Hindi News >>Home >>Odisha State

Heat Wave: ମାଘରେ ମୁଣ୍ତ ଫଟା ତାତି, ଦୁଇ ଜିଲ୍ଲାରେ ୩୬ ଡିଗ୍ରୀ ପାର କଲା ତାପମାତ୍ରା

Heat Wave: ରାଜ୍ୟରେ ଉପରମୁହାଁ ତାପମାତ୍ରା । ମାଘ ମାସ ନସରୁଣୁ କଲବଲ କରୁଛି ତାତି । ଦିନରେ ଅସମ୍ଭାଳ ଖରା ଯୋଗୁଁ ଲୋକେ ଘରୁ ପଦାକୁ ବାହାରୁ ନାହାଁନ୍ତି । ଏମିତି କି, ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର କରିଛି ।

Advertisement
Heat Wave: ମାଘରେ ମୁଣ୍ତ ଫଟା ତାତି, ଦୁଇ ଜିଲ୍ଲାରେ ୩୬ ଡିଗ୍ରୀ ପାର କଲା ତାପମାତ୍ରା
Zee Odisha Desk|Updated: Feb 20, 2024, 09:15 AM IST
Share

Heat Wave: ରାଜ୍ୟରେ ଉପରମୁହାଁ ତାପମାତ୍ରା । ମାଘ ମାସ ନସରୁଣୁ କଲବଲ କରୁଛି ତାତି । ଦିନରେ ଅସମ୍ଭାଳ ଖରା ଯୋଗୁଁ ଲୋକେ ଘରୁ ପଦାକୁ ବାହାରୁ ନାହାଁନ୍ତି । ଏମିତି କି, ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର କରିଛି ।

ସୂଚନା ଥାଉ କି, ବର୍ତ୍ତମାନ ରାଜ୍ୟରେ ଦିନର ତାପମାତ୍ରା ସ୍ବାଭାବିକଠାରୁ ବେଶ ଅଧିକ ରହୁଛି । ସୋମବାର ଟିଟିଲାଗଡ଼ ଓ ଭବାନୀପାଟଣାରେ ତାପମାତ୍ରା ୩୬ ଡିଗ୍ରୀ ପାର କରିଥିବା ବେଳେ ବଲାଙ୍ଗୀର ଓ ଝାରସୁଗୁଡ଼ାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା । ତେବେ ଆଗକୁ ଉଭୟ ଦିନ ଓ ରାତିର ତାପମାତ୍ରା ଆହୁରି ବଢିପାରେ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା କରାଯାଉଛି ।

ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି । ଯାହାର ପ୍ରଭାବରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରୁଛି । ଏଥିପାଇଁ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ନେଇ ସମ୍ଭାବନା ରହିଛି। ତେବେ ୨୪ ତାରିଖରୁ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

 

 

 

Read More
{}{}