Hindi News >>Home >>Odisha State

ସ୍କୁଲ୍ ଛାତ୍ରୀଙ୍କଠାରୁ ଟଙ୍କା ଛଡ଼ାଇ ଯୁବକ ଗିରଫ

Police arrested: ପୁଲିସ ମାମଲା ରୁଜ୍ଜୁ କରି ଆଜି ସେଞ୍ଚୁରିୟନ କଲେଜ ରାସ୍ତାରୁ ଅଭିଯୁକ୍ତକୁ କାବୁ କରିଥିଲା।

Advertisement
ସ୍କୁଲ୍ ଛାତ୍ରୀଙ୍କଠାରୁ ଟଙ୍କା ଛଡ଼ାଇ ଯୁବକ ଗିରଫ
Zee Odisha Desk|Updated: Aug 13, 2024, 09:07 PM IST
Share

ଭୁବନେଶ୍ବର : ଜଟଣୀ ଥାନା ଅନ୍ତର୍ଗତ ହରିଭାଇନା ଛକ ନିକଟରେ ଜଣେ ସ୍କୁଲ ଛାତ୍ରୀଙ୍କଠାରୁ ୩ହଜାର ଟଙ୍କା ବଳପୂର୍ବକ ଛଡ଼ାଇ ନେବା ଘଟଣାରେ ଜଣେ ଯୁବକକୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ହେଲା ବାଛରା ସୁନ୍ଦରା ସାହିରର ମନୋଜ କୁମାର ପାଇକରାୟ ଓରଫ୍ ଚିଣ୍ଟୁ (୨୭)। ତା ନିକଟରୁ ୮୦୦ଟଙ୍କା ଜବତ କରିଛି ପୁଲିସ। ଅଭିଯୁକ୍ତ ଜଣେ ପେଷାଦାର ଅପରାଧୀ ହୋଇଥିବା ବେଳେ ପୂର୍ବରୁ ଥାନାରେ ମାମଲା ରହିଛି। 

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଡମ୍ବରୁଧର ସାହୁଙ୍କ ନାତୁଣୀ ଗତ ୧୨ତାରିଖରେ ବିଦ୍ୟାଳୟ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ଚିଣ୍ଟୁ ହରିଭାଇନା ଛକ ନିକଟରେ ଛାତ୍ରୀଙ୍କୁ ଅଟକାଇ ୩ହଜାର ଟଙ୍କା ନେଇଯାଇଥିଲା। ଏ ନେଇ ପରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜ୍ଜୁ କରି ଆଜି ସେଞ୍ଚୁରିୟନ କଲେଜ ରାସ୍ତାରୁ ଅଭିଯୁକ୍ତକୁ କାବୁ କରିଥିଲା। ଏ ନେଇ ଥାନାରେ ଏକ କେସ ନଂ ୩୨୧/୨୪ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୁଲିସ। ତେବେ ଅଭିଯୁକ୍ତ ଚିଣ୍ଟୁ ନାଁରେ ଜଟଣୀ ଥାନାରେ ପୂର୍ବରୁ ୩ଟି ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି।

Read More
{}{}