Home >>Top 10 News

Top 10 News: ଭାରତୀୟ ସଶସ୍ତ୍ର ବାହିନୀକୁ ସମ୍ମାନିତ କରିବ BCCI ଏବଂ ଅନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Advertisement
Top 10 News: ଭାରତୀୟ ସଶସ୍ତ୍ର ବାହିନୀକୁ ସମ୍ମାନିତ କରିବ BCCI ଏବଂ ଅନ୍ୟ ଅପଡେଟ୍
Soubhagya Ranjan Mishra|Updated: May 27, 2025, 04:01 PM IST
Share

Top 10 News Today

Headlines 01- ଆଜି ଗୁଜରାଟରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜ ଅଭିଭାଷଣରେ ମୋଦୀ କହିଥିଲେ ଯେ, ବିଦେଶୀ ସାମଗ୍ରୀ ଉପରେ ନିର୍ଭରଶୀଳତା କମାଇବା ଉଚିତ । ଏଥିସହ ଆତଙ୍କବାଦ ଦମନ ନେଇ ସର୍ଦ୍ଦାର ପଟେଲଙ୍କୁ ମନେ ପକାଇଛନ୍ତି ମୋଦୀ । ୧୯୪୭ ମସିହାରେ ଦେଶ ୩ ଖଣ୍ଡ ହେଲା ସମୟରେ ପ୍ରଥମ ଆତଙ୍କୀ ହମ୍‌ଲା ହୋଇଥିଲା । ସେହିଦିନ ରାତିରେ କାଶ୍ମୀରରେ ପ୍ରଥମ ଆତଙ୍କୀ ହମ୍‌ଲା ହୋଇଥିଲା । ପାକିସ୍ତାନ ମୁଜାହିଦ୍ଦିନ ଆତଙ୍କବାଦୀମାନଙ୍କୁ ବ୍ୟବହାର କରି ମା’ ଭାରତୀର ଏକ ଅଂଶକୁ କବ୍‌ଜା କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସର୍ଦ୍ଦାର ପଟେଲଙ୍କ ଇଚ୍ଛା ଥିଲା ଯେ ଯେପର୍ଯ୍ୟନ୍ତ ଆମେ POK ନ ପାଇଛୁ ଆମ ସଶସ୍ତ୍ର ବାହିନୀ ଆଗକୁ ବଢ଼ିବା ବନ୍ଦ ନ କରନ୍ତୁ । କିନ୍ତୁ କେହି ତାଙ୍କ କଥା ଶୁଣି ନଥିଲେ। ପାକିସ୍ତାନକୁ ଆମେ ଯୁଦ୍ଧରେ ତିନିଥର ପରାସ୍ତ କରି ସାରିଛୁ ବୋଲି ମୋଦୀ କହିଛନ୍ତି ।

Headlines 02- ଜମ୍ମୁ-କାଶ୍ମୀରରେ ସେନାବାହିନୀର ଅପରେସନ୍ ଜାରି ରହିଛି । କଠୁଆ ଅଞ୍ଚଳରେରେ ଆତଙ୍କୀ ଲୁଚିଥିବା ନେଇ ସୂଚନା ମିଳିବା ପରେ ଆଲର୍ଟରେ ରହିଛନ୍ତି ସୁରକ୍ଷାକର୍ମୀମାନେ । ସେନା, CRPF ଓ ସ୍ଥାନୀୟ ପୋଲିସର ମିଳିତ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

Headlines 03- ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ଆସନ୍ତା ୪୮ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଧୀରେ ଧୀରେ ଉତ୍ତରମୁହାଁ ହେବାର ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟରେ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି । ଏନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି SRC । ବଜ୍ରପାତ ଜନିତ ଅଘଟଣ ଏଡ଼ାଇବାକୁ ଲୋକଙ୍କୁ ସଚେତନ କରିବାକୁ ମଧ୍ୟ କହିଛନ୍ତି ।

Headlines 04- ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ୬୧ତମ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦିଲ୍ଲୀ ସ୍ଥିତ ତାଙ୍କ ସ୍ମାରକୀ ଶାନ୍ତିବନରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଅନ୍ୟାନ୍ୟ କଂଗ୍ରେସନେତାମାନେ ମଧ୍ୟ ଉପସ୍ଥିତ ରହି ପୁଷ୍ପମାସ୍ୟ ଅର୍ପଣ କରିଥିଲେ ।

Headlines 05- ଦେଶରେ ଏବେ ୧୦୧୦ କୋଭିଡ୍‍ ଆକ୍ରାନ୍ତ ରହିଛନ୍ତି। ଦିନକୁ ଦିନ ସଂକ୍ରମଣ ବଢ଼ୁଛି। ଯେଉଁ ସାର୍ସ କୋଭ୍‍ ଭୂତାଣୁର ପ୍ରକାର ବର୍ତ୍ତମାନ ସଂକ୍ରମଣର କାରଣ ହେଉଛି ତାହା ଯଦିଓ ମାରାତ୍ମକ ନୁହେଁ କିନ୍ତୁ ଏହାର ସଂକ୍ରମଣ ଏବେ ସାରା ଦେଶରେ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଏହାକୁ ଦେଖି ଆବଶ୍ୟକ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଆସନ୍ତା କାଲି କାନ୍ଦ୍ର ସରକାରଙ୍କ ସ୍ୱାସ୍ତୃ୍ର ବିଭାଗ ଏକ ଜରୁରୀ ବୈଠକ ଡାକିଛନ୍ତି। ଯେଉଁଥିରେ ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟ ଯୋଗ ଦେବେ। ଏ ବାବଦରେ ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।

Headlines 06- ପୁଣି ଭାରତ ଆଗରେ ମୁଣ୍ଡ ନୁଆଁଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହୱାଜ୍ ସରିଫ୍ । ଭାରତ ସହ ଶାନ୍ତି ଆଲୋଚନା କରିବାକୁ ଚାହୁଁ ବୋଲି ସେ କହିଛନ୍ତି । ଆତଙ୍କବାଦ ଉପରେ କଥାବାର୍ତ୍ତା ହେବା ପାଇଁ ଆମେ ପ୍ରସ୍ତୁତ ଏବଂ ବାଣିଜ୍ୟ, ସୀମା ପ୍ରସଙ୍ଗରେ ବି ଆଲୋଚନା କରିବାକୁ ଚାହୁଁଛୁ ବୋଲି ସରିଫ୍ କହିଛନ୍ତି ।

Headlines 07- ପିଏମ୍‌ ଆବାସ ଆବେଦନ ପାଇଁ ଆଉ ବାକି ରହିଲା ମାତ୍ର ୩ ଦିନ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୩୬ ଲକ୍ଷରୁ ଊର୍ଦ୍ଧ୍ବ ଆବେଦନ ଆସି ସାରିଲାଣି ଏବଂ ଯେଉଁମାନେ ପଞ୍ଜୀକରଣ କରି ନାହାନ୍ତି ଅବଧି ଭିତରେ କରି ନିଅନ୍ତୁ । ଏହା ପରେ ସରକାର ସର୍ଭେ କରି ତଥ୍ୟ ସଂଗ୍ରହ କରିବେ ।

Headlines 08- ବର୍ଷା ଦିନ ନ ଆସୁଣୁ ଡେଙ୍ଗୁ ଚିନ୍ତା ମୁଣ୍ଡ ବିନ୍ଧା ସୃଷ୍ଟି କରିଛି। ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ବ୍ୟକ୍ତିଙ୍କ ଡେଙ୍ଗୁରେ ମୃତ୍ୟୁ ହେବା ଘଟଣାକୁ ଜନସ୍ୱାସ୍ଥ୍ୟ ବିଭାଗ ଗମ୍ଭୀର ଭାବେ ଗ୍ରହଣ କରିଛି। ଆସନ୍ତା ୧ ତାରିଖରୁ ଡେଙ୍ଗୁ ସମ୍ପର୍କରେ ସଚେତନତା ଅଭିଯାନକୁ ଜୋରଦାର କରାଯିବ ବୋଲି କହିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା ନୀଳକଣ୍ଠ ମିଶ୍ର। ଗତକାଲି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଖବର ଆସିଛି। ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା ଅନୁସାରେ ମୃତ୍ୟୁ କ’ଣ ପାଇଁ ହୋଇଛି ତାହାର ଯାଞ୍ଚ ଚାଲିଛି। ରକ୍ତ ନମୁନା ପରୀକ୍ଷା ପରେ ତାହା ସ୍ପଷ୍ଟ ହେବ।

Headlines 09- ଅପରେସନ୍ ସିନ୍ଦୂରର ସଫଳତା ପାଇଁ ଭାରତୀୟ ସଶସ୍ତ୍ର ବାହିନୀକୁ ସମ୍ମାନିତ କରିବ BCCI । IPL ସମାପନୀ ଉତ୍ସବରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ସମ୍ମାନିତ କରାଯିବ ବୋଲି ସୂଚନା ମିଳିଛି । ଜୁନ୍‌ ୩ IPL ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ବିଶେଷ ଆୟୋଜନ ହେବ । କାର୍ଯ୍ୟକ୍ରମରେ ସାମିଲ ହେବେ ୩ ସେନା ପ୍ରମୁଖ ।

Headlines 10- ଜୁନ୍‍ ୧୯ରେ ହେବ ରାଜ୍ୟସଭା ନିର୍ବାଚନ। ଏଥିରେ ୮ଟି ଆସନ ଲାଗି ନିର୍ବାଚନ ହେବ। ଆସାମ ଓ ତାମିଲନାଡ଼ୁର ଏହି ସାଂସଦଙ୍କ କାର୍ଯ୍ୟକାଳ ଆସନ୍ତା ୨ ମାସ ଭିତରେ ଶେଷ ହେବାକୁ ଯାଉଥିବାରୁ ନିର୍ବାଚନ କମିଶନ ଏହି ଆସନଗୁଡ଼ିକୁ ପୂରଣ କରିବା ଲାଗି ଭୋଟ୍‍ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। 

Read More
{}{}