Home >>Top 10 News

Top News: ପୂର୍ବତନ ସରପଞ୍ଚଙ୍କ ଘରୁ ବନ୍ଧୁକ ଜବତ, ପାଇଖାନା ଟାଙ୍କିରେ ଗଲା ୪ ଜୀବନ ଓ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Advertisement
Top News: ପୂର୍ବତନ ସରପଞ୍ଚଙ୍କ ଘରୁ ବନ୍ଧୁକ ଜବତ, ପାଇଖାନା ଟାଙ୍କିରେ ଗଲା ୪ ଜୀବନ ଓ ଅନ୍ୟ ଖବର
Soubhagya Ranjan Mishra|Updated: Jun 03, 2025, 03:59 PM IST
Share

Top 10 News Today

Headlines 01- ଦେଶରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସୁଦ୍ଧା ୪ ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୨୬ରେ ପହଞ୍ଚିଛି । ଅନ୍ୟପଟେ ଓଡ଼ିଶାରେ ମଧ୍ୟ କୋଭିଡ୍ କେସ୍ ବଢିବାରେ ଲାଗିଛି । ଆବଶ୍ୟକ ସ୍ଥଳେ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

Headlines 02- କେନ୍ଦ୍ରୀୟ ଡେପୁଟେସନ୍‌ରେ ଗଲେ IAS ଆଶିଷ ଠାକ୍‌ରେ । ୫ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେସନରେ ଯିବା ନେଇ ସୂଚନା ମିଳିଛି ।

Headlines 03- ୪ ଟନ୍ ବିସ୍ଫୋରକ ସାମଗ୍ରୀ ମାଓବାଦୀ ଲୁଟ୍ ଘଟଣାରେ ଗୋଦାମ ମାଲିକଙ୍କୁ ଗିରଫ କରାଯାଇଛି। ସୁନ୍ଦରଗଡ଼ ବଡ଼ଗାଁର ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଗିରଫ । ପୂର୍ବରୁ ରଘୁନାଥପାଲି ଥାନାରେ ଗୋଦାମ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଥିଲା SIT। ବିସ୍ଫୋରକ ସାମଗ୍ରୀ ନେଇଯାଇଥିବା ଟ୍ରକ୍‌ ଡ୍ରାଇଭର ଅଟକ ରହିଥିବା ସୂଚନା ମିଳିଛି । 

Headlines 04- ଦଶପଲ୍ଲା ଥାନା ଡିହଗାଁ ଓ ଦ୍ୱାରଗାଁରେ STF ପକ୍ଷରୁ ଚଢ଼ାଉ କରାଯାଇଛି । ପୂର୍ବତନ ସରପଞ୍ଚଙ୍କ ଘରୁ ବନ୍ଧୁକ ଜବତ କରିଛି STF । ଡିହଗାଁ ପୂର୍ବତନ ସରପଞ୍ଚ ଓ ତାଙ୍କ ଶଳା, ଶ୍ୱଶୁରଙ୍କ ସହ ୬ଜଣ ଅଟକ ରହିଛନ୍ତି । ସରପଞ୍ଚ ବେଆଇନ ବନ୍ଧୁକ ରଖିଥିବା ନେଇ ଖବର ପାଇଥିଲା STF ।

Headlines 05- ପୁଣି ବଦଳିଲା ପ୍ରାଥମିକ ଶିକ୍ଷକଙ୍କ ବଦଳି କ୍ୟାଲେଣ୍ଡର । ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ବଦଳି ପାଇଁ ଆବେଦନ ଅନୁମତି କରିପାରିବେ । ଜୁନ ୬ ତାରିଖ ଭିତରେ ପୋର୍ଟାଲ ଜରିଆରେ ଆବେଦନ କରିବେ ବୋଲି କୁହାଯାଇଛି । ଜୁନ୍‌ ୯ରୁ ୧୬ ଭିତରେ ଭେରିଫିକେସନ ହେବ ।

Headlines 06- ଭାରତୀୟ ଆଇନରେ ଡିଜିଟାଲ୍‌ ଆରେଷ୍ଟ ଭଳି କୌଶସି ଶବ୍ଦ ନାହିଁ । ଏନେଇ ‘ଏକ୍ସ’ ଯୋଗେ ସତର୍କ ରହିବାକୁ ସୂଚନା ଦେଇଛି ଓଡ଼ିଶା ପୋଲିସ୍ । ଆଜିକା ଦିନରେ ସାଇବର ଅପରାଧିମାନେ ବିଭିନ୍ନ ଉପାୟରେ ଠକୁଛନ୍ତି । ନ୍ୟାୟିକ ଅଧିକାରୀ, ପୋଲିସ, CBI, କଷ୍ଟମ୍ସ ଅଧିକାରୀ କହି ଠକୁଛନ୍ତି । ଏଭଳି ଫୋନ୍‌ କଲ୍‌ ଆସିବା ମାତ୍ରେ ନିକଟସ୍ଥ ଥାନାକୁ କିମ୍ୱା ୧୯୩୦କୁ କଲ୍ କରି ଜଣାନ୍ତୁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Headlines 07- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦେବଗଡ଼ ଜିଲ୍ଲା ଗସ୍ତରେ ଯାଇ ସେଠାରେ ପ୍ରାୟ ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।  ଏଥିସହିତ ଦେବଗଡ଼ ଜିଲ୍ଲା ପାଇଁ ଆଜି ୩୦୦ ଶଯ୍ୟା ବିଶିଷ୍ଟ ନବ ନିର୍ମିତ ଡାକ୍ତରଖାନା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉଦ୍‍ଘାଟିତ ହୋଇଛି । ସୂଚନା ଥାଉକି ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ୧୧ଟି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଏବଂ ୪ ଟି ଶିକ୍ଷା ଭିତ୍ତିଭୂମି ଉନ୍ନତିକରଣ ପ୍ରକଳ୍ପ ରହିଛି। 

Headlines 08- ରାଜ୍ୟର ସମସ୍ତ କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳିଙ୍କ ପାଇଁ ୪୧ କୋଟି ୧୭ ଲକ୍ଷ ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏଥିରେ କେନ୍ଦୁପତ୍ର ତୋଳାଳୀଙ୍କୁ ଚପଲ ପାଇଁ ୧୬୦ ଟଙ୍କା, କେରି ସଂଗ୍ରହ କପଡା ପାଇଁ ୨୦୦ ଟଙ୍କା, ତୋଳାଳୀ ଓ ସିଜନାଲ ଷ୍ଟାଫଙ୍କ ଟୋପି ପାଇଁ ୧୦୦ ଟଙ୍କା, ବନ୍ଧାଳି ମାନଙ୍କ ପାଇଁ ମଶାରୀ ଓ କମ୍ବଳ ପାଇଁ ଜଣଙ୍କ ପିଛା ୭୦୦ ଟଙ୍କା ପ୍ରଦାନ କରାଯିବ । ଏହାଦ୍ୱାରା ରାଜ୍ୟର ପ୍ରାୟ ୯ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳି ଓ ସିଜନାଲ ଷ୍ଟାଫ ଉପକୃତ ହେବେ। 

Headlines 09- ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ପଡ଼ାଲଗୁଡ଼ା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାଇଖାନା ଟାଙ୍କିରେ କାମ କରିବା ବେଳେ ଶ୍ବାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଶ୍ରମିକଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲା ଅଗ୍ନିଶମ ବାହିନୀ । ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର ।

Headlines 10- କଂଗ୍ରେସ ସାଂସଦ ଶଶି ଥରୁର ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବା ପାଇଁ ପାକିସ୍ତାନ ଏବଂ ଚୀନ ଉପରେ ଜୋରଦାର ସମାଲୋଚନା କରିଥିଲେ। ସର୍ବଦଳୀୟ କୂଟନୈତିକ ପ୍ରତିନିଧିମଣ୍ଡଳର ଅଂଶ ଥିବା ଶଶି ଥରୁର ବ୍ରାଜିଲରେ ଚୀନକୁ ଆଇନା ଦେଖାଇ କହିଥିଲେ ଯେ ଚୀନ ଆପଣଙ୍କର (ବ୍ରାଜିଲ) ଭଲ ବନ୍ଧୁ। ବ୍ରାଜିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭାଷଣ ଦେଇ କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି ଯେ ଆତଙ୍କବାଦୀ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ଅର୍ଥାତ୍ TRF 24 ଘଣ୍ଟା ମଧ୍ୟରେ ଦୁଇଥର ଘଟଣାରେ ନିଜକୁ ଦାୟୀ କରିଛି। ସମ୍ପୂର୍ଣ୍ଣ ବିବରଣୀ ଦେଇ ସେ କହିଛନ୍ତି ଯେ ଅତୀତରେ ଭାରତ TRFକୁ ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୈବା (LeT)ର ଏକ ନୂତନ ରୂପ ଭାବରେ ଜାତିସଂଘରେ ତିନିଥର ରିପୋର୍ଟ କରିଛି। 

Read More
{}{}