Hindi News >>Home >>Odisha State

Constitution: ସମ୍ବିଧାନକୁ ନେଇ କାହିଁକି ହଟ୍ଟଗୋଳ କରୁଛି ବିଜେଡି

Constitution:  ଏଥିରେ ଗୃହର ନେତା, ବିରୋଧୀଦଳର ନେତାମାନେ ଯୋଗ ଦେଇଥିଲେ। ବିଜେଡି ପକ୍ଷରୁ ପ୍ରମିଳା ମଲ୍ଲିକ ଯୋଗ ଦେଇ ସମ୍ବିଧାନ ପୁସ୍ତିକା ଉପରେ ପୁଷ୍ପାଞ୍ଜଳୀ ପ୍ରଦାନ କରିଥିଲେ। ଭାରତୀୟ ଗଣତନ୍ତ୍ରର ଏହି ମହାନ ଗ୍ରନ୍ଥକୁ ଭାରତ ଗ୍ରହଣ କରିବାର ଆଜି ୭୫ ବର୍ଷ ପୂରିଛି। ଲହାରି ବଳରେ ରାଷ୍ଟ୍ର ଆମର ବିଶ୍ୱର ସର୍ବ ବୃହତ ଗଣତନ୍ତ୍ରରେ ପରିଣତ ହୋଇଛି। ଏହି ଦିବସ ପ୍ରତିଟି ଭାରତୀୟଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ର ହୋଇଥିବା ବେଳେ ବିଜେଡି ଓ କଂଗ୍ରେସ କିନ୍ତୁ ଏହି ଦିବସରେ ସରକାରଙ୍କୁ ଘେରିଛନ୍ତି।  

Advertisement
Constitution: ସମ୍ବିଧାନକୁ ନେଇ କାହିଁକି ହଟ୍ଟଗୋଳ କରୁଛି ବିଜେଡି
Priyambada Rana|Updated: Nov 26, 2024, 01:48 PM IST
Share
ଭୁବନେଶ୍ୱର: ସମ୍ବିଧାନ ଦିବସରେ ସମ୍ବିଧାନକୁ କେନ୍ଦ୍ରକରି ହଟ୍ଟଗୋଳ କରୁଛି ବିଜେଡି। ଏହାଦ୍ୱାରା ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ଲଗାତାର ମୁଲତବୀ ହୋଇଛି। ଆଲୋଚନା ଲାଗି ସ୍ଥିର ହୋଇଥିବା ପ୍ରଶ୍ନୋତ୍ତର କାଳ ବି ମାତ୍‍ ଖାଇଛି। ତେବେ କାହିଁକି ସମ୍ବିଧାନକୁ କେନ୍ଦ୍ର କରିଛି ବିଜେଡି?  ବିଜେଡିର ନାରାବାଜୀ, ହଟ୍ଟଗୋଳ ପଛରେ ଯୁକ୍ତି ରହିଛି କି?
 
ଆଜି ସକାଳେ ବିଧାନସଭା ଅଧିବେଶନ ଆରମ୍ଭରୁ ବାଚସ୍ପତି ବିଧାନସଭାରେ ସମ୍ବିଧାନ ଦିବସ ପାଳନ କରିଥିଲେ। ଏଥିରେ ଗୃହର ନେତା, ବିରୋଧୀଦଳର ନେତାମାନେ ଯୋଗ ଦେଇଥିଲେ। ବିଜେଡି ପକ୍ଷରୁ ପ୍ରମିଳା ମଲ୍ଲିକ ଯୋଗ ଦେଇ ସମ୍ବିଧାନ ପୁସ୍ତିକା ଉପରେ ପୁଷ୍ପାଞ୍ଜଳୀ ପ୍ରଦାନ କରିଥିଲେ। ଭାରତୀୟ ଗଣତନ୍ତ୍ରର ଏହି ମହାନ ଗ୍ରନ୍ଥକୁ ଭାରତ ଗ୍ରହଣ କରିବାର ଆଜି ୭୫ ବର୍ଷ ପୂରିଛି। ଲହାରି ବଳରେ ରାଷ୍ଟ୍ର ଆମର ବିଶ୍ୱର ସର୍ବ ବୃହତ ଗଣତନ୍ତ୍ରରେ ପରିଣତ ହୋଇଛି। ଏହି ଦିବସ ପ୍ରତିଟି ଭାରତୀୟଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ର ହୋଇଥିବା ବେଳେ ବିଜେଡି ଓ କଂଗ୍ରେସ କିନ୍ତୁ ଏହି ଦିବସରେ ସରକାରଙ୍କୁ ଘେରିଛନ୍ତି।
 
ବିଜେଡିର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କହିବା ଅନୁସାରେ ଏହି ଯେଉଁ ସମ୍ବିଧାନର ମୁଖବନ୍ଧକୁ  ବିଧାନସଭାରେ ପୁଷ୍ପମାଲ୍ୟ ଦିଆଯାଇଥିଲା ସେଥିରେ ଦୁଇଟି ଶବ୍ଦକୁ ବ୍ୟବହାର କରାଯାଇ ନାହିଁ। ଏହି ଦୁଇ ଶବ୍ଦ ହେଉଛି ‘ ସମାଜବାଦ’ ଓ ’ଧର୍ମ ନିରପେକ୍ଷ’। ଭାରତୀୟ ସମ୍ବିଧାନର ମୁଖବନ୍ଧରେ ଏହି ଦୁଇ ଶବ୍ଦ ବିଶେଷ ଗୁରୁତ୍ୱ ବହନ କରେ। ଏହାକୁ ୧୯୭୬ ମସିହାରେ ସମ୍ବିଧାନ ସଂଶୋଧନ ସମୟରେ ସମ୍ବିଧାନର ମୁଖବନ୍ଧରେ ସଂଯୋଗ କରାଯାଇଥିଲା। ସେତେବଳେ କଂଗ୍ରେସ ସରକାର ଦେଶରେ ଚାଲୁଥିଲା। ଏହି ଶବ୍ଦକୁ ହଟାଇବା ପାଇଁ  ସୁପ୍ରିମ୍‍କୋର୍ଟରେ ନିକଟରେ ଚର୍ଚ୍ଚା ହୋଇଛି, ଯାହାକୁ କଡ଼ା ଶବ୍ଦରେ ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ। ସଂସଦ ଏହି ଶବ୍ଦକୁ ଚାହିଁଲେ ହଟାଇପାରିବ କିନ୍ତୁ ଏତେ ବର୍ଷ ପରେ କାହିଁକି ଏ ସମ୍ପର୍କରେ ଆଲୋଚନା ହେଉଛି ବୋଲି ମଧ୍ୟ କହିଛନ୍ତି। 
 
ଏହି ପୃଷ୍ଠଭୂମିରେ ପୁଣିଥରେ ବିଧାନସଭାରେ ପୂଜିତ ସମ୍ବିଧାନର ପ୍ରତୀକ ଭାବେ ରଖାଯାଇଥିବା ମୁଖବନ୍ଧ (ପ୍ରିଏମ୍ବଲ)ରେ ପୁରୁଣେ ସମ୍ବିଧାନର ପ୍ରିଏମ୍ବଲକୁ ବ୍ୟବହାର କରାଯାଇଛି। ଯେଉଁ ପ୍ରିଏମ୍ବଲକୁ ବିଧାନସଭାରେ ସ୍ଥାନୀତ କରାଯାଇଛି ତାହା ହେଉଛି ୧୯୪୬ ମସିହାରେ ସମ୍ବିଧାନ ସଭାରେ ଗୃହୀତ ସମ୍ବିଧାନ। ୪୨ତମ ସଂଶୋଧନକୁ କାହିଁକି ସରକାର ଗ୍ରହଣ କରି ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ। 
 
‘ଗତକାଲି ସୁପ୍ରିମକୋର୍ଟ କହିଛନ୍ତି ଏହି ଦୁଇ ଶବ୍ଦ ସମ୍ବିଧାନରେ ରହିବ। କିନ୍ତୁ ଆଜି ଅମୃତ କାଳରେ ଏହା ନାହିଁ। ଆମେ ଏହାକୁ ନିନ୍ଦା କରୁଛି। ଏମାନେ ସମ୍ବିଧାନକୁ ମାନିବାକୁ ଇଚ୍ଛୁକ ନୁହନ୍ତି। ଏହା ତାଙ୍କ ମାନସିକତା ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ। 
ଏଠାରେ ସୂଚନା ଦିଆଯାଇପାରେ ଯେ ଗଲା ୧୦ ବର୍ଷ ହେଲା ସମ୍ବିଧାନ ଦିବସ ପାଳନ କରାଯାଉଛି। ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବାଦକରଙ୍କ ପ୍ରତି ଏହା ଏକ ଶ୍ରଦ୍ଧାଞ୍ଜଳୀ ବୋଲି ବି କେହି କେହି ଉଲ୍ଲେଖ କରିଛନ୍ତି। ସେତେବେଳେ ସମ୍ବିଧାନ ସଭାରେ ଗୃହୀତ ମୂଳ ସମ୍ବିଧାନର ମୁଖବନ୍ଧରେ ଏହି ଦୁଇ ଶବ୍ଦ ନଥିବାରୁ ତାହାକୁ ନିଆଯାଇ ନଥାଇପାରେ। ହେଲେ ବିଜେଡି ବା ବାଚସ୍ପତି ଲ ନେଇ କିଛି ସ୍ପଷ୍ଟ କରିନାହାନ୍ତି। ଅପରପକ୍ଷେ ବିଜେଡି ସହ କଂଗ୍ରେସ ବି ସ୍ୱର ମିଳାଇଛି। ଏହାକୁ ଦେଶବାସୀଙ୍କ ପାଇଁ ଏକ ଷଡ଼ଯନ୍ତ୍ର ବୋଲି କଂଗ୍ରେସ ଅଭିହିତ କରିଛି।
Read More
{}{}