Vishwakarma Puja 2024: ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଚଳିତ ବର୍ଷ ପୂଜା ମଣ୍ଡପ ସଂଖ୍ୟା ବୃଦ୍ଧି ପାଇଛି। ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ବନ୍ଦର ସହର ପାରାଦୀପରେ ହେବାକୁ ଯାଉଥିବା ଓଡିଶା ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ଉତ୍ସବ ପାଇଁ ବିଭିନ୍ନ ପୂଜା ମଣ୍ଡପ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ନିଜ ନିଜ ପୂଜା ମଣ୍ଡପ ଠାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବାଉଁଶ ପୋତା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପୂର୍ବ ବର୍ଷ ଅପେକ୍ଷା ଚଳିତ ଥର ପୂଜାରେ ଗୋଟିଏ ସ୍ଥାନରେ ୧୪ ରୁ ୨୦ ଟି ପୂଜା ମେଢ଼ ନିର୍ମାଣ କରା ଯାଉଥିବା ବେଳେ ଏଥର ମହା ଆଡମ୍ବର ସହକାରେ ପୂଜା ଉତ୍ସବ ପାଳନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସମସ୍ତ ପୂଜା କମିଟି। ପାରାଦୀପ ବନ୍ଦର ସମେତ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ପୂଜା ଅନୁଷ୍ଠିତ ହେଉଥିବା ବେଳେ ସବୁଠାରୁ ଆକର୍ଷଣୀୟ ପୂଜା ସ୍ଥାନୀୟ ଜୟଦେବ ସଦନ ଛକ ନିକଟସ୍ଥ ପଡିଆରେ ସାତଦିନ ବ୍ୟାପି ଅନୁଷ୍ଠିତ ହୋଇଥାଏ।
ALSO READ: ଆଗାମୀ ସପ୍ତାହ ଏହିସବୁ ରାଶିଙ୍କ ପାଇଁ ରହିବ ଅତ୍ୟନ୍ତ ଖାସ୍, ମେଷ-ମିଥୁନ ସହ ଏହି ୫ ରାଶିକୁ ମିଳିବ ଶୁଭଫଳ ସହ...
ଏଠାରେ ପାଖାପାଖି ୧୦ ଟି ବଡ ବଡ଼ ପୂଜା ମଣ୍ଡପ ନିର୍ମାଣ ହେଉଥିବା ବେଳେ ଏଥର ପ୍ରାୟ ୧୪ ରୁ ଉର୍ଦ୍ଧ ପୂଜା ମଣ୍ଡପ ପ୍ରସ୍ତୁତି କରାଯାଉଛି ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଚଳିତବର୍ଷ ବିଶ୍ବକର୍ମା ପୂଜା ରେ ବ୍ୟାପକ ଜନସମାଗମ ହେବ ବୋଲି ଆଶା କରା ଯାଉଥିବା ବେଳେ ଶାନ୍ତି ଶୃଙ୍ଖଳା ନିମନ୍ତେ ବ୍ୟାପକ ପୋଲିସ ମୃତୟନ କରାଯିବା ସହିତ ଉତ୍ସବର ସଫଳତା ପାଇଁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରା ଙ୍କ ସଭାପତିତ୍ଵ ରେ ଏକ ପ୍ରସ୍ତୁତି ବୈଠକ ପାରାଦୀପ ସ୍ଥିତ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ପାରାଦୀପ ପୌରାଧକ୍ଷ ବସନ୍ତ ବିଶ୍ଵାଳ ଙ୍କ ସମେତ ପାରାଦୀପ ବନ୍ଦର ଭୂସମ୍ପଦ ଅଧିକାରୀ ବିଶ୍ଵଜିତ ମିଶ୍ର,ପୋଲିସ ଉପ ଆରକ୍ଷୀ ଅଧିକ୍ଷକ ସନ୍ତୋଷ କୁମାର ଜେନା, ପାରାଦୀପ ଆଦର୍ଶ ଥାନା ଅଧୂକାରୀ ସୂଚିତ୍ର ବୀର୍ଯ୍ୟ ଦାସ,ଜଟାଧାର ମୁହାଁଣ ଥାନା ଅଧିକାରିଣୀ ସୁଜାତା ବେହେରା ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ପୂଜା ମଣ୍ଡପ ର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ସମ୍ଭାବ୍ୟ ଜନଗହଳି ଦୃଷ୍ଟିରୁ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା, ମଣ୍ଡପ ଗୁଡିକରେ ସୁରକ୍ଷିତ ବିଦ୍ୟୁତ ଯୋଗାଣ, ଆଇନ ଶୃଙ୍ଖଳା ପରିସ୍ଥିତି କୁ ତଦାରଖ ପାଇଁ ସମସ୍ତ ସ୍ଥାନରେ ସିସି ଟିଭି କ୍ୟାମେରା ଲଗା ଯିବା ସହିତ ଚଳିତ ବର୍ଷ ପୂଜା ଉତ୍ସବ କିପରି ଆକର୍ଷଣୀୟ ରହିବ ଏନେଇ ଏକ ବିସ୍ତୃତ ଆଲୋଚନା ହୋଇ ଯାଇଛି।