Hindi News >>Home >>Odisha State

Vigilance Raid: ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର, ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଚାଲିଛି ରେଡ୍

Vigilance Raid: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ। ଆୟ ବହିଃଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଚିପ ଇଞ୍ଜିନିୟର ଏଣ୍ଡ ବେସିନ ମେନେଜର (ବୈତରଣୀ ବେସିନ)ର କୈଳାସ ଚନ୍ଦ୍ର ସାହୁ ।

Advertisement
Vigilance Raid: ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର, ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଚାଲିଛି ରେଡ୍
Abhaya mohanty|Updated: Oct 22, 2024, 10:17 AM IST
Share

Vigilance Raid: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ। ଆୟ ବହିଃଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଚିପ ଇଞ୍ଜିନିୟର ଏଣ୍ଡ ବେସିନ ମେନେଜର (ବୈତରଣୀ ବେସିନ)ର କୈଳାସ ଚନ୍ଦ୍ର ସାହୁ । କୈଳାସ ଚନ୍ଦ୍ର ସାହୁ କେନ୍ଦୁଝର ଓ ଭଦ୍ରକ ଜିଲ୍ଲା ଦାୟିତ୍ଵରେ ଅନେକ ଦିନ ଧରି ରହି ଆସୁଥିବା ବେଳେ ତାଙ୍କ ନାମରେ ବିଭିନ୍ନ ସମୟରେ ଦୁର୍ନତୀର ଅନେକ ଅଭିଯୋଗ ହୋଇ ଆସୁଥିଲା ।

ଶେଷରେ ସେ ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ତାଙ୍କର ଓଡ଼ିଶାର ୧୦ଟି ସ୍ଥାନରେ ଚଢାଉ ଚାଲିଛି । ବର୍ତ୍ତମାନ ଯାଏ ୩୬ଟି ଜାଗା , ୩ଟି ପ୍ଲାଟ ଓ ଯାଜପୁର ର କୋରେଇଠାରେ ଏକ ୩ ମହଲା କୋଠା ଓ ଏକ ଡଷ୍ଟର ଗାଡ଼ି ଠାବ ହୋଇଛି । ଏଥି ସହ କେନ୍ଦୁଝର ଅଫିସ , ସରକାରୀ ବାସଭବନ , ଯାଜପୁର ର କୋରେଇ ଓ ବ୍ୟାସନଗର , ଭୂବନେଶ୍ଵର , କଟକ ଓ ପୁରି ର ୧୦ଟି ଜାଗାରେ ଏକକାଳିନ ଚଢାଉ ଚାଲିଛି ।

Read More
{}{}