Hindi News >>Home >>Odisha State

Vote Ink: ଭୋଟ୍ କାଳି ଲାଗି ସରକାରୀ କର୍ମଚାରୀ ସଂକ୍ରମିତ

ଫଳରେ କିଛି କର୍ମଚାରୀ ଇତିମଧ୍ୟରେ ଡାକ୍ତରଙ୍କୁ ପରାମର୍ଶ କରି ମେଡିସିନ ଖାଉଛନ୍ତି। ଆଉ କିଛି କର୍ମଚାରୀ ଛୁଟି ନେଇ ଯାଇଥିବା ଜଣାପଡ଼ିଛି। ତେବେ ଏହି କାଳି ଲଗାଯିବା ପୂର୍ବରୁ ଭଲଭାବେ ପରୀକ୍ଷା ନିରୀକ୍ଷା କରାଯିବା ଉଚିତ୍ ବୋଲି ଦାବି ହୋଇଛି।

Advertisement
Vote Ink: ଭୋଟ୍ କାଳି ଲାଗି ସରକାରୀ କର୍ମଚାରୀ ସଂକ୍ରମିତ
Zee Odisha Desk|Updated: May 28, 2024, 03:31 PM IST
Share

Vote Ink: ଭୁବନେଶ୍ୱର, ମତଦାନ ବେଳେ ବୁଥ୍ ରେ ବ୍ଯବହାର ହେଉଥିବା କାଳି ହାତରେ ଲାଗି ସରକାରୀ କର୍ମଚାରୀ ମାନେ ସଂକ୍ରମଣର ଶିକାର ହୋଇଛନ୍ତି। ଭୁବନେଶ୍ଵର ଏଜି କାର୍ଯ୍ୟାଳୟର କର୍ମଚାରୀ ମାନେ କାଳି ସଂସ୍ପର୍ଶରେ ଆସି ଶିକାର ହୋଇଛନ୍ତି। ଏଜି କାର୍ଯ୍ୟାଳୟର କର୍ମଚାରୀ ଗାୟତ୍ରୀ କର, ଫାରୁଖ ଶେଖ୍, ତପସ୍ୱନୀ କର ଓ ସୁଭେନ୍ଦୁ ଦାସଙ୍କ ସମେତ ବହୁ କର୍ମଚାରୀ ଶିକାର ହୋଇଛନ୍ତି। 

ସୂଚନା ଅନୁସାରେ, ଭୋଟ ସମୟରେ ଏହି କର୍ମଚାରୀ ମାନେ ଆଖ ପାଖ ଅଞ୍ଚଳରେ ମୁତୟନ କରାଯାଇଥିଲା। ଏମାନେ ଭୋଟ କେନ୍ଦ୍ରରେ ମତଦାତାଙ୍କ ହାତ ଆଙ୍ଗୁଠିରେ କାଳି ଲଗାଇଥାନ୍ତି। ସେହି ସମୟରେ ନିଜ ହାତରେ କାଳି ଲାଗିଥାଏ। କାଳିର ରାସାୟନିକ ପଦାର୍ଥ ମିଶୁଥିବାରୁ ବିଷକ୍ରିୟା ପ୍ରଭାବରେ ସେମାନଙ୍କ ହାତ ଆଙ୍ଗୁଠି କୁଣ୍ଡାଇ ହେବା ସହ ଧୀରେ ଧୀରେ ଫୁଲିବା ସହ ଦରଦ ହେଉଛି। ଏଥିସହ କିଛି କର୍ମଚାରୀଙ୍କ ଆଙ୍ଗୁଠି ଘା' ର ରୂପ ନେବାକୁ ବସିଲାଣି। ଫଳରେ କିଛି କର୍ମଚାରୀ ଇତିମଧ୍ୟରେ ଡାକ୍ତରଙ୍କୁ ପରାମର୍ଶ କରି ମେଡିସିନ ଖାଉଛନ୍ତି। ଆଉ କିଛି କର୍ମଚାରୀ ଛୁଟି ନେଇ ଯାଇଥିବା ଜଣାପଡ଼ିଛି। ତେବେ ଏହି କାଳି ଲଗାଯିବା ପୂର୍ବରୁ ଭଲଭାବେ ପରୀକ୍ଷା ନିରୀକ୍ଷା କରାଯିବା ଉଚିତ୍ ବୋଲି ଦାବି ହୋଇଛି।

Read More
{}{}