Top 10 News Headlines 9 April 2025: H1. Naveen Patnaik On VK Pandian: ୱାକଫ ବିଲ୍ ଭୋଟିଂକୁ ନେଇ ବିଜେଡିରେ ଦେଖାଦେଇଥିବା ଅଶାନ୍ତି ଏବଂ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ଏବଂ ବିଭାଜନ ସମ୍ପର୍କରେ କଳ୍ପନାଜଳ୍ପନା ମଧ୍ୟରେ ଦଳର ମୁଖ୍ୟ ନବୀନ ପଟ୍ଟନାୟକ ଆଜି ଭିକେ ପାଣ୍ଡିଆନଙ୍କ ସମର୍ଥନରେ ନିଜର ବୟାନ ରଖିଛନ୍ତି ଏବଂ ଦଳର କୌଣସି ମାମଲାରେ ତାଙ୍କର ସମ୍ପୃକ୍ତିକୁ ନେଇ ଦୃଢ଼ ଭାବରେ ଅସ୍ୱୀକାର କରିଛନ୍ତି।
H2. Odisha Weather Update: ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତାକାଲି ଓଡ଼ିଶାର ୧୭ଟି ଜିଲ୍ଲାରେ ଘଡ଼ଘଡ଼ି ସହିତ ବିଜୁଳି ବର୍ଷା ହେବାର ସମ୍ଭାବନା ଅଛି ଏବଂ ପବନର ବେଗ ୩୦-୪୦ କିଲୋମିଟର ଘଣ୍ଟା ପର୍ଯ୍ୟନ୍ତ ରହିବ। ଆଇଏମଡି ଅନୁଯାୟୀ ବଜ୍ରପାତରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ଼, ରାୟଗଡ଼ା, କୋରାପୁଟ।
H3. Cases Filed Against 5,000 Congress Workers: ଭୁବନେଶ୍ୱରର ଲୋୟର ପିଏମଜି ଅଞ୍ଚଳର ଗାନ୍ଧୀ ମାର୍ଗ ନିକଟରେ ମାର୍ଚ୍ଚ ୨୭ ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) ଦ୍ୱାରା ଆୟୋଜିତ ବିକ୍ଷୋଭ ସମୟରେ ଘଟିଥିବା 'ହିଂସା' ଘଟଣାରେ କମିଶନରେଟ୍ ପୋଲିସ ପ୍ରାୟ ୫,୦୦୦ କଂଗ୍ରେସ ନେତା ଏବଂ କର୍ମୀଙ୍କ ବିରୋଧରେ ମାମଲା ରୁଜୁ କରିଛି।
H4. India France Mega Deal: ଭାରତୀୟ ନୌସେନା ପାଇଁ ଫ୍ରାନ୍ସରୁ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବାକୁ କ୍ୟାବିନେଟ୍ କମିଟି (CCS) ମେଗା ଡିଲ୍ କୁ ମଞ୍ଜୁରୀ ଦେଇଛି। ଏହି ଚୁକ୍ତିର ମୂଲ୍ୟ ପ୍ରାୟ ୬୩,୦୦୦ କୋଟି ଟଙ୍କା। ଏହି ଚୁକ୍ତିନାମାକୁ ଚୂଡ଼ାନ୍ତ କରାଯିବ ଏବଂ ଖୁବ୍ ଶୀଘ୍ର ସ୍ୱାକ୍ଷରିତ କରାଯିବ।
H5. Ram Mandir Ayodhya: ଆସନ୍ତା ମାସରେ ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରରେ ଆଉ ଏକ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ପ୍ରଭୁ ରାମଙ୍କୁ ରାଜା ଭାବରେ ସ୍ଥାପନ କରାଯିବ ଏବଂ ମନ୍ଦିରର ପ୍ରଥମ ମହଲାରେ ରାମ ଦରବାର ପ୍ରତିଷ୍ଠା କରାଯିବ। ଯାହା ଜୁନ୍ ୬ ରୁ ଭକ୍ତମାନଙ୍କ ପାଇଁ ଖୋଲାଯିବ। ମନ୍ଦିର ନିର୍ମାଣ କମିଟିର ମୁଖ୍ୟ ନୃପେନ୍ଦ୍ର ମିଶ୍ର ଏହି ସୂଚନା ଦେଇଛନ୍ତି।
H6. union cabinet decision today: କେନ୍ଦ୍ର କ୍ୟାବିନେଟ ବୁଧବାର ଦିନ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (PMKSY) ର ଏକ ଉପ-ଯୋଜନା ଭାବରେ କମାଣ୍ଡ ଏରିଆ ଡେଭଲପମେଣ୍ଟ ଆଣ୍ଡ ୱାଟର ମ୍ୟାନେଜମେଣ୍ଟ (M-CADWM) ର ଆଧୁନିକୀକରଣକୁ ମଞ୍ଜୁରୀ ଦେଇଛନ୍ତି। ଯାହାର ପ୍ରାରମ୍ଭିକ ବ୍ୟୟ ୧,୬୦୦୦ କୋଟି ଟଙ୍କା। ଏହି ଯୋଜନାର ଲକ୍ଷ୍ୟ ଜଳସେଚନ ଜଳ ଯୋଗାଣ ନେଟୱାର୍କକୁ ଆଧୁନିକୀକରଣ କରିବା ଯାହା ଦ୍ଵାରା ପୂର୍ବରୁ ଥିବା କେନାଲ କିମ୍ବା ଅନ୍ୟ ଉତ୍ସରୁ ଏକ ନିର୍ଦ୍ଦିଷ୍ଟ କ୍ଲଷ୍ଟରକୁ ଜଳସେଚନ ପାଇଁ ପାଣି ଯୋଗାଇ ଦିଆଯାଇପାରିବ।
H7. TMC internal infighting: ବିଜେପି ନେତା ଅମିତ ମାଲବ୍ୟ ଦାବି କରିଛନ୍ତି ଯେ ୪ ଏପ୍ରିଲରେ ନିର୍ବାଚନ କମିଶନ ମୁଖ୍ୟାଳୟରେ ସାଂସଦ କଲ୍ୟାଣ ବାନାର୍ଜୀ ଏବଂ ଜଣେ ମହିଳା ସାଂସଦଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ଟିଏମସି ସାଂସଦଙ୍କ ହ୍ୱାଟ୍ସଆପ୍ ଗ୍ରୁପରେ ବାନାର୍ଜୀ ଏବଂ କୀର୍ତ୍ତି ଆଜାଦଙ୍କ ମଧ୍ୟରେ ବିତର୍କ ହୋଇଥିଲା। ସେ ଏହାର ଭିଡିଓ ଏବଂ ହ୍ୱାଟସଆପ୍ ଚାଟର ସ୍କ୍ରିନସଟ୍ ସେୟାର କରିଛନ୍ତି।
H8. Mamata Banerjee On Waqf Amendment Act: ୱାକ୍ଫ ସମ୍ପତ୍ତି ପରିଚାଳନାରେ ସଂସ୍କାର ଓ ସ୍ୱଚ୍ଛତା ରକ୍ଷା ତଥା ଗରିବ ଓ ମହିଳା ମୁସଲମାନଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ ପ୍ରଣୀତ ହୋଇଥିବା ନୂଆ ୱାକ୍ଫ ଆଇନ ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ। ସଂଖ୍ୟା ଲଘୁ ସମ୍ପ୍ରଦାୟ ଏବଂ ତାଙ୍କ ସମ୍ପତ୍ତିର ସୁରକ୍ଷା ଦାୟିତ୍ୱ ହେଉଛି ଦିଦିଙ୍କର ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ଜୈନ ସମାଜର ଏକ ଆୟୋଜନରେ ଯୋଗ ଦେଇ ମମତା ଏହି ଟିପ୍ପଣୀ ଦେଇଛନ୍ତି।
H9. Air India flyer urinates on co-passenger: ଦିଲ୍ଲୀରୁ ବ୍ୟାଙ୍କକ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ତାଙ୍କ ପାଖରେ ବସିଥିବା ଜଣେ ବ୍ୟକ୍ତିଙ୍କ ଉପରେ ପରିସ୍ରା କରିଥିଲେ। ଏହି ଘଟଣା ବୁଧବାର ଘଟିଥିବା କୁହାଯାଉଛି। ଏହି ଘଟଣା ଉପରେ ଏୟାରଲାଇନ୍ସ ଏକ ବୟାନ ଜାରି କରି କହିଛି ଯେ ଘଟଣା ପରେ କ୍ରୁ ସମସ୍ତ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସରଣ କରିଥିଲେ। ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ମାମଲାରେ କଠୋର ଥିବା ପରି ମନେ ହେଉଛି। କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଏହି ମାମଲା ଉପରେ ଦୃଷ୍ଟି ଦେଇଛନ୍ତି।
H10. GT vs RR IPL 2025: ବୁଧବାର ଦିନ ଆଇପିଏଲ ୨୦୨୫ର ୨୩ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ୨୦ ଓଭରରେ ୬ ୱିକେଟ ହରାଇ ୨୧୭ ରନ କରିଛି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ପକ୍ଷରୁ ସାଇ ସୁଦର୍ଶନ ସର୍ବାଧିକ ୮୨ ରନ କରିଥିଲେ। ରାଜସ୍ଥାନ ପକ୍ଷରୁ ତୁଷାର ଏବଂ ତୀକ୍ଷଣା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। କହିରଖୁଛୁ ଯେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।