Hindi News >>Home >>Odisha State

Odisha News: ଓଡ଼ିଶାର ଏହି ସ୍ଥାନରେ ମିଳିବନି ମଦ, ଜଗନ୍ନାଥ ଓ ଶ୍ରୀରାମଙ୍କ ପାଇଁ ବନ୍ଦ ହେଲା ମଦ ବିକ୍ରି

Odisha News: କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ନିଆରା ପଦକ୍ଷେପ। ଆଜି ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ ପାଇଁ କେନ୍ଦ୍ରାପଡ଼ାରେ ବନ୍ଦ ହୋଇଛି ମଦ ବିକ୍ରି। କେବଳ ଆଜି ନୁହେଁ ଆସନ୍ତା ୨୨ ତାରିଖରେ ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଜିଲ୍ଲାରେ ମଦ ବିକ୍ରି ବନ୍ଦ ନେଇ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ଜିଲ୍ଲାର ସମସ୍ତ ଠିପିଖୋଲା, ଠିପି ବନ୍ଦ, ତାଡି, ଦେଶୀ ମଦ ଦୋକାନ ବନ୍ଦ ରଖିବାକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ(Amrit Ruturaj) ନିର୍ଦ୍ଦେଶ ଦେଇଛନ୍ତି। 

Advertisement
Odisha News: ଓଡ଼ିଶାର ଏହି ସ୍ଥାନରେ ମିଳିବନି ମଦ, ଜଗନ୍ନାଥ ଓ ଶ୍ରୀରାମଙ୍କ ପାଇଁ ବନ୍ଦ ହେଲା ମଦ ବିକ୍ରି
Priyambada Rana|Updated: Jan 17, 2024, 06:56 AM IST
Share

Odisha News: କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ନିଆରା ପଦକ୍ଷେପ। ଆଜି ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ ପାଇଁ କେନ୍ଦ୍ରାପଡ଼ାରେ ବନ୍ଦ ହୋଇଛି ମଦ ବିକ୍ରି। କେବଳ ଆଜି ନୁହେଁ ଆସନ୍ତା ୨୨ ତାରିଖରେ ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଜିଲ୍ଲାରେ ମଦ ବିକ୍ରି ବନ୍ଦ ନେଇ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ଜିଲ୍ଲାର ସମସ୍ତ ଠିପିଖୋଲା, ଠିପି ବନ୍ଦ, ତାଡି, ଦେଶୀ ମଦ ଦୋକାନ ବନ୍ଦ ରଖିବାକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ(Amrit Ruturaj) ନିର୍ଦ୍ଦେଶ ଦେଇଛନ୍ତି। ଆଜି ଶ୍ରୀକ୍ଷେତ୍ରରେ ଲୋକାର୍ପିତ ହେଉଛି ପୁରୀ ପରିକ୍ରମା ପ୍ରକଳ୍ପ, ରାଜ୍ୟବାସୀଙ୍କ ପାଇଁ ସବୁଠୁ ଏକ ବଡ଼ ଦିନ। ବିଭିନ୍ନ ସ୍ଥାନରେ ଭିଡ ଓ ଆଧ୍ୟାତ୍ମିକ ସମାଗମକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ରକ୍ଷା ସହ ଶାନ୍ତି ସୌହାର୍ଦ୍ଦ ବଜାୟ ରଖିବା ପାଇଁ ଓଡିଶା ଅବକାରୀ ଆଇନ ୨୦୦୮ର ସେକ୍ସନ ୨୬(୧) ଆଧାରରେ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ଆଜି ଅନୁଷ୍ଠିତ ହେବାକୁ ଯାଉଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Pattnaik) ପୁରୀରେ ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବେ। ସେପଟେ ରାଜ୍ୟ ସରକାର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଆଜି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ପୂର୍ବରୁ ଘୋଷଣା କରିଛନ୍ତି।

ଅନ୍ୟପଟେ ଆସନ୍ତା ୨୨ରେ ରାମ ମନ୍ଦିର(Ram mandir) ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏ ନେଇ ଉତ୍ସବ ମୂଖର ହୋଇ ପଡ଼ିଛି ପଲ୍ଲୀ ଠୁ ଦିଲ୍ଲୀ। ୫୦୦ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ଏବେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି। ଏହି ଶୁଭ ଏବଂ ଐତିହାସିକ ମୁହୂର୍ତ୍ତକୁ ସାରା ଦେଶ ଅପେକ୍ଷା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ(PM Narendra Modi) ଜାନୁଆରୀ ୨୨ରେ ରାମ ମନ୍ଦିର ପ୍ରତିଷ୍ଠା କରିବେ। ତେଣୁ ୨୨ ତାରିଖରେ ମଧ୍ୟ ଜିଲ୍ଲାରେ ମଦ ବିକ୍ରି ବନ୍ଦ ନେଇ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

Also Read: Shri Mandir Parikrama Project: ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ ପୁରୀରେ ଭକ୍ତଙ୍କ ଭିଡ଼, ଆଜି ହେବ ଲୋକାର୍ପଣ

Read More
{}{}