Hindi News >>Home >>Odisha State

ବିଶାଖାପାଟଣା ରେଳ ଷ୍ଟେସନଠାରେ କୋଚରେ ନିଆଁ ଲାଗିବା ଘଟଣା, ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆଦେଶ

Visakhapatnam: ପୂର୍ବାହ୍ନ ୯ଟା ୪୦ ମିନିଟ ସମୟରେ ରକ୍ଷଣାବେକ୍ଷଣ ପାଇଁ କୋଚ୍ ମେଣ୍ଟେନାନ୍ସ ଡିପୋକୁ ଯିବା ପୂର୍ବରୁ ଏଥିରେ ଧୂଆଁ ବାହାରୁଥିବା ଦେଖି ଡ୍ୟୁଟିରେ ଥିବା ଆରପିଏଫ ଓ କ୍ୟା୍ଟେରିଙ୍ଗ କର୍ମଚାରୀ ଖବର ଦେଇଥିଲେ।

Advertisement
ବିଶାଖାପାଟଣା ରେଳ ଷ୍ଟେସନଠାରେ କୋଚରେ ନିଆଁ ଲାଗିବା ଘଟଣା, ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆଦେଶ
Zee Odisha Desk|Updated: Aug 04, 2024, 09:19 PM IST
Share

ବିଶାଖାପାଟଣା: ଆଜି ପୂର୍ବାହ୍ନରେ ବିଶାଖାପାଟଣା ରେଳ ଷ୍ଟେସନ ଠାରେ ବନ୍ଦ ଅବସ୍ଥାରେ ଥିବା ଏକ ଖାଲି ଏସି କୋଚ (ଯାହାକି ରକ୍ଷଣାବେକ୍ଷଣ ପାଇଁ ଯିବାର ଥିଲା) ରେ ନିଆଁ ଘଟଣାକୁ ଶୀଘ୍ର ଅନୁସନ୍ଧାନ ସହିତ ଆୟତ୍ତ କରାଯାଇ ପାରିଥିଲା। ଏହି କୋଚ୍ ସକାଳ ୬ଟା ୩୦ମିନିଟରେ ବିଶାଖାପାଟଣା ଷ୍ଟେସନଠାରେ ପହଞ୍ଚି ଏହାର ଯାତ୍ରା ସମାପ୍ତ କରିଥିଲା। ପୂର୍ବାହ୍ନ ୯ଟା ୪୦ ମିନିଟ ସମୟରେ ରକ୍ଷଣାବେକ୍ଷଣ ପାଇଁ କୋଚ୍ ମେଣ୍ଟେନାନ୍ସ ଡିପୋକୁ ଯିବା ପୂର୍ବରୁ ଏଥିରେ ଧୂଆଁ ବାହାରୁଥିବା ଦେଖି ଡ୍ୟୁଟିରେ ଥିବା ଆରପିଏଫ ଓ କ୍ୟା୍ଟେରିଙ୍ଗ କର୍ମଚାରୀ ଖବର ଦେଇଥିଲେ। ଷ୍ଟେସନ୍ ଷ୍ଟାଫ ଓ ଆରପିଏଫ ପକ୍ଷରୁ ଆନ୍ଧ୍ରପ୍ରଦେଶ ଫାୟାର ବ୍ରିଗେଡକୁ ଖବର ଦିଆଯାଇଥିଲା। ଫାୟାର ବ୍ରିଗେଡ ୧୦ଟା ଘଣ୍ଟା ୧୦ ମିନିଟରେ ପହଞ୍ଚି ପ୍ରାୟ ଘଣ୍ଟାଏ ମଧ୍ୟରେ ନିଆଁ କୁ ଆୟତ୍ତ କରିଥିଲା। ରେଳ ଚଳାଚଳ କ୍ଷେତ୍ରରେ କୌଣସି ପ୍ରଭାବ ନଥିବାବେଳେ ସମସ୍ତ ଟ୍ରେନ ସଠିକ ସମୟରେ ଚଳାଚଳ କରିଥିଲା। ଟ୍ରେନ୍ କୋଚ୍ କୁ ଅନୁସନ୍ଧାନ ଓ ପରୀକ୍ଷଣ ପାଇଁ କୋଚ ମେଣ୍ଟେନାନ୍ସ ଡିପୋକୁ ନିଆଯାଇଛି। ସମସ୍ତ ଟ୍ରେନ ବିଶାଖାଟଣାଠାରେ ସଠିକ ସମୟରେ ସେମାନଙ୍କର ଚଳାଚଳ କରିଥିଲା। ଏହି ଘଟଣା ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ ଆଦେଶ ଦିଆଯାଇଛି। 

 

Read More
{}{}