ଭୁବନେଶ୍ୱର: ଯେଉଁ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ଓଡ଼ିଶାରେ ବିଜେପି ସରକାରକୁ ଆସିଛି, ସେହି ଓଡ଼ିଆ ସାହିତ୍ୟ, ପରମ୍ପରା, ପ୍ରତିଭା ସମ୍ମାନକୁ ଭୁଲି ଯାଇଛି । ଫଳରେ ନିଜର ଉତ୍କୃଷ୍ଟ ଲେଖନୀ ଚାଳନା ତଥା ଶବ୍ଦ ସଂଯୋଜନା କରି ପ୍ରଶଂସା ଟିକେ ସାଉଁଟୁଥିବା ଓଡ଼ିଆ ଲେଖକ ଆଜି ବି ଅବହେଳା ହୋଇ ରହିଛି। ଅର୍ଥାତ୍ ବିଜେଡି ସରକାର ସମୟରେ ଲେଖକ, କବି ଓ ଔପନ୍ୟାସିକ ଯେମିତି ରାଜନୀତି, ଛଳନା ଓ ବିବାଦରେ ଛନ୍ଦି ହୋଇ ରହିଥିଲେ ସେମିତି ଛନ୍ଦି ହୋଇ ରହିଛନ୍ତି ମାତୃଭାଷା ଦିବସରେ ଆଜି ଏ ବିଷୟକୁ ନେଇ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି।
ଓଡ଼ିଶାରେ ବିଜେପି ଶାସନ ୯ ମାସ ବିତିଛି। ଏ ଭିତରେ ଦୁଇଥର ବଜେଟ୍ ଉପସ୍ଥାପନ କରିଛି ଦଳ। କିନ୍ତୁ ବୌଦ୍ଧିକ ଚର୍ଚ୍ଚା ଓ ସର୍ଜନାକୁ ସମ୍ମାନ ଦେଉଥିବା ଏକାଡେମୀରେ ସଂସ୍କାର ଆଣିବାକୁ ଭୁଲି ଯାଇଛନ୍ତି ସରକାର। ଫଳରେ କେବଳ ସମ୍ପାଦକଙ୍କ ଦ୍ୱାରା ଏ ସଂସ୍ଥା ଚାଲିଛି। ସଭାପତି ଓ ଉପ ସଭାପତି ପଦ ବି ଖାଲି ପଡ଼ିଛି। ଖାଲି ସେିତି ନୁହେଁ, ୭ ବର୍ଷ ହେଲେ ଉତ୍କର୍ଷ ସାହିତ୍ୟ ଲାଗି ଦିଆଯାଉଥିବା ପୁରସ୍କାରକୁ ମଧ୍ୟ ବନ୍ଦ କରିଦିଆଯାଇଛି।
ପରମ୍ପରା ଓ ନିୟମ ଅନୁସାରେ ପ୍ରତିବର୍ଷ ଓଡ଼ିଆ ଭାଷାରେ ଲଖାଯାଉଥିବା ପୁସ୍ତକକୁ ବିବେଚନା କରି ଏହି ସଂସ୍ଥା ଉତ୍କର୍ଷ ସର୍ଜନା ପାଇଁ ଲେଖକଙ୍କୁ ପୁରସ୍କୃତ କରିଥାଏ। ୨୦୧୭ ମସିହାରୁ କୌଣସି ପୁସ୍ତକକୁ ବାଛି ପୁରସ୍କାର ପ୍ରଦାନ କରି ନାହିଁ।
ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ସାହିତ୍ୟ ଏକାଡେମୀ ୧୧ଟି ବିଭାଗରେ ଲେଖକଙ୍କୁ ପ୍ରତିବର୍ଷ ପୁରସ୍କୃତ କରିଥାଏ। କିନ୍ତୁ ୨୦୧୭ ମସିହାରୁ ଏହି ପୁରସ୍କାର ପ୍ରଦାନ ବନ୍ଦ ହୋଇ ପଡ଼ିଛି। ଖାଲି ସେତିକି ନୁହେଁ ୨୦୧୭ରୁ ୨୦୨୪ ମସିହା ଯାଏ ପୁରସ୍କାର ପାଇଁ ନାମାଙ୍କନ ଗ୍ରହଣ କରାଯାଇଛି କିନ୍ତୁ କାହାକୁ ଯୋଗ୍ୟ ଘୋଷଣା କରାଯାଇ ନାହିଁ। ସେହିପରିତ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର, ଭକ୍ତି ସାହିତ୍ୟ ପୁରସ୍କାର, ପ୍ରକାଶକ ସମ୍ମାନ, ଯୁବ ପୁରସ୍କାର ପ୍ରଭୃତି ୨୦୨୩ ଓ ୨୦୨୪ ବର୍ଷର ବକେୟା ପଡ଼ିଛି। ସାରଦା ପ୍ରସନ୍ନ ଗୀତିକବିତା ସମ୍ମାନ ପାଇଁ ନିୟମ ପ୍ରସ୍ତୁତ ଶେଷ ହୋଇଥିଲେ ମଧ୍ୟ ୨୦୨୧ ମସିହାରୁ କାହାକୁ ପ୍ରଦାନ କରାଯାଇ ନାହିଁ।
ଜଣେ ଲେଖକ, କବି ବା ଔପନ୍ୟାସିକ ପାଇଁ ସାହିତ୍ୟ ଏକାଡେମୀ ସମ୍ମାନକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥାଏ। ଏହି ସମ୍ମାନ ତାଙ୍କୁ ଅଧିକ ରୁଦ୍ଧିବନ୍ତ ଅବଦାନ ଲାଗି ପ୍ରେରିତ କରିଥାଏ। ହେଲେ ଓଡ଼ିଶା ସରକାରଙ୍କ ଏହି ଏକାଡେମୀରେ ରାଜନୀତିକ କାରଣ ତଥା ତୋଷାମଦକାରୀଙ୍କ ଭୂମିକା ହେତୁ ଆଜି ସାହିତ୍ୟିକଙ୍କୁ ସମ୍ମାନ କରିବା ମଧ୍ୟ ସରକାର ଭୁଲି ଯାଇଛନ୍ତି ବୋଲି ଅଭିଯୋଗ ହୋଇଛି। ବିଜେଡି ସରକାର ସମୟରେ ଅନେକ ବିବାଦରେ ଏହି ଏକାଡେମୀ ଘଣ୍ଟି ହୋଇ ରହିଥିଲା। ଏବେ ବିଜେପି ସରକାର ଗଲ ୯ ମାସ ହେଲା ଶାସନରେ ରହିଛନ୍ତି। ଏ ଭିତରେ ପୂର୍ଣ୍ଣାଙ୍ଗ ବଜେଟ୍ ବି ଉପସ୍ଥାପନ କରାଯାଇଇଛି। ଓଡ଼ିଆ ଅସ୍ମିତାକୁ ସ୍ତମ୍ଭ କରି ଆସିଥିବାେ ଏହି ସରକାର କିନ୍ତୁ ଏହି ୯ ମାସରେ ଏକାଡେମୀକୁ ସୁଧାରିବାରେ ସକ୍ଷମ ହୋଇପାରି ନାହିଁ।