Top 10 News Headlines 14 March 2025: H1. High-Level Committee Formed For Bhubaneswar Metro: ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ଯୋଜନା ଏବଂ କାର୍ଯ୍ୟାନ୍ୱୟନ ତଦାରଖ କରିବା ପାଇଁ ଓଡ଼ିଶା ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ବୋଲି ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଶୁକ୍ରବାର ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପର ସମ୍ଭାବ୍ୟତା ଏବଂ ସୁଗମ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ କମିଟି ବିସ୍ତୃତ ଅଧ୍ୟୟନ ଏବଂ ମୂଲ୍ୟାଙ୍କନ କରିବ।
H2. IMD Issues Heat Wave Alert: ଭାରତୀୟ ପାଣିପାଗ ବିଭାଗ (IMD) ମାର୍ଚ୍ଚ ୧୪ ରୁ ୧୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିବା ନେଇ ପୂର୍ବାନୁମାନ କରିଛି। ଏଥିପାଇଁ ଅନେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ଏବଂ ଲୋକଙ୍କୁ ଅତ୍ୟଧିକ ତାପମାତ୍ରାରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
H3. Pradeep Majhi Banned news: ପୂର୍ବତନ ଏମ୍ପି ତଥା ବିଜେଡି ନେତା ପ୍ରଦୀପ ମାଝୀଙ୍କୁ ନେଇ ଏକ ବଡ଼ ଖବର ଆସିଛି। କହିରଖୁଛୁ ଯେ ଏହି ବିଜେଡି ନେତା ଗତ ମାର୍ଚ୍ଚ ୧୨ ତାରିଖ ଦିନ ସୁଶ୍ରୀ ସଙ୍ଗୀତା ସାହୁଙ୍କୁ ବିବାହ କରିଥିଲେ। ଏହି ବିବାହ ତାଙ୍କୁ ମହଙ୍ଗା ପଡିଛି। ସେ ଜଣେ ଅଣ ଆଦିବାସୀଙ୍କୁ ବିବାହ କରିଥିବାରୁ ପ୍ରଦୀପ ମାଝୀ ଓ ତାଙ୍କ ପରିବାରକୁ ଭତରା ସମାଜ ତରଫରୁ ବାସନ୍ଦ କରାଯାଇଛି।
H4. Raids In Bhubaneswar’s Salia Sahi Ahead Of Holi: ଶୁକ୍ରବାର ଦିନ ସକାଳେ ଭୁବନେଶ୍ୱରର ସାଲିଆସାହି ବସ୍ତିରେ ଅବକାରୀ ବିଭାଗ ବେଆଇନ ଦେଶୀ ମଦ ବିକ୍ରୟ ସମ୍ପର୍କରେ ସୂଚନା ପାଇ ଚଢାଉ କରିଥିଲା। ଏହି ଚଢ଼ାଉ ସମୟରେ କିଛି ମହିଳାଙ୍କ ସମେତ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି।
H5. CM, Dy CMs, LoP Extend Best Wishes On Dola Purnima: ଦୋଳ ପୂର୍ଣ୍ଣିମା ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଓ ପ୍ରଭାତୀ ପରିଡା ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡି଼ଶାର ଜନସାଧାରଣଙ୍କୁ ଶୁଭେଚ୍ଛା ଓ ଶୁଭକମାନା ଜଣାଇଛନ୍ତି।
H6. Golden Temple: ଶୁକ୍ରବାର ଦିନ ପଞ୍ଜାବର ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିର ପରିସର ଭିତରେ ଜଣେ ଅଜ୍ଞାତ ବ୍ୟକ୍ତି ରଡ୍ ସାହାଯ୍ୟରେ ଭକ୍ତଙ୍କୁ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ପାଞ୍ଚ ଜଣ ଭକ୍ତ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ବଥିଣ୍ଡାର ଜଣେ ଶିଖ ଯୁବକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ତାଙ୍କର ଅମୃତସରର ଶ୍ରୀ ଗୁରୁ ରାମଦାସ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ୍ ରିସର୍ଚ୍ଚର ଜରୁରୀକାଳୀନ ବିଭାଗରେ ଚିକିତ୍ସା ଚାଲିଛି।
H7. West Bengal Road Accident: ଶୁକ୍ରବାର ଦିନ ପଶ୍ଚିମବଙ୍ଗରେ ହୋଲି ଉତ୍ସବ ଶୋକରେ ପରିଣତ ହୋଇଛି। ଏଠାରେ ନଦିଆ ଜିଲ୍ଲାର ଛାପ୍ରାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର ତିନୋଟି ଇ-ରିକ୍ସାକୁ ଗୋଟିଏ ପରେ ଗୋଟିଏ ଧକ୍କା ଦେବା ଫଳରେ ତିନି ଜଣ ମହିଳା ଏବଂ ଜଣେ ଶିଶୁ ସମେତ ଅନ୍ୟ ସାତ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଆଠ ଜଣ ଆହତ ହୋଇଛନ୍ତି।
H8. Setback for Ranya Rao: ଆଜିକାଲି କନ୍ନଡ ଅଭିନେତ୍ରୀ ରଣ୍ୟା ରାଓଙ୍କ ନାମ କର୍ଣ୍ଣାଟକ ରାଜନୀତିରେ ହଇଚଇ ସୃଷ୍ଟି କରୁଛି। ୧୪ କିଲୋ ସୁନା ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ରଣ୍ୟା ରାଓ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି। ରାଓଙ୍କ ଜାମିନ ପାଇଁ ଏକ ଆବେଦନ ଦାଖଲ କରାଯାଇଥିଲା। ଯାହାକୁ ସ୍ୱତନ୍ତ୍ର କୋର୍ଟ ଖାରଜ କରିଦେଇଛନ୍ତି।
H9. Mark Carney becomes Canada new PM: ମାର୍କ କାର୍ନି କାନାଡାର ୨୪ତମ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କଲେ। ପୂର୍ବତନ କେନ୍ଦ୍ରୀୟ ବ୍ୟାଙ୍କର ଏବଂ ନିବେଶ ବିଶେଷଜ୍ଞ କାର୍ନି ଏପରି ଏକ ସମୟରେ କ୍ଷମତାକୁ ଆସିଛନ୍ତି ଯେତେବେଳେ ଆମେରିକା ସହିତ କାନାଡାର ବାଣିଜ୍ୟ ଯୁଦ୍ଧ ଶୀର୍ଷରେ ପହଞ୍ଚିଛି।
H10. Axar Patel To Captain Delhi Capitals: ଅକ୍ଷର ପଟେଲଙ୍କୁ IPL 2025 ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC)ର ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି। ସେ ୨୦୧୯ ମସିହାରୁ ଡିସି ସହିତ ଅଛନ୍ତି। ଗତ ନଭେମ୍ବରରେ ଅନୁଷ୍ଠିତ ମେଗା ନିଲାମ ପୂର୍ବରୁ ସେ ଦିଲ୍ଲୀ କ୍ୟାପିଟାଲ୍ସର ସର୍ବାଧିକ ୧୬.୫୦ କୋଟି ଟଙ୍କାରେ ରିଟେନସନ୍ ଥିଲେ। ଯଦିଓ ତାଙ୍କର ଅଧିନାୟକତ୍ୱ ଅଭିଜ୍ଞତା ଅଧିକ ନାହିଁ, ତଥାପି ତାଙ୍କୁ ଚଳିତ ବର୍ଷ ଜାନୁଆରୀରେ ଭାରତର T20I ଉପ-ଅଧିନାୟକ ନିଯୁକ୍ତ କରାଯାଇଥିଲା।