Home >>Odisha State

Chenna Poda Divas 2024: ଆଜି ଛେନାପୋଡ଼ ଦିବସ, ଜାଣନ୍ତୁ କିପରି ଲୋକଲୋଚନକୁ ଆସିଥିଲା ଏହି ମିଠା

World Chenna Poda Divas 2024: ଛେନାପୋଡ଼ର ଆକ୍ଷରିକ ଅର୍ଥ ହେଉଛି ପୋଡ଼ା ଯାଇଥିବା ଛେନା ବା ପୋଡ଼ି କରି ତିଆରି କରାଯାଇଥିବା ଛେନାରେ ପ୍ରସ୍ତୁତ ଏକ ମିଠା । ପ୍ରତିବର୍ଷ ଏପ୍ରିଲ ୧୧ ତାରିଖକୁ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଏ । ନୟାଗଡ଼ କଥା ପଡ଼ିଲେ ପ୍ରଥମେ ପାଟିକୁ ଆସେ ଛେନାପୋଡ଼ । 

Advertisement
Chenna Poda Divas 2024: ଆଜି ଛେନାପୋଡ଼ ଦିବସ, ଜାଣନ୍ତୁ କିପରି ଲୋକଲୋଚନକୁ ଆସିଥିଲା ଏହି ମିଠା
Payal Priyadarshini|Updated: Apr 11, 2024, 10:39 AM IST
Share

World Chenna Poda Divas 2024: ପ୍ରତି ଓଡ଼ିଆଙ୍କ ପ୍ରିୟ ଛେନାପୋଡ଼ । ପିଲାଠୁ ବୁଢା ସଭିଁଏ ଛେନାପୋଡ଼ ଖାଇବାକୁ ଭାରି ପସନ୍ଦ କରିଥାଆନ୍ତି । ଆଉ ଆଜି ହେଉଛି ‘ଛେନାପୋଡ଼ ଦିବସ’ । ଛେନାପୋଡ଼ର ଆକ୍ଷରିକ ଅର୍ଥ ହେଉଛି ପୋଡ଼ା ଯାଇଥିବା ଛେନା ବା ପୋଡ଼ି କରି ତିଆରି କରାଯାଇଥିବା ଛେନାରେ ପ୍ରସ୍ତୁତ ଏକ ମିଠା । ପ୍ରତିବର୍ଷ ଏପ୍ରିଲ ୧୧ ତାରିଖକୁ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଏ । ନୟାଗଡ଼ କଥା ପଡ଼ିଲେ ପ୍ରଥମେ ପାଟିକୁ ଆସେ ଛେନାପୋଡ଼ । ଏହି ମିଠା ପାଇଁ ନୟାଗଡ଼ ଅନନ୍ୟ ପରିଚୟ ଲାଭ କରିଥିବା ବେଳେ ଆଜିକୁ ୨ ବର୍ଷ ହେବ ଏହି ଦିବସ ପାଳନ କରାଯାଉଛି ।

ଆସନ୍ତୁ ଜାଣିବା ଏହାର ଇତିହାସ

ନୟାଗଡ଼ ଜିଲ୍ଲା ଦଶପଲ୍ଲା ସାତପାଟଣା ଗ୍ରାମରେ ୧୯୩୧ ଏପ୍ରିଲ୍‌‌ ୧୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଛେନାପୋଡ଼ର ଜନ୍ମଦାତା ସୁଦର୍ଶନ ସାହୁ। ସୁଦର୍ଶନ ଏକ ଜଳଖିଆ ଦୋକାନ କରି ପରିବାର ପୋଷୁଥିଲେ। ଏକଦା ତାଙ୍କ ଦୋକାନରେ କିଛି ଛେନା ବଳକା ରହିଯାଇଥିଲା । ତାହା ସକାଳକୁ ଖରାପ ହୋଇଯିବ ଭାବି ସେଥିରେ କିଛି ଚିନି ଓ କିଛି ଚାଉଳ ଚୁନା ମିଶାଇ ରଡ଼ ନିଆଁରେ ଛେନାକୁ ପୋଡ଼ିଦେଇଥିଲେ। ଏହାପରେ ତାହା ଏକ ପିଠା ଆକାରର ହୋଇଥିଲା। ପ୍ରଥମେ ତାହା ଛେନାପୋଡ଼ ପିଠା ହୋଇଥିଲା। ପରେ ଏହା ପିଠାରୁ ମିଠା ପାଲଟିଥିଲା। ଖୁବ୍‌ କମ୍ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ମିଠା ବେଶ ନାଁ କରିଥିଲା ।

Also Read- Road Accident: ଭାରାସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା କାର୍, ଘଟଣାସ୍ଥଳରେ ୬ ମୃତ

ଛେନା, ଚିନି ଓ ସୁଜିରେ ଏହାକୁ ତିଆରି କରାଯାଏ । ଏହା ବାଦାମି ହେବା ଯାଏଁ ଏହାକୁ ପୋଡ଼ା ଯାଇ ତିଆରି କରାଯାଇଥାଏ । ଏହା ଜଗନ୍ନାଥଙ୍କର ଛପନ ଭୋଗ ଭିତରୁ ଗୋଟିଏ । ୨୦୨୨ ମସିହାରୁ ସୁଦର୍ଶନ ସାହୁଙ୍କ ଜନ୍ମଦିନ ଅର୍ଥାତ୍ ଅପ୍ରେଲ ମାସ ୧୧ ତାରିଖକୁ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି । ତେବେ ଏହି ମିଠାକୁ ଜିଆଇ ମାନ୍ୟତା ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି । ଜିଆଇ ଟ୍ୟାଗ୍‌ ମାନ୍ୟତା ଦେବା ପାଇଁ ବିଭିନ୍ନ ଅନୁଷ୍ଠାନ ନୟାଗଡ଼ ଜିଲ୍ଲାପାଳ ଓ ଅଣୁ, କ୍ଷୁଦ୍ର ଓ ମଧ୍ୟମ, ଶିଳ୍ପ, ଶକ୍ତି ବିଭାଗ ମନ୍ତ୍ରୀଙ୍କୁ ଭେଟି ମାନ୍ୟତା ଦାବି କରି ଆସୁଛନ୍ତି। 

 

 

 

Read More
{}{}