Hindi News >>Home >>Odisha State

ମୋ ବସ୍ ଦୁର୍ଘଟଣା, ଚକାତଳେ ଗଲା ମହିଳାଙ୍କ ଜୀବନ

ସରସ୍ୱତୀ ଗୋଛାୟତ ନାମକ ଜଣେ ମହିଳା ବସରୁ ଓହ୍ଲାଇବା ସମୟରେ ଏହି ଦୁର୍ଘଟଣା ଘଟିଛି । ସରସ୍ୱତୀଙ୍କ ଘର ରାଜାବଗିଚା ଅଞ୍ଚଳରେ । ସେ କୌଣସି ସ୍ଥାନରୁ ଘରକୁ ଫେରିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ ।

Advertisement
ମୋ ବସ୍ ଦୁର୍ଘଟଣା, ଚକାତଳେ ଗଲା ମହିଳାଙ୍କ ଜୀବନ
Soubhagya Ranjan Mishra|Updated: Oct 29, 2024, 07:29 PM IST
Share

କଟକ: ଆଜି ସନ୍ଧ୍ୟାରେ କଟକ ନେତାଜୀ ବସ୍ ଟର୍ମିନାଲ ନିକଟରେ ଦୁର୍ଘଟଣା ଘଟିଛି । ଜଣେ ମହିଳା ଯାତ୍ରୀ ମୋ ବସ୍ ଚକାତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ସରସ୍ୱତୀ ଗୋଛାୟତ ନାମକ ଜଣେ ମହିଳା ବସରୁ ଓହ୍ଲାଇବା ସମୟରେ ଏହି ଦୁର୍ଘଟଣା ଘଟିଛି । ସରସ୍ୱତୀଙ୍କ ଘର ରାଜାବଗିଚା ଅଞ୍ଚଳରେ । ସେ କୌଣସି ସ୍ଥାନରୁ ଘରକୁ ଫେରିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଆପଣଙ୍କୁ କହିରଖୁଛୁ ଯେ, ଆଜି ରାଜ୍ୟ ବାହାରେ ମଧ୍ୟ ଏକ ବଡ଼ ବସ୍ ଦୁର୍ଘଟଣା ଘଟିଛି । ରାଜସ୍ଥାନ ସିକରରେ ଏକ ବସ୍ ଧକ୍କା ହେବା କାରଣରୁ ଗାଡିରେ ବସିଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହି ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଆସିଛି । ଏଥିସହ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାକୁ ପଠାଇଥିଲା । ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି କୁହାଯାଉଛି ।

ଖବର ମୁତାବକ, ଏହି ଦୁର୍ଘଟଣା ସିକର ଲକ୍ଷ୍ମଣଗଡ ସହର ନିକଟରେ ଘଟିଛି। ସୁଜଙ୍ଗରୁ ନୱାଲଗଡକୁ ଯାଉଥିବା ଯାତ୍ରୀବାହୀ ଘରୋଇ ବସ୍ ସହିତ ସାମ୍ନାପଟୁ ଦ୍ରୁତ ଗତିରେ ଆସୁଥିବା ଏକ କଲଭର୍ଟ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସର ଆଗ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପୋଲିସକୁ ସୂଚନା ଦେଇଥିଲେ।

Also Read- Shani Margi 2024: କୁମ୍ଭରେ ଶନି ଚଳନ, ୩ ରାଶିର ଭାଗ୍ୟରେ ପରିବର୍ତ୍ତନ

Also Read- ବିହାର ରାଜଧାନୀରେ ଅଘଟଣ, ଟନେଲ ଦୁର୍ଘଟଣାରେ ୨ ଓଡ଼ିଆ ମୃତ

Read More
{}{}