Hindi News >>Home >>Top 10 News

Top 10 News: ପ୍ରଧାନମନ୍ତ୍ରୀଙ୍କ ବିମାନରେ ତ୍ରୁଟି, ଚଳିତ ରଣଜୀ ସିଜିନରେ ଓଡ଼ିଶା ପ୍ରଥମ ବିଜୟ, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 Afternoon Headlines: ପୁରୀରେ ଆଜି କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଶ୍ରୀ ଜିଉଙ୍କୁ ରାଜ ରାଜରାଜେଶ୍ୱରୀ ବେଶ ଅନୁଷ୍ଠିତ ହୋଇଛି। ଏହାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।  ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର।  

Advertisement
Top 10 Afternoon Headlines
Top 10 Afternoon Headlines
Jagdish Barik|Updated: Nov 15, 2024, 04:28 PM IST
Share
Top 10 Afternoon Headlines from 15th November 2024: H1. ଆଜି କାର୍ତ୍ତିକ ପୂର୍ଣ୍ଣମୀ।  ଆଉ କିଛି ସମୟପରେ କଟକର ମହାନଦୀ ପଠାରେ ଆଜିଠାରୁ ଐତିହାସିକ ବାଲିଯାତ୍ରା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହାକୁ ଆନୁଷ୍ଠନିକ ଭାବେ ଉଦ୍‍ଘାଟନ କରିବେ। ଏହି ଐତିହାସିକ ଯାତ୍ରାକୁ ସାକ୍ଷୀ ହେବା ଲାଗି ୧୩ଟି ରାଷ୍ଟ୍ରର ରାଷ୍ଟ୍ରଦୂତ ଏବଂ ଉଚ୍ଚାୟୁକ୍ତ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆଜି ପ୍ରଥମ ସନ୍ଧ୍ୟାରେ ଅନୁପ ଜଲୋଟା ଏବଂ ପଙ୍କଜ ଜାଲଙ୍କ ସଙ୍ଗୀତ ଶୁଣିବାକୁ ମିଳିବ।
 
2. ପାରାଦୀପଠାରେ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବକୁ ଉଦ୍‍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ସକାଳେ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ସେ କହିଛନ୍ତି ସେ ପାରାଦୀପ ହେଉଛି ଓଡ଼ିଶା ପ୍ରଗତିର ମୁଖଶାଳା। ଦିନେ ଓଡ଼ିଶା ଏହି ଦିନରେ ବିଦେଶକୁ ବଣିଜ କରିବାକୁ ଯାଉଥିଲା। ଆଜି ତାହା ପ୍ରତୀକ ଭାବେ ପାରାଦୀପରେ ପାଳନ କରାଯାଉଛି। 
 
3. ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ଆଜି ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି। ମହାନ ସ୍ୱାଧୀନତାସଂଗ୍ରାମୀ ଶ୍ରୀ ମୁଣ୍ଡା ଆଦିବାସୀ ସମ୍ପ୍ରଦାୟର ଅଧିକାର ପାଇଁ ଲଢ଼େଇ କରୁଥିଲେ। ତାଙ୍କୁ ଭଗବାନ ଭାବେ ଆଦାବିସୀ ସମ୍ପ୍ରଦାୟ ପୂଜା କରନ୍ତି। 
ପ୍ରଧାନମନ୍ତ୍ରୀ ନୂଆ ଦିଲ୍ଲୀଠାରେ ଏବଂ ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ଶ୍ରୀ ମୁଣ୍ଡାଙ୍କୁ ସ୍ମରଣ କରିଥିଲେ। 
 
4. ପୁରୀରେ ଆଜି କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଶ୍ରୀ ଜିଉଙ୍କୁ ରାଜ ରାଜରାଜେଶ୍ୱରୀ ବେଶ ଅନୁଷ୍ଠିତ ହୋଇଛି। ଏହାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏହି ଗହଳିକୁ ନିୟନ୍ତ୍ରଣ କରିବା ଲାଗି ଆଜି ପୁରୀରେ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। 
 
5. ମହିଳା ପୁଲିସ କର୍ମୀଙ୍କୁ ବିଧାୟକ ଜୟନାରାୟଣ ମିଶ୍ରଙ୍କ ମାଡ଼ ଘଟଣାରେ ସୁପ୍ରିମ୍‍ କୋର୍ଟ ଆଗୁଆ ଜାମିନ ଖାରଜ କରିବା ଏବେ ରାଜ୍ୟରେ ରାଜନୀତିକ ପରିବେଶକୁ ସରଗରମ କରିଛି। ବିଜୁ ଜନତା ଦଳ ପକ୍ଷରୁ ବରିଷ୍ଠ ନେତା ତଥେ ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଜୟନାରାୟଣଙ୍କ ବୟାନକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମସ୍ତେ ପାଳନ କରିବା ଦରକାର।  ବିଜେପି ନେତା ବା ରାଜ୍ୟପାଳଙ୍କ ପୁଅ କେହି ସୁପ୍ରିମ କୋର୍ଟରୁ ଉର୍ଦ୍ଧ୍ୱରେ ନୁହନ୍ତି। 
 
6. ଆଜିଠାରୁ ରାଜ୍ୟରେ ଶୀତ ଅନୁଭୂତ ହୋଇଛି। ରାତିର ତାପମାତ୍ରା କମିଛି। ସକାଳୁ କୁହୁଡ଼ି ମଧ୍ୟ ଦାଖିବାକୁ ମିଳିଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଆସନ୍ତା ୨୧ ତାରିଖଯାଏ ଏହିପରି କମ୍‍ ତାପମାତ୍ରା ରହିବ। ୧୭ ତାରିଖ ଦିନ ଘନ କୁହୁଡ଼ି ଆଶଙ୍କା ରହିଛି। ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀକୁ ଖସିବା ସମ୍ଭାବନା ଥିବା କୁହାଯାଇଛି। 
 
7. ପ୍ରଧାନମନ୍ତ୍ରୀଙ୍କ ବିମାନରେ ତ୍ରୁଟି ଯୋଗୁ ଆଜି ଯାତ୍ରାକୁ ବିଳମ୍ବ କରାଯାଇଛି। ଝାଡ଼ଖଣ୍ଡର ଦେଓଘରଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ତ୍ରୁଟି ଥିବା ଜଣାପଡ଼ିଥିଲା। ଫଳରେ ନିର୍ଦ୍ଧାରିତ ସମୟରେ ବିମାନ ଉଡ଼ାଣ କରିପାରି ନଥିଲା। 
 
8. ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଉତ୍କଟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଅନେକ କଟକଣା ଜାରି କରାଯାଇଛି।  ପ୍ରାଥମିକ ସ୍କୁଲ୍‍ ଗୁଡ଼ିକୁ ବନ୍ଧ କରାଯାଇ ଅନ୍‍ ଲାଇନ୍‍ କ୍ଲାସ୍‍ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଆଜିଠାରୁ ସହର ଭିତରେ ବିଏସ୍‍ ୨ ପେଟ୍ରୋଲ, ବିଏସ୍‍ ୪ ଡିଜେଲ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଏହା ସହ ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ନିଷିଦ୍ଧାଦେଶ ଜାରି କରାଯାଇଛି।
 
9. ଭାରତୀୟ କ୍ରିକେଟ ଟିମ୍‍ ଭଳି କବାଡ଼ି ଟିମ୍‍ ଉପରେ ପାକିସ୍ତାନ ଗସ୍ତ ନେଇ କଟକଣା ଜାରି କରାଯାଇଛି। ପାକିସ୍ତାନରେ ଆୟୋଜିତ ବନ୍ଧୁତାପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବା ପାଇଁ କବାଡ଼ି ମହାସଂଘ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା। କିନ୍ତୁ ଭାରତ ସରକାର ଲହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। 
 
10. ଚଳିତ ରଣଜୀ ଋତୁରେ ଓଡ଼ିଶା ପ୍ରଥମ ବିଜୟ ହାସଲ କରିଛି। ସିଜିନର ୪ର୍ଥ ମ୍ୟାଚ୍‌ ଖେଳୁଥିବା ଓଡ଼ିଶା ବାରବାଟୀରେ ମହାରାଷ୍ଟ୍ରକୁ ୩ ୱିକେଟରେ ହରାଇ ଦେଇଛି। ପ୍ରଥମ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୩୮ ରନର ଲିଡ୍‌ ପାଇଥିବା ତୃତୀୟ ଦିନରେ ଏଥିରେ ଆଉ ୧୨୯ ରନ ଯୋଡ଼ି ମହାରାଷ୍ଟ୍ରକୁ ମାତ ଦେଇଛି।
Read More
{}{}