Home >>Odisha State

BJD Politics: ଆଜି ଯୁବନେତାଙ୍କ ନବୀନ ଭେଟ

ଆଜି ଯୁବ ନେତାଙ୍କ ସହ ନବୀନଙ୍କ ଭେଟ ମଧ୍ୟ ଅନୁରୂପ ଭାବେ ଏକ ପାଖିଆ ରହିବ ବୋଲି ଚର୍ଚ୍ଚା ହେଉଛି। କାରଣ ପାଣ୍ଡିଆନ୍‍ଙ୍କ ବିରୁଦ୍ଧରେ ଗୋଟିଏ ବି ଶବ୍ଦକୁ ନବୀନ ବରଦାସ୍ତ କରିବାକୁ ଦେବାକୁ ଚାହୁଁ ନାହାନ୍ତି। ଅର୍ଥାତ୍‍ ଏ ଯେଉଁ ମେଳି ଚାଲିଛି ତାହା ବି କିଛି ରାଜନୀତିକ ନେତାଙ୍କ ଦ୍ୱାରା ପ୍ରାୟୋଜିତ ବୋଲି ନବୀନ ନିଶ୍ଚିତ ରହିଛନ୍ତି।

Advertisement
BJD Politics: ଆଜି ଯୁବନେତାଙ୍କ ନବୀନ ଭେଟ
Prabhudatta Moharana|Updated: Apr 09, 2025, 08:54 AM IST
Share

BJD Politics: ଭୁବନେଶ୍ୱର: ପୂର୍ବତନ ଅମଲାତନ୍ତ୍ରୀ ତଥା ଏକଦା ବିଜେଡିର ଅନ୍ୟତମ ଧ୍ରୁବତାରା ଥିବା ଭିକେ ପାଣ୍ଡିଆନ୍‍ଙ୍କୁ ନେଇ ଦଳ ଭିତରେ ସୃଷ୍ଟି ହୋଇଥିବା ଫାଟ ବାବଦରେ ଆଜି ଦଳର କିଛି ଯୁବ ନେତା ଏକ ମେଳି କରି ନବୀନଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଗଲା ୫ ଦିନ ହେଲା ଯେଉଁଭଳି ଭାବେ ପାଣ୍ଡିଆନ୍‍ଙ୍କ ଭୂମିକାକୁ ନେଇ ଦ୍ୱନ୍ଦ୍ୱ ଚାଲିଛି ତାହା ଦଳ ଭିତରେ ଅନେକ ଅସନ୍ତୋଷ ଏବଂ ବିଭ୍ରାନ୍ତ ସୃଷ୍ଟି କରିଛି। ଏଣୁ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରି ଆଗକୁ ରଣନୀତି ନିର୍ଦ୍ଧାରଣ କରିବା ଲାଗି ଯୁବ ନେତାମାନେ ନବୀନଙ୍କୁ ନିବେଦନ କରିବା ସହ ନିଜର ମତାମତ ପ୍ରକାଶ କରିବେ ବୋଲି ସୂଚନା ମିଳିଛି। 

ଗତକାଲି ପୂର୍ବତନ ବିଧାୟକ ତଥା କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଅଂଶୁମାନ ମହାନ୍ତିଙ୍କ ଘରେ କିଛି ଯୁବ ନେତାଙ୍କ ବୈଠକ ହୋଇଥିଲା। ଏହି ନେତାମାନଙ୍କ ଭିତରେ ସମ୍ବିତ ରାଉତରାୟ, ପ୍ରଣବ ବଳବନ୍ତରାୟ, ରୁଦ୍ରପ୍ରତାପ ମହାରଥି, ଦେବୀ ରଞ୍ଜନ ତ୍ରିପାଠୀ, ଚନ୍ଦ୍ର ସାରଥୀ ବହେରା ପ୍ରମୁଖ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ଏହି ବୈଠକ ବିଜେଡି କାର୍ଯ୍ୟାଳୟକୁ ସମ୍ପ୍ରସାରିତ ହୋଇ ସେଠାରେ ସାଂସଦ ମୁଜିବୁଲ୍ଲା ଖାଁ ଓରଫ ମୁନା ଖାଁ ଯୋଗ ଦେଇଥିଲେ। ଏହି  ନେତାମାନେ  ମୁନାଙ୍କ ଆଭିମୁଖ୍ୟକୁ ସମ୍ମାନ ଜଣାଇବା ସହ ସେ ନବୀନଙ୍କ ରାସ୍ତାରେ ଚାଲିଥିବା କହିଥିଲେ। କିନ୍ତୁ ପ୍ରଶ୍ନ ଉଠାଇଥିଲେ ସାଂସଦଦ ସସ୍ମିତ ପାତ୍ରଙ୍କ ଉପରେ। 

ସସ୍ମିତ ୩ ତାରିଖ  ରାତିରେ ରାଜ୍ୟ୍ୟସଭାରେ ହୋଇଥିବା ବିଭାଜନ ଭୋଟରେ ବିବେକାନୁମୋଦିତ ଭୋଟ ପାଇଁ ନିବେଦନ କରିବା ସହ ବିଜେପିକୁ ସମର୍ଥନ କରିଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା। ଏପରିକି ତାଙ୍କୁ ଶ୍ରୀ ପାଣ୍ଡିଆନ୍‍ ନିର୍ଦ୍ଦେଶ ଦେଇଥିଲେ ବୋଲି ଚର୍ଚ୍ଚା ହେବା ପରେ ବିଜେଡି ପ୍ରାଥମିକ ସ୍ତରରେ ଦୁଇଭାଗ ହୋଇଥିଲା। କିଛି ନେତା ପାଣ୍ଡିଆନ୍‍ଙ୍କ ବିରୁଦ୍ଧରେ ସ୍ଲୋଗାନ୍‍ ଦେବା ଆରମ୍ଭ କରିଥିବା ବେଳେ ଆଉ କିଛି ନେତା ତାଙ୍କୁ ସମର୍ଥନ କରି ସୋଶାଲ୍‍ ମିଡିଆରେ ନିଜର ବକ୍ତବ୍ୟ ଝାଡ଼ିଥିଲେ। ଏପରିକି କିଛି ରାଜନୀତିକ ସମୀକ୍ଷକ ନବୀନଙ୍କୁ ଅସଲ ନାଟର ଗୋବର୍ଦ୍ଧନ ବୋଲି ଚିତ୍ରଣ କରିବାକୁ ବି ପଛାଇ ନାହାନ୍ତି। ହେଲେ ନବୀନ ଏଯାଏ ଏ ବାବଦରେ ମୁହଁ ଖୋଲି ନାହାନ୍ତି। ଶ୍ରୀ ପାଣ୍ଡିଆନ୍‍ଙ୍କୁ ନିଜର ସବୁଠାରୁ ବିଶ୍ୱସ୍ତ ନେତା ଭାବେ ସେ ଗ୍ରହଣ କରନ୍ତି। ନିର୍ବାଚନ ହାରିବା ପରେ ମଧ୍ୟ ଶ୍ରୀ ପାଣ୍ଡିଆନ୍‍ ନବୀନଙ୍କ ମୁଖ୍ୟ ସହଯୋଗୀ ଭାବେ ତାଙ୍କୁ ବିଭିନ୍ନ ସ୍ଥାନ ବୁଲାଇ ନେବାରେ ସହଯୋଗୀ ପାଲଟିଛନ୍ତି। 

ଆଜି ଯୁବ ନେତାଙ୍କ ସହ ନବୀନଙ୍କ ଭେଟ ମଧ୍ୟ ଅନୁରୂପ ଭାବେ ଏକ ପାଖିଆ ରହିବ ବୋଲି ଚର୍ଚ୍ଚା ହେଉଛି। କାରଣ ପାଣ୍ଡିଆନ୍‍ଙ୍କ ବିରୁଦ୍ଧରେ ଗୋଟିଏ ବି ଶବ୍ଦକୁ ନବୀନ ବରଦାସ୍ତ କରିବାକୁ ଦେବାକୁ ଚାହୁଁ ନାହାନ୍ତି। ଅର୍ଥାତ୍‍ ଏ ଯେଉଁ ମେଳି ଚାଲିଛି ତାହା ବି କିଛି ରାଜନୀତିକ ନେତାଙ୍କ ଦ୍ୱାରା ପ୍ରାୟୋଜିତ ବୋଲି ନବୀନ ନିଶ୍ଚିତ ରହିଛନ୍ତି। ଏଭଳି ପରିସ୍ଥିତିରେ   ପାଣ୍ଡିଆନ୍‍ଙ୍କ ଦ୍ୱାରା ପୂର୍ବରୁ ଅନୁଗୃହୀତ ହୋଇଥିବା ଏହି ନେତାମାନଙ୍କ ମତ ନବୀନଙ୍କ ଉପରେ କି ପ୍ରଭାବ ପକାଇବ ତାହାକୁ ଅପେକ୍ଷା।

Read More
{}{}