Hindi News >>Home >>Odisha State

ଓଡ଼ିଶା ଗସ୍ତରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡୀ

G kishan reddy: ଏଥିରେ ସରକାରୀ କ୍ଷେତ୍ର, ଘରୋଇ କ୍ଷେତ୍ର ଏବଂ ଶିଳ୍ପ ସଂଘର ଅଂଶୀଦାରମାନେ ସାମିଲ ହୋଇଥିଲେ। ଭୁବନେଶ୍ବର ସ୍ଥିତ ନାଲକୋର ମୁଖ୍ୟ କାର୍ଯ୍ୟାଳୟରେ ଏହି ଅବସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଜି କିଷନ ରେଡ୍ଡୀଙ୍କ ସହ ଖଣି ସଚିବ ଭିଏଲ୍ କାନ୍ଥା ରାଓ କୋଇଲା ଓ ଖଣି ମନ୍ତ୍ରଣାଳୟର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। 

Advertisement
ଓଡ଼ିଶା ଗସ୍ତରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡୀ
Zee Odisha Desk|Updated: Jan 20, 2025, 11:10 AM IST
Share

ଭୁବନେଶ୍ଵର: କୋଣାର୍କରେ ଆଜି ଠାରୁ ଆରମ୍ଭ ହେଉଛି ଦୁଇଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ। ଓଡ଼ିଶା ସରକାରଙ୍କ ସହଯୋଗରେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ତରଫରୁ ସମ୍ମିଳନୀର ଏହି ତୃତୀୟ ସଂସ୍କରଣ କୋଣାର୍କରେ ଆୟୋଜିତ ହେଉଛି। ବିକଶିତ ଭାରତ ୨୦୪୭ ଭିଜନ ସମନ୍ୱିତ ଦୁଇଦିନିଆ ଏହି ସମ୍ମିଳନୀରେ ସାମିଲ ହେବେ ୧୬ଟି ରାଜ୍ୟର ଖଣିମନ୍ତ୍ରୀ। ଏହି ଅବସରରେ ପ୍ରଥମ ଥର ଲାଗି ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡୀ। ଓଡ଼ିଶା ଗସ୍ତ ଅବସରରେ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ଖଣି ଓ କୋଇଲା ଶିଳ୍ପ ଅଂଶୀଦାରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି। 

ଏଥିରେ ସରକାରୀ କ୍ଷେତ୍ର, ଘରୋଇ କ୍ଷେତ୍ର ଏବଂ ଶିଳ୍ପ ସଂଘର ଅଂଶୀଦାରମାନେ ସାମିଲ ହୋଇଥିଲେ। ଭୁବନେଶ୍ବର ସ୍ଥିତ ନାଲକୋର ମୁଖ୍ୟ କାର୍ଯ୍ୟାଳୟରେ ଏହି ଅବସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଜି କିଷନ ରେଡ୍ଡୀଙ୍କ ସହ ଖଣି ସଚିବ ଭିଏଲ୍ କାନ୍ଥା ରାଓ କୋଇଲା ଓ ଖଣି ମନ୍ତ୍ରଣାଳୟର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। 

Read More
{}{}