Top 10 News Today
Headlines 01- FM କଲେଜ ଘଟଣାରେ ୨ ଛାତ୍ରଙ୍କ ଗିରଫଦାରିକୁ ନେଇ ବର୍ଷିଛି ବିଜୁ ଜନତା ଦଳ । ବିଜେଡି ଅଭିଯୋଗ କରିଛି ଯେ, FM ପୀଡ଼ିତା ଆତ୍ମହତ୍ୟା କରିନି ବରଂ ତାକୁ ହତ୍ୟା କରାଯାଇଛି । ଗିରଫ ୨ ଛାତ୍ର ଛୋଟ ମାଛ, ବଡ଼ ମାଛଙ୍କୁ ବଞ୍ଚାଇବା ପାଇଁ ଏହି ଗିରଫଦାରି ହୋଇଛି । ଛାତ୍ର ସଂସଦ ନିର୍ବାଚନ ପାଇଁ ABVP ସକ୍ଷମ ନଥିଲା ତେଣୁ ନିର୍ବାଚନ ପାଇଁ ଏଭଳି ନାଟକ ରଚିବା କାରଣରୁ ଛାତ୍ରୀଙ୍କ ଜୀବନ ଯାଇଛି । ସ୍ଥାନୀୟ ସାଂସଦଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ବିଜେଡି ଅଭିଯୋଗ କରିଛି । ABVPର ଦୀପ୍ତିମୟୀ ବିରୋଧରେ ମଧ୍ୟ ତଦନ୍ତ ହେଉ ବୋଲି ଦାବି କରିଛି ବିଜେଡି ।
Headlines 02- ଏଫଏମ କଲେଜ ଘଟଣାର ବିଜେଡି ଆରୋପର ଜବାବ ରଖିଛି ବିଜେପି । ବିଜେଡିକୁ କଡ଼ା କାଉଣ୍ଟର କରିଛନ୍ତି ବିଜେପି ବିଧାୟକ ଅମର ନାୟକ । ୨୫ ବର୍ଷର ଶାସନରେ ସରକାର କେଉଁଭଳି ନ୍ୟାୟ ଦେଉଥିଲେ ତାହା ସମସ୍ତେ ଜାଣିଛନ୍ତି । ମହିଳା ବିରୋଧୀ ଅପରାଧରେ ବର୍ତ୍ତମାନ ସରକାର ଶୂନ୍ୟ ସହନଶୀଳ । ଆସାମୀ ଯିଏ ବି ହୁଅନ୍ତୁ ନା କାହିଁକି ଗିରଫ ହେଉଛନ୍ତି । ସେମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉଛି । ୧୦୦ ଘଟଣାର ଉଦାହରଣ ଅଛି ତେଣୁ ରାଜନୀତି ନ କରି ବିତର୍କକୁ ଆସନ୍ତୁ ବୋଲି ଅମର କହିଛନ୍ତି ।
Headlines 03- ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବିଜେଡି ପକ୍ଷରୁ ପୁରୀ ହରତାଳ ଡାକରା ଦିଆଯାଇଛି । ଆସନ୍ତା ୭ ତାରିଖରେ ସକାଳ ୬ରୁ ଦିନ ୧୨ ଯାଏଁ ପୁରୀରେ ହରତାଳ ଆହ୍ବାନ ଦେଇଛି ବିଜେଡି । ଦୋକାନ ବଜାର ସହ ଗାଡ଼ିମୋଟର ବନ୍ଦ ପାଇଁ ଡାକରା ଦେଇଛି ଦଳ । ପୀଡ଼ିତାଙ୍କ ମୃତ୍ୟୁ ଏବେ ରହସ୍ୟ ଘେରରେ ଅଭିଯୋଗ ହେଉଛି ଏବଂ ରାଜ୍ୟ ସରକାର ଜାଣିଶୁଣି ଅଭିଯୁକ୍ତଙ୍କୁ ଚିହ୍ନଟ କରୁ ନଥିବା ଅଭିଯୋଗ କରିଛି ବିଜେଡି । ପୀଡ଼ିତାଙ୍କ ବାପାଙ୍କ ଉପରେ କି ଚାପ ପଡ଼ିଲା ଯେ ସେ ମତ ବଦଳାଇଲେ ବୋଲି ବିଜେଡି ପ୍ରଶ୍ନ କରିଛି ।
Headlines 04- ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ଇସ୍ତଫା ଦାବିକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପ୍ରତିକ୍ରିୟାରେ କହିଛନ୍ତି ଯେ, 'ମୋ ଇସ୍ତଫାରେ ଯଦି ବଳଙ୍ଗା ପୀଡ଼ିତାଙ୍କ ଜୀବନ ଫେରିପାରିବ ତାହେଲେ ମୁଁ ଶହେ ଥର ଇସ୍ତଫା ଦେବାକୁ ପ୍ରସ୍ତୁତ' । ମାତ୍ର ମୃତକଙ୍କ ପରିବାରକୁ ନେଇ ରାଜନୀତି କରିବାକୁ ମୁଁ ପସନ୍ଦ କରେ ନାହିଁ ।
Headlines 05- ବିରୋଧୀଦଳ ନେତା ରାହୁଲ ଗାନ୍ଧିଙ୍କୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । 'ଭାରତ ଯୋଡ଼ ଯାତ୍ରା' ବେଳେ ଭାରତୀୟ ସେନାକୁ ଚୀନ୍ ସେନାର 'ପିଟିବା' ମନ୍ତବ୍ୟ ପାଇଁ କଡ଼ା ଭର୍ତ୍ସନା କରିଛନ୍ତି । ଯଦି ଆପଣ ପ୍ରକୃତ ଭାରତୀୟ ହୋଇଥିବେ ତେବେ ଏଭଳି ମନ୍ତବ୍ୟ ଦିଅନ୍ତୁନି' । ଆପଣ ବିରୋଧୀଦଳ ନେତା, ସଂସଦରେ କୁହନ୍ତୁ କିନ୍ତୁ ସୋସିଆଲ୍ ମିଡିଆରେ ନୁହେଁ । ଚୀନ୍ ୨୦୦୦ ବର୍ଗକିମି ଅକ୍ତିଆର କରିଛି ବୋଲି କେମିତି ଜାଣିଲେ ବୋଲି ପ୍ରଶ୍ନ ପଚାରିଲେ । ମାନହାନୀ ମୋକଦ୍ଦମା ନେଇ ତଳକୋର୍ଟର ଶୁଣାଣି ଉପରେ ରହିତାଦେଶ ଦେଇ କହିଛନ୍ତି ।
Headlines 06- ମହିଳାଙ୍କ ନାଇଟ୍ ସିଫ୍ଟ ନେଇ ନୂଆ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରମ ମନ୍ତ୍ରୀ । ମହିଳା ନାଇଟ୍ ସିଫ୍ଟ କରିପାରିବେ ହେଲେ ଏଥିପାଇଁ ଏକ ଫର୍ମ ପୂରଣ କରି ଦେବେ । ଏନେଇ ଇଣ୍ଟରନାଲ କମ୍ପ୍ଲେନ କମିଟିକୁ ଚିଠି କରାଯାଇଛି' । ଏହାଦ୍ବାରା ମହିଳାମାନେ ସାହସ ପାଇବେ ଏବଂ ସଶକ୍ତ ହେବେ ବୋଲି ଶ୍ରମ ମନ୍ତ୍ରୀ କହିଛନ୍ତି । ମହିଳା-ପୁରୁଷଙ୍କ ଭିତରେ ତାରତମ୍ୟ କମାଇବା ଦିଗରେ ଆମେ କାର୍ଯ୍ୟ କରୁଛୁ ବୋଲି ପ୍ରତିକ୍ରିୟା ରଖିଛନ୍ତି ଶ୍ରମମନ୍ତ୍ରୀ ।
Headlines 07- OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ୩ ଜଣଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିପାରେ କ୍ରାଇମବ୍ରାଞ୍ଚ । ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ, ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଓ ଶିକ୍ଷକ ବିଜୟ ମିଶ୍ରଙ୍କୁ ରିମାଣ୍ଡରେ ଆଣିପାରେ ବୋଲି ଚର୍ଚ୍ଚା ହେଉଛି । କଟକ ଜେଏମ୍ଏଫ୍ସି-୩ କୋର୍ଟରେ ଆବେଦନ କରିବ କ୍ରାଇମବ୍ରାଞ୍ଚ ।
Headlines 08- ଆନ୍ଧ୍ର ପଥର ଖଣି ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ୬ ଶ୍ରମିକଙ୍କ ମୃତଦେହ ଦିଗପହଣ୍ଡିରେ ପହଞ୍ଚିଛି । ୬ ମୃତଦେହ ସହ ଫେରିଛି ଗଞ୍ଜାମ ପ୍ରଶାସନର ୩ ଜଣିଆ ଟିମ୍ । ଗଞ୍ଜାମ ଜିଲ୍ଲାର ୪, ଗଜପତି ଜିଲ୍ଲାର ୨ ଶ୍ରମିକଙ୍କ ମୃତଦେହ ପହଞ୍ଚିଛି ।
Headlines 09- ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ସୁବାସ ପାଣିଙ୍କ ପରଲୋକ ହୋଇଯାଇଛି । ଜଗନ୍ନାଥ ସଂସ୍କୃତି ଗବେଷକ ଓ ଲେଖକ ଭାବେ ସେ ଖୁବ ପରିଚିତି ଲାଭ କରିଥିଲେ । ସୁବାସଙ୍କ ପରଲୋକ ଖବର ପାଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
Headlines 10- କୋଟିପତି ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଁସଦାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଛି । ଗୋଲାପଙ୍କ ୪୪ ପ୍ଲଟ୍, ୧ କିଲୋ ସୁନା, ୨ କିଲୋ ରୁପା, ନଗଦ ୨ ଲକ୍ଷ ୩୮ ହଜାର ଟଙ୍କା ଜବତ କରାଯାଇଛି । ୧ କୋଟି ୩୪ ଲକ୍ଷର ଜମା ଠାବ ହୋଇଛି । ଝିଅର ମେଡିକାଲ ପାଠପଢ଼ାରେ ସେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି