Top 10 News Today
Headlines 01- ଜୀବନ ଯୁଦ୍ଧରେ ହାରିବା ପରେ ବଳଙ୍ଗା ପୀଡ଼ିତାଙ୍କ ମୃତଦେହକୁ ଦିଲ୍ଲୀ ଏମ୍ସରୁ ଓଡ଼ିଶା ଅଣାଯାଉଛି। ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ମରଶରୀର ହସ୍ତାନ୍ତର କରାଯାଇଛି । ତେବେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଉଭୟ କଂଗ୍ରେସ ଏବଂ ବିଜେଡି ଗଣମାଧ୍ୟମ ଜରିଆରେ ପ୍ରତିକ୍ରିୟା ରଖି ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ।
Headlines 02- ଆନ୍ଧ୍ର ପ୍ରଦେଶର ବାପତଲା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଖଣିରେ କାମ କରୁଥିବା ସମୟରେ ଶ୍ରମିକଙ୍କ ଉପରେ ଏକ ଭାରୀ ଗ୍ରାନାଇଟ୍ ପଥର ପଡ଼ିବା କାରଣରୁ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଛଅ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ଖଣିରେ ୧୦ ରୁ ୧୫ ଜଣ ଶ୍ରମିକ କାମ କରୁଥିଲେ । ହଠାତ୍ ସେହି ସମୟରେ ଏକ ବିରାଟ ପଥର ସେମାନଙ୍କ ଉପରେ ଖସି ପଡ଼ିଥିଲା। ଘଟଣାର ଅଧିକ ତଦନ୍ତ ପାଇଁ ଘଟଣାସ୍ଥଳକୁ ଏକ ଫୋରେନସିକ୍ ଟିମ୍ ପଠାଯାଇଛି।'
Headlines 03- କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମୁମ୍ବାଇର ଏୟାର କାର୍ଗୋ କମ୍ପ୍ଲେକ୍ସରେ କାର୍ଯ୍ୟରତ ଜଣେ କଷ୍ଟମ୍ସ ଅଧୀକ୍ଷକଙ୍କୁ କନସାଇନମେଣ୍ଟ କ୍ଲିୟରାନ୍ସ ପାଇଁ କଷ୍ଟମ୍ସ ହାଉସ୍ ଏଜେଣ୍ଟ (ସିଏଚ୍ଏ) ଫାର୍ମରୁ ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିବା ଏବଂ ଗ୍ରହଣ କରିବା ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତ ସରକାରୀ କର୍ମଚାରୀ ନିଜ ପାଇଁ ଏବଂ ତାଙ୍କ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ କନସାଇନମେଣ୍ଟର କ୍ଲିୟରାନ୍ସ ସୁନିଶ୍ଚିତ କରିବା ପାଇଁ ପ୍ରତି କିଲୋଗ୍ରାମ ଆମଦାନୀ କାର୍ଗୋ ପାଇଁ ୧୦ ଟଙ୍କା ଲାଞ୍ଚ ମାଗୁଥିବା ଅଭିଯୋଗ ଆଧାରରେ ସିବିଆଇ ଦ୍ୱାରା ଅଭିଯୁକ୍ତ ଏବଂ ଅନ୍ୟ ଜଣେ ସରକାରୀ କର୍ମଚାରୀ ଓ ତାଙ୍କର ଜଣେ ବ୍ୟକ୍ତିଗତ ଲୋକଙ୍କ ବିରୁଦ୍ଧରେ ତୁରନ୍ତ ମାମଲା ରୁଜୁ କରାଯାଇଛି।
Headlines 04- ସହିଦ୍ ସପ୍ତାହରେ ବଡ଼ ଆକ୍ରମଣ କରିଛନ୍ତି ମାଓବାଦୀ । ବିମଳାଗଡ଼ ସେକ୍ସନ କରମପଦା-ରେଞ୍ଜଡ଼ା ମଝିରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ରେଲୱେ ଟ୍ରାକ୍ ଉଡାଇଦେଇଛନ୍ତି। ଏହି ବିସ୍ଫୋରଣରେ ଜଣେ ରେଲଓ୍ୱେ କର୍ମଚାରୀଙ୍କ ଜୀବନ ଯାଇଛି । ମୃତ କର୍ମଚାରୀଙ୍କ ନାମ ଇଟିୱା ଓରାମ ବୋଲି ଜଣାପଡିଛି । ଏଥିସହ ଅନ୍ୟ ଜଣେ ରେଳ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ରାଉରକେଲା ମେଡିକାଲରେ ଭର୍ତ୍ତି କରାଯାଇଛି। ମାଓବାଦୀଙ୍କ ଆକ୍ରମଣରେ ଇଟିୱା ଓରାମଙ୍କ ମୃତ୍ୟୁ ଖବର ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକବ୍ୟକ୍ତ କରିଛନ୍ତି । ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।
Headlines 05- ଭିଜିଲାନ୍ସ ଜାଲରେ ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଂସଦା । ୪୪ ପ୍ଲଟ୍ ସହ ୩୩୦୦ ବର୍ଗଫୁଟର ଗୋଟିଏ ବହୁତଳ କୋଠା ଠାବ କରାଯାଇଛି । ୨ଟି ସୁନା ବିସ୍କୁଟ୍ ସହ ୧ କେଜିର ସୁନା ଗହଣା, ୨ କେଜିରୁ ଅଧିକ ରୁପା, ୨ ଲକ୍ଷ ୩୮ ହଜାର ନଗଦ ଟଙ୍କା ଜବତ ହୋଇଛି । ୧ କୋଟି ୩୪ ଲକ୍ଷର ବ୍ୟାଙ୍କ, ପୋଷ୍ଟାଲ, ବୀମା ଠାବ କରାଯାଇଛି । ଝିଅର ମେଡିକାଲ ପଢ଼ା ପାଇଁ ଖର୍ଚ୍ଚ କରିଛନ୍ତି ୪୦ ଲକ୍ଷ ଏବଂ ଗୋଟିଏ ଚାରି ଚକିଆ, ୩ଟି ଦୁଇ ଚକିଆ ଯାନ ମଧ୍ୟ ମିଳିଛି । ୧୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଘରକରଣା ସାମଗ୍ରୀ ମିଳିଥିବା ସୂଚନା ରହିଛି ।
Headlines 06- ଆନ୍ତଃରାଜ୍ୟ ସିନ୍ଧିଚୋର ଗ୍ୟାଙ୍ଗକୁ ଦିଲ୍ଲୀରୁ ଗିରଫ କରିଛି କମିଶନରେଟ ପୋଲିସ । ସହିଦନଗର ଥାନା ଅଞ୍ଚଳର ଜଣେ ଆଇଟି ଅଫିସରଙ୍କ ଘରୁ ସେମାନେ ଲୁଟ୍ କରିଥିଲେ । ତଦନ୍ତ ପରେ ୨ ଲୁଟେରାଙ୍କୁ ଗିରଫ କରିବା ସହ ଚୋରି ଜିନିଷ ଜବତ କରାଯାଇଛି ।
Headlines 07- ଭୁବନେଶ୍ବର BTPL ଏମ୍ଡି ପାର୍ଥ ସାରଥି ବିଶ୍ବାଳଙ୍କୁ ଗିରଫ କରିଛି ED । ପିଏମଏଲଏ ଆକ୍ଟ ଅନୁସାରେ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସୌର ଶକ୍ତି ନିଗମ ଲିମିଟେଡକୁ ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ଦେଇ ଗିରଫ । ରିଲାଏନ୍ସ ପାୱାର୍ ଲିମିଟେଡ୍ଠୁ କମିଶନ ନେଇ ବ୍ୟାଙ୍କ ଗ୍ୟାରେଣ୍ଟି ଅଭିଯୋଗ ରହିଛି ।
Headlines 08- ଜଳେଶ୍ବର ନିକଟରେ ସମୁଦ୍ରକୁ ମାଛ ଧରିବାକୁ ଯାଇ ୪ ନିଖୋଜ ଘଟଣାରେ ଜୀବିତ ଅବସ୍ଥାରେ ଜଣେ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । ଏବେ ବି ଅନ୍ୟ ୩ ଜଣଙ୍କ ପତ୍ତା ମିଳୁନି । ୩ଟ୍ ଅତ୍ୟାଧୁନିକ ବୋଟ ସହାୟତାରେ ତଲାସୀ ଜାରି ରଖିଛି ଓଡ଼ିଶା ପୋଲିସ । ତଟ ସୁରକ୍ଷା ବାହିନୀର ଡ୍ରୋନ ସହାୟତାରେ ଆକାଶ ମାର୍ଗରୁ ନିରୀକ୍ଷଣ କରୁଛି । ମତ୍ସ୍ୟ ସମ୍ପଦ ବିଭାଗର ସାଗର ମିତ୍ର ଓ ଭାରତୀୟ ତଟରକ୍ଷୀ ବାହିନୀ ମଧ୍ୟ ସାମିଲ ରହିଛନ୍ତି ।
Headlines 09- ବାଲେଶ୍ୱରରୁ ୧ କ୍ୱିଣ୍ଟାଲ୍ରୁ ଅଧିକ ଗଞ୍ଜେଇ ଜବତ କରିଛି ଶିଲ୍ପାଞ୍ଚଳ ପୋଲିସ । ସମଲପୁର ଅଞ୍ଚଳରେ ଚଢ଼ାଉ କରି ଜବତ କରିଛି ଶିଳ୍ପାଞ୍ଚଳ ଥାନା ପୋଲିସ । ତେବେ ଗଞ୍ଜେଇ ବେପାରୀ ଖସିଯାଇଥିବା ସମୟରେ ଧରିବାକୁ ପୋଲିସ ପକ୍ଷରୁ ତନାଘନା କରାଯାଉଛି ।
Headlines 10- OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ଅଫିସ୍କୁ ଡାକି ନିହାରଙ୍କୁ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ଜେରା କରାଯାଇଥିଲା । ଉପସଭାପତି ନିହାରଙ୍କ ଲାପଟପ୍କୁ OTET ପ୍ରଶ୍ନପତ୍ର ଆସିଲା କିପରି ସେନେଇ ପ୍ରଶ୍ନ ଉଙ୍କି ମାରିଛି ।