Top 10 News Headlines Today
Headlines 01: ପୁରୀ ଶ୍ରୀମନ୍ଦିରର ଭିତର ଫଟୋ ଉତ୍ତୋଳନ କରୁଥିବା ଅଭିଯୋଗରେ ଜଣେ ଗୁଜରାଟର ଶ୍ରଦ୍ଧାଳୁଙ୍କୁ ଗିରଫ କରାଯାଇଛି। ସେ ଗୋପନ କ୍ୟାମେରା ଯୋଗେ ଏହି ଫଟୋ ଉଠାଉଥିଲା। ଏହି ଗୋପନ କ୍ୟାମେରା ତାଙ୍କ ଚଷମାରେ ଖଞ୍ଜାଯାଇଥିଲା। ପୂର୍ବରୁ ଏପରି ଆଚରଣ କରି ଜଣଙ୍କୁ ଗିରଫ କରାଯାଇଛି।
Headlines 02: ନିଜ ଆୟ ଠାରୁ ୬୩୦ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିବା ବୌଦ୍ଧ ଏମ୍ଭିଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଦୁଇଦିନ ଚଢ଼ଉ କରିବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତାଙ୍କ ପାଖରେ ୪୪ ଆବାସିକ ପ୍ଲଟ, ୧ ବହୁତଳ ପ୍ରାସାଦ, ୧ କିଲୋ ସୁନା, ୧କୋଟି ୩୪ ଲକ୍ଷ ଟଙ୍କା ନଗଦ ଜମା ଜବତ କରାଯାଇଛି।
Headlines 03: ରାଜ୍ୟରେ ବିଚାର ପ୍ରକ୍ରିୟାରେ ସଂସ୍କାର ଆଣିବା ଲାଗି ସରକାର ୮ଟି ନୂଆ ଏଡିଜେ କୋର୍ଟ ଏବଂ ୩ଟି ଭିଜିଲାନ୍ସ କୋର୍ଟ ଖୋଲିବା ଲାଗି ଅନୁମତି ପ୍ରଦାନ କରିଛନ୍ତି। ପୁରୀ, ନୟାଗଡ଼, ଭଦ୍ରକ, କଟକ, ଅନୁଗୁଳ, ସୁନ୍ଦରଗଡ଼, କନ୍ଧମାଳ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ସ୍ଥାପନ କରାଯିବ।
Headlines 04: ବିଜେଡି ପକ୍ଷରୁ ୪ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଗଞ୍ଜାମ ଜିଲ୍ଲାପାଇଁ ବିକ୍ରମ କେଶରୀ ପଣ୍ଡାଙ୍କୁ ସଭାପତି ଭାବେ ଘୋଷଣା କରାଯାଇଥିବାବେଳେ, କେନ୍ଦ୍ରାପଡ଼ାର ନୂଆ ଜିଲ୍ଲା ସଭାପତି ହୋଇଛନ୍ତି ଶିବ ପ୍ରସାଦ ଭୋଇ। ସେହିପରି କଳାହାଣ୍ଡି ପାଇଁ ପ୍ରଦୀପକୁମାର ଦିଶାରୀ ଓ କଟକ ଜିଲ୍ଲା ପାଇଁ ପ୍ରଫୁଲ୍ଲ ସିଂହଙ୍କୁ ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।
Headlines 05: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ପୂର୍ବର ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। କେନ୍ଦ୍ର ସରକାରଙ୍କ ବ୍ରିୀଜ୍ ଆଣ୍ଡ ରୁଫ୍ କର୍ପୋରେସନ୍ ଏମ୍ଡିଙ୍କ ଲାଞ୍ଚ ନେବା ଘଟଣାରେ ତାଙ୍କ ସମ୍ପୃକ୍ତି ଥିବା ନେଇ ସିବିଆଇ ମାମଲା ରୁଜୁ କରି ତଦନ୍ତ କରୁଛି।
Headlines 06: ଆସନ୍ତା ୭ ତାରିଖରେ ପୁରୀରେ ହରତାଳ କରିବ ବିଜେଡି। ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ପ୍ରତିବାଦ କରି ବିଜେଡି ଏହି ଆନ୍ଦୋଳନ କରିବାକୁ ଘୋଷଣା କରିଛି। ଏହି ସମୟରେ ଦୋକାନ, ବଜାର ସହ ଗାଡ଼ ମୋଟର ଚଳାଚଳକୁ ବନ୍ଦ କରିବେ ଦଳର କର୍ମୀ। ସକାଳ ୬ଟାରୁ ଦିନ ୧୨ଟା ଯାଏ ଏହି ହରତାଳ ଚାଲିବ।
Headlines 07: ବାଲେଶ୍ୱର ଛାତ୍ରୀ ଆତ୍ମାହୁତି ଘଟଣାରେ ତାଙ୍କ ବନ୍ଧୁମାନେ ତାଙ୍କୁ ଏଥିଲାଗି ଉତ୍ସାହିତ କରିଥିବା ଅଭିଯୋଗ ହୋଇଛି। ଏଥିଲାଗି କ୍ରାଇମବ୍ରାଞ୍ଚ ଦୁଇଜଣଙ୍କୁ ଗିରଫ କରିଛି। ଏହି ଦୁହେଁ ଯୋଜନାବଦ୍ଧ ଭାବେ ତାଙ୍କୁ ଆତ୍ମାହୁତି ଲାଗି ଉତ୍ସାହିତ କରିଥିବା ପୁଲିସ କହିଛି।
Headlines 08: ଇଂଲଣ୍ଡର ଓଭାଲ୍ଠାରେ ଭାରତ ଏକ ଐତିହାସିକ ବିଜୟ ଲାଭ କରିଛି। ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫିର ଅନ୍ତିମ ମ୍ୟାଚ୍କୁ ଜିତି ୨-୨ରେ ସିରିଜ୍ ଡ୍ର ରଖିଛି। ଭାରତ ମାତ୍ର ୬ ରନରେ ଏହି ମ୍ୟାଚଜ ଜିତିଛି।
Headlines 09: ଭାରତରୁ ଆମଦାନୀ କରୁଥିବା ସଦାମଗ୍ରୀ ଉପରେ ଯୁକ୍ତରାଷ୍ଟ୍ର ଆମେରିକାର ୨୫ ପ୍ରତିଶତ ଟାରିଫ୍ ଘୋଷଣାକୁ ସାମୟିକ ବିରତି ମିଳିଥିଲେ ମଧ୍ୟ ଟ୍ରମ୍ପ ପୁଣିଥରେ ଏହି କଥାକୁ ଦୋହରାଇଛନ୍ତି । ଭାରତ-ଋଷ ମଧ୍ୟରେ ଥିବା ଘନିଷ୍ଠ ବନ୍ଧୁତା ଏବଂ ତେଲ କାରବାର ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏହି ବୟାନ ଦେବାକୁ ବାଧ୍ୟ କରିଛି। ସେ କହିଛନ୍ତି ଭାରତ ଉପରେ ଶୁଳ୍କ ଧିରେ ଧିରେ ବଢ଼ାଇବା ଆମେରିକା।
Headlines 10: ସେନା ବାହିନୀକୁ ଲଜ୍ଜିତ କରିବା ଲକ୍ଷ୍ୟରେ ରାହୁଲ ଗାନ୍ଧି ଦେଇଥିବା ବୟାନକୁ ନେଇ ଆଜି ସୁପ୍ରିମକୋର୍ଟ କଟୁ ଭର୍ସନା କରିଛନ୍ତି। ୨୦୨୨ ଡିସେମ୍ବର ୧୬ ତାରିଖରେ ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାବେଳେ ସେ ଏଭଳି ମନ୍ତବ୍ୟ ରଖିଥିଲେ ଯେଉଁଥିରେ ସେ କହିଥିଲେ ସେ ଭାରତୀୟ ସେନାଙ୍କୁ ଚୀନ ସୈନିକ ମାଡ଼ ମାରିଛନ୍ତି। ଏହାକୁ ନେଇ ସୀମାନ୍ସ ରୋଡ୍ ସଂସ୍ଥାର ପୂର୍ବତନ ନିର୍ଦ୍ଦେଶକ ଉଦୟଶଙ୍କର ଶ୍ରୀବାସ୍ତବ ଲକ୍ଷ୍ନୌ କୋର୍ଟରେ ଏକ ମାନହାନୀ ମାମଲା ରୁଜୁ କରିଥିଲା। ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ରାହୁଲ ଗାନ୍ଧି।