Home >>Odisha State

୨୩ରେ ପୁଣିଥରେ ଭୋଟ, କନ୍ଧମାଳର ୨ ବୁଥରେ ହେବ ମତଦାନ

ଯେଉଁ ଦୁଇ ବୁଥରେ ପୁଣିଥରେ ନିର୍ବାଚନ ହେବ ସେଗୁଡ଼ିକ ହେଲା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ସଂଖ୍ୟା ୨୬ ଏବଂ ୨୮।  ୨୩ ତାରିଖ ଗୁରୁବାରଦିନ ଏହି ଦୁଇ ବୁଥରେ ସକାଳ ୭ଟାରୁ ମତଦାନ ଆରମ୍ଭ ହେବ। ସନ୍ଧ୍ୟା ୬ଟା ଯାଏ ଭୋଟଦାନ ଚାଲିବ। 

Advertisement
୨୩ରେ ପୁଣିଥରେ ଭୋଟ, କନ୍ଧମାଳର ୨ ବୁଥରେ ହେବ ମତଦାନ
Soubhagya Ranjan Mishra|Updated: May 21, 2024, 10:24 PM IST
Share

ଭୁବନେଶ୍ୱର: କନ୍ଧମାଳ ଲୋକସଭା ମଣ୍ଡଳୀ ଅନ୍ତର୍ଗତ କଣ୍ଟାମାଳ ବିଧାନସଭା ନିର୍ବାଚନୀ ମଣ୍ଡଳୀର ୨ଟି ବୁଥରେ ପୁଣିଥରେ ଭୋଟଗ୍ରହଣ ହେବ। ଏହି ଦୁଇ ବୁଥରେ ଭୋଟ ଗ୍ରହଣ ସମୟରେ ହୋଇଥିବା ତ୍ରୁଟି ଏବଂ ଲୋକଙ୍କ ଅଗିଯୋଗକୁ ଆଧାର କରି  ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି। ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। 

ଯେଉଁ ଦୁଇ ବୁଥରେ ପୁଣିଥରେ ନିର୍ବାଚନ ହେବ ସେଗୁଡ଼ିକ ହେଲା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ସଂଖ୍ୟା ୨୬ ଏବଂ ୨୮।  ୨୩ ତାରିଖ ଗୁରୁବାରଦିନ ଏହି ଦୁଇ ବୁଥରେ ସକାଳ ୭ଟାରୁ ମତଦାନ ଆରମ୍ଭ ହେବ। ସନ୍ଧ୍ୟା ୬ଟା ଯାଏ ଭୋଟଦାନ ଚାଲିବ। ଏହି ଭୋଟ ଗ୍ରହଣ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଗ୍ରହଣ କରାଯିବ। 

ସମ୍ପୃକ୍ତ ଆସନର ପ୍ରାର୍ଥୀମାନଙ୍କ ଲାଗି ଏହି ସୂଚନା ଜାରି କରିଛନ୍ତି ନିର୍ବାଚନ କମିଶନ। ଏହି ଦୁଇ ବୁଥ କଣ୍ଟାମାଳର କିରାସିରା ଓ କାଦପଦର ଭାବେ ପରିଚିତ। ଏ ଦୁଇ ବୁଥରେ ବିଜେଡି ପକ୍ଷରୁ ବ୍ୟାପକ ବୁଥ ଜବରଦଖଲ ହୋଇଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ ହୋଇଥିଲା। ଏପରିକି ଏ ସମ୍ପର୍କିତ ପ୍ରମାଣ ବି ଦାଖଲ କରିଥିଲା। ଏହାର ସମୀକ୍ଷା କରି ନିର୍ବାଚନ କମିଶନ ଆଜି ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।

Also Read- ସତରେ କଣ ବିଜୁଳି ବିଲ୍ ଛାଡ ହେବ ? ଜାଣନ୍ତୁ ଭୁବନେଶ୍ବରରେ ପ୍ରଚାର ବେଳେ କଣ କହିଲେ ପାଣ୍ଡିଆନ

Read More
{}{}