଶ୍ଚିତତା
Narayan Behera|Updated: Jul 30, 2024, 05:57 AM IST
Share

Odisha News: ଜଗତସିଂହପୁର ଜିଲ୍ଲା ଭଣ୍ଡିସାହି ନିକଟସ୍ଥ ଦେବୀ ନଦୀରେ କେବେ ନିର୍ମାଣ ହେବ ବିଜୁ ସେତୁ, ସରକାର ପରିବର୍ତ୍ତନ ପରେ ସେତୁ ନିର୍ମାଣକୁ ନେଇ ସୃଷ୍ଟି ହୋଇଛି ଅନିଶ୍ଚିତତା। ଜଗତସିଂହପୁର ଜିଲ୍ଲା ଓ ପୁରୀ ଜିଲ୍ଲା କୁ ସଂଯୋଗ କରୁଥିବା ନାଉଗାଁ ବ୍ଲକ ଭଣ୍ଡିସାହି ନିକଟରେ ଦେବୀ ନଦୀରେ ଏକ ବ୍ରିଜ ନିର୍ମାଣ ପାଇଁ ତତ୍କାଳୀନ ସରକାରଙ୍କ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପଥରପକା-ଭଣ୍ଡିସାହି ରାସ୍ତାର ଦେବୀ ନଦୀ ଉପରେ ଉଚ୍ଚ ସେତୁ ନିର୍ମାଣ ପାଇଁ ଶୁଭ ଦିଆଯାଇ ଥିଲା। ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୪ ମାର୍ଚ୍ଚ ମାସ ଏକ ତାରିଖରେ ମନ୍ତ୍ରୀ ଓ ଜଗତସିଂହପୁର ସାଂସଦ ରାଜଶ୍ରୀ ମାଲିକଙ୍କ ଉପସ୍ଥିତରେ ଫଳକ ଲଗାଯିବା ସହିତ ବ୍ରିଜ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ଏବେ ସରକାର ପରିବର୍ତ୍ତନ ହୋଇ ଥିବା ବେଳେ ବ୍ରିଜ ନିର୍ମାଣକୁ ନେଇ ଅନିଶ୍ଚିତତା ଦେଖାଦେଇଛ। 

 ପ୍ରତିଦିନ ହଜାର ହଜାର ଲୋକ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି। ଦୀର୍ଘ ବର୍ଷ ହେବ ଭଣ୍ଡିସାହି ନିକଟରେ ଏକ ବ୍ରିଜ ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରି ଆସୁଥିଲେ। ତେବେ ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ଜଗତସିଂହପୁର ଓ ପୁରୀ ଜିଲ୍ଲାବାସୀ ଙ୍କ ଯାତାୟତ କୁ ଦୃଷ୍ଟି ରେ ରଖି ତତ୍କାଳୀନ ସରକାରଙ୍କ ସମୟରେ ମନ୍ତ୍ରୀ ତୁଷାର କାନ୍ତି ବେହେରା ଭଣ୍ଡିସାହି ନିକଟରେ ଏକ ବ୍ରିଜ ନିର୍ମାଣ ପାଇଁ ଶୁଭ ଦେଇ ଥିଲେ। ଏହାକୁ ନେଇ ଅଞ୍ଚଳବାସୀ ବେଶ ଖୁସି ଥିବାବେଳେ ଏବେ ସରକାର ପରିବର୍ତ୍ତନ ହୋଇ ଥିବାବେଳେ ବ୍ରିଜ ନିର୍ମାଣ କେବେ ହେବ ତାକୁ ନେଇ ଆଶା ଆଶଙ୍କା ରହିଛନ୍ତି ଅଂଚଳବାସୀ। ଏହି ଭଣ୍ଡିସାହି ନିକଟସ୍ଥ ନଦୀ ନଦୀ ଘାଟ ଉପରେ ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ, ବାଲିକୁଦା ବ୍ଲକ ଓ ଏରସମା ବ୍ଲକର ହଜାର ହଜାର ଲୋକ ନିର୍ଭର କରିଥାନ୍ତି। ପ୍ରତିଦିନ ଏହି ଘାଟରେ ବିପଦ ସଂକୁଳ ଅବସ୍ଥାରେ ସ୍କୁଲ କଲେଜ ପିଲାଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ମାନେ ଯାତାୟତ କରିବାକୁ ବାଧ୍ୟ ହୋଇଥାନ୍ତି ।

ତେବେ ଏଠାରେ ଏକ ବ୍ରିଜ ନିର୍ମାଣ କରାଗଲେ ଉଭୟ ଜଗତସିଂହପୁର ଓ ପୁରୀ ଜିଲ୍ଲାର ହଜାର ହଜାର ଲୋକ ଉପକୃତ ହୋଇପାରିବେ । ତେବେ ଦୀର୍ଘ ବର୍ଷ ହେବ ଦେବୀ ନଦୀ ର ଭଣ୍ଡିସାହି ନିକଟରେ ଏକ ବ୍ରିଜ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା ବେଳେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ସହିତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଜରୁରୀ ଅଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Read More
{}{}