Home >>Odisha State

utkarsh odisha: ଆଜି ଠୁ ଉତ୍କର୍ଷ ଓଡ଼ିଶା କନକ୍ଲେଭ, ସାମିଲ ହେବେ ୭ ହଜାରରୁ ଅଧିକ ଅତିଥି

ପୁଣି ଥରେ ଦୁଇ ଦିନ ପାଇଁ କମ୍ପିବ ରାଜ୍ୟ ରାଜଧାନୀ ଭୁବନେଶ୍ୱର। କଡ଼ା ସୁରକ୍ଷା ମଧ୍ୟରେ ଏକାଠି ବିଶ୍ୱରୁ ୭୫୦୦ରୁ ଅଧିକ ବିଦେଶୀ ଅତିଥି। ରାଜ୍ୟରେ କରିବେ ମୋଟା ଅଙ୍କର ନିବେଶ। ଆଜି ଠାରୁ ଭୁବନେଶ୍ୱରରେ ହେଉଥିବା ଉତ୍କର୍ଷ ଓଡ଼ିଶାରେ ଯୋଗ ଦେବେ ୧୬ ଦେଶର ପ୍ରାୟ ସାଡେ ୭ ହଜାର ଅତିଥି। ଏହି ଉତ୍କର୍ଷ ଓଡିଶାକୁ ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିବ

Advertisement
utkarsh odisha: ଆଜି ଠୁ ଉତ୍କର୍ଷ ଓଡ଼ିଶା କନକ୍ଲେଭ, ସାମିଲ ହେବେ ୭ ହଜାରରୁ ଅଧିକ ଅତିଥି
Prabhudatta Moharana|Updated: Jan 28, 2025, 09:08 AM IST
Share

Utkarsh Odisha: ପୁଣି ଥରେ ଦୁଇ ଦିନ ପାଇଁ କମ୍ପିବ ରାଜ୍ୟ ରାଜଧାନୀ ଭୁବନେଶ୍ୱର। କଡ଼ା ସୁରକ୍ଷା ମଧ୍ୟରେ ଏକାଠି ବିଶ୍ୱରୁ ୭୫୦୦ରୁ ଅଧିକ ବିଦେଶୀ ଅତିଥି। ରାଜ୍ୟରେ କରିବେ ମୋଟା ଅଙ୍କର ନିବେଶ। ଆଜି ଠାରୁ ଭୁବନେଶ୍ୱରରେ ହେଉଥିବା ଉତ୍କର୍ଷ ଓଡ଼ିଶାରେ ଯୋଗ ଦେବେ ୧୬ ଦେଶର ପ୍ରାୟ ସାଡେ ୭ ହଜାର ଅତିଥି। ଏହି ଉତ୍କର୍ଷ ଓଡିଶାକୁ ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିବେ। କନକ୍ଲେଭର ମୂଳ ଲକ୍ଷ୍ୟ ହେଉଛି ଓଡ଼ିଶାକୁ ଏକ ପ୍ରମୁଖ ନିବେଶ ସ୍ଥଳ ଭାବେ ଉପସ୍ଥାପନ କରିବା। ଏହା ସହିତ ବିଦେଶୀ ନିବେଶକମାନଙ୍କୁ ପୁଞ୍ଜିନିବେଶ ଲାଗି ଆକୃଷ୍ଟ କରିବା। କନକ୍ଲେଭରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ। ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ ଓରାମ ମଧ୍ୟ ସାମିଲ ହେବେ ବୋଲି ସୂଚନା ରହିଛି। 

ମିଳିଥିବା ସୂଚନା ଅନୁଯାୟୀ ଜାପାନ, ଅଷ୍ଟ୍ରେଲିଆ, ମାଲେସିଆ, ଭିଏତନାମ, ଆମେରିକା ଭଳି ରାଷ୍ଟ୍ରରୁ ପ୍ରାୟ ୨୦୦ରୁ ଅଧିକ ନିବେଶକ ଆସୁଥିବା ନେଇ ସୂଚନା ରହିଛି। ସେହିପରି ଦେଶ ମଧ୍ୟରେ ଆର୍ସେଲର ମିତ୍ତଲର ମୁଖ୍ୟ ଲକ୍ଷ୍ମୀ ଏନ ମିତ୍ତଲ, ଆଦିତ୍ୟ ବିର୍ଲା ଗୃପର ମୁଖ୍ୟ କୁମାର ମଙ୍ଗଳମ ବିର୍ଲା, ବେଦାନ୍ତର ମୁଖ୍ୟ ଅନୀଲ ଅଗ୍ରୱାଲ, ଜେଏସଡବ୍ଲ୍ୟୁର ମୁଖ୍ୟ ସଜ୍ଜନ ଜିନ୍ଦଲ, ଆଦାନୀ ପୋର୍ଟସ ଆଣ୍ଡ ଏସଇଜେଡ଼ର କରଣ ଅଦାନୀଙ୍କ ଭଳି ପ୍ରତିଷ୍ଠିତ ଶିଳ୍ପପତିମାନେ ମଧ୍ୟ ଆସିବାର ସମ୍ଭାବନା ରହିଛି। 

ଏହି କନକ୍ଲେଭରେ ଷ୍ଟାର୍ଟଅପ ଓଡ଼ିଶା, ସ୍କିଲଡ ଇନ ଓଡିଶା ଓ ମହିଳା ଉଦ୍ୟମିତା ଉପରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହା ବ୍ୟତୀତ ସିଇଓ ରାଉଣ୍ଡଟେବୁଲ, ମହିଳା ନେତୃତ୍ୱ ରାଉଣ୍ଡ ଟେବୁଲ ଓ ଏଡିଟର୍ସ ରାଉଣ୍ଡ ଟେବୁଲ ଅନୁଷ୍ଠିତ ହେବ। ଫୋକସରେ ଥିବା ଦେଶ ଗୁଡିକୁ ମଧ୍ୟ ନେଇ ଏକ ସ୍ୱତନ୍ତ୍ର ଅଧିବେଶ ଆୟୋଜନ କରାଯିବ। କନକ୍ଲେଭର ମୋଟି ୧୫ଟି ସ୍ୱତନ୍ତ୍ର ଅଧିବେଶନ  ରହିଛି। ପ୍ରଥମ ଦିନରେ ୫ଟି ଓ ଦ୍ୱିତୀୟ ଦିନରେ ୧୦ଟି ଅଧିବେଶନ ଅନୁଷ୍ଠିତ ହେବ। ଜାନୁଆରୀ ୩୦ରେ ମେକ ଇନ ଓଡିଶା ଏକ୍ସପୋ ସାଧାରଣ ଜନତାଙ୍କ ପରିଦର୍ଶନ ପାଇଁ ଖୋଲାଯିବ। ସେଥିରେ ୧୫୦ରୁ ଅଦିକ ପ୍ରଦର୍ଶନ କାରୀ ସେମାନଙ୍କ ଉତ୍ପାଦ ସେବା ଓ ସମାଧାନ ପ୍ରଦାନ କରିବେ।

Read More
{}{}