Home >>Top 10 News

Top 10 News Today: ବାତ୍ୟା ରେମାଲକୁ ନେଇ ଉଚ୍ଚ ସ୍ତରୀୟ ବୈଠକ କଲେ ପିଏମ ମୋଦି, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines Odisha 26th May 2024: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ରେମାଲକୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି। ଯେଉଁଥିରେ ସେ ବାତ୍ୟା ରେମାଲ ସହିତ ମୁକାବିଲା ପାଇଁ ପ୍ରସ୍ତୁତି ଓ ପ୍ରୟାସର ସମୀକ୍ଷା କରିଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

Advertisement
Top 10 news headlines for 26 May 2024
Top 10 news headlines for 26 May 2024
Jagdish Barik|Updated: May 26, 2024, 10:03 PM IST
Share

Top 10 News Headlines: H1. Cyclone Remal Update: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ରେମାଲକୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି। ଯେଉଁଥିରେ ସେ ବାତ୍ୟା ରେମାଲ ସହିତ ମୁକାବିଲା ପାଇଁ ପ୍ରସ୍ତୁତି ଓ ପ୍ରୟାସର ସମୀକ୍ଷା କରିଥିଲେ। ଆଇଏମଡି ଅନୁଯାୟୀ, ଆଜି ମଧ୍ୟରାତ୍ରିରେ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ବାତ୍ୟା ରେମାଲ୍ ସ୍ଥଳଭାଗ ଛୁଇଁବ।

H2. Matric Result 2024: ପ୍ରତିକ୍ଷା ଘଟିଲା ଅନ୍ତ।  ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ପାସ୍‌ ହାର ୯୬.୦୭ ପ୍ରତିଶତ ରହିଛି । ଚଳିତ ବର୍ଷ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ।  ଅର୍ଥାତ୍  ପୁଅଙ୍କ ଅପେକ୍ଷା ଚଳିତ ବର୍ଷ ଝିଅଙ୍କ ପାସ୍‌ ହାର ଅଧିକ ରହିଛି ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି। 

H3. CHSE Odisha 12th Result 2024: ରବିବାର ଦିନ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଏକ ପ୍ରେସ୍ କନଫେରେନ୍ସ ମାଧ୍ୟମରେ ଏକ ସଙ୍ଗାରେ କଳା, ବିଜ୍ଞାନ ଓ ବାଣିଜ୍ୟ ପରିକ୍ଷାଫଳ ପ୍ରକାଶ ପାଇଛି। ଏଥର କଳାରେ ପାସ୍‌ ହାର ୮୦.୯୫ ପ୍ରତିଶତ ରହିଛି। ସେହିପରି ବିଜ୍ଞାନରେ ପାସ୍‌ ହାର ୮୬.୯୩ ପ୍ରତିଶତ ରହିଛି। ଏଥି ସହିତ ବାଣିଜ୍ୟରେ ପାସ୍‌ ହାର ୮୨.୨୭ ପ୍ରତିଶତ ରହିଛି। 

H4. Sasmit Patra On Odisha Election 2024: ଶନିବାର (୨୫ ମେ) ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ରାଜ୍ୟରେ ବିଜେଡି ସରକାର ହେଉଥିବା ବେଳେ ଓଡ଼ିଶା ବିଜେପି ବଡ଼ ଧରଣର ପରାଜୟ ଆଡ଼କୁ ଗତି କରୁଥିବା ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି। ଶ୍ରୀ ପାତ୍ର ଆହୁରି କହିଛନ୍ତି ଯେ, ନିର୍ବାଚନର ତୃତୀୟ ପର୍ଯ୍ୟାୟ ଶେଷରେ ଆମେ ଆପଣମାନଙ୍କ ଆଗରେ ବିନମ୍ରତାର ସହ କହିବାକୁ ଚାହୁଁଛୁ ଯେ ରାଜ୍ୟବାସୀଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ଓଡ଼ିଶାରେ ପୁଣି ବିଜେଡି ସରକାର ଗଠନ କରିବାକୁ ଯାଉଛି।

H5. Army Chief Manoj Pande: କେନ୍ଦ୍ର ସରକାର ରବିବାର ଦିନ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି। ଏହି କାର୍ଯ୍ୟକାଳ ଏକ ମାସ ପାଇଁ ବୃଦ୍ଧି କରାଯାଇଛି। ଜେନେରାଲ୍ ମନୋଜ ପାଣ୍ଡେ ମେ ୩୧ ରେ ନିଜ ପଦରୁ ଅବସର ନେବାକୁ ଯାଉଥିଲେ। ଏହି ସୂଚନ ପାଇଁ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି।

H6. Hajj 2024: ଏକ ଐତିହାସିକ ପଦକ୍ଷେପ ସହ ଭାରତୀୟ ହଜ୍ ତୀର୍ଥଯାତ୍ରୀମାନେ ପ୍ରଥମ ଥର ପାଇଁ ଜେଡ୍ଡା ବିମାନବନ୍ଦରରେ ପହଞ୍ଚିବା ପରେ ରବିବାର ଦିନ ମକ୍କା ପହଞ୍ଚିବା ପାଇଁ ବସ୍ ବଦଳରେ ହରାମାଇନ୍ ହାଇ ସ୍ପିଡ୍ ଟ୍ରେନ୍ ଯାତ୍ରା କରିଥିଲେ। ଏହି ସୁବିଧା ତୀର୍ଥଯାତ୍ରୀମାନଙ୍କୁ ଜେଡ୍ଡାରେ ଥିବା ଭାରତୀୟ କନସୁଲେଟ୍ ତରଫରୁ ଯୋଗାଇ ଦିଆଯାଇଛି।

H7. Swati Maliwal on Dhruv Rathi: ପ୍ରସିଦ୍ଧ ୟୁଟ୍ୟୁବ ଧ୍ରୁଭ ରାଠୀଙ୍କ ବିରୋଧରେ ସ୍ୱାତୀ ମାଲିୱାଲ X ରେ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି। ସେ ଧ୍ରୁବଙ୍କୁ ଏକପାଖିଆ ଭିଡିଓ ତିଆରି କରିଥିବା ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ ମାଲିୱାଲ ରାଠୀଙ୍କୁ ଆମ୍ ଆଦମୀ ପାର୍ଟି  ମୁଖପାତ୍ରଙ୍କ ସହ ତୁଳନା କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ତାଙ୍କୁ ଦୁଷ୍କର୍ମ ଧମକ ଦିଆଯାଉଛି। ଏହା ସହିତ ସ୍ୱାତୀ ଅନେକ ସ୍କ୍ରିନସଟ୍ ସେୟାର କରିଛନ୍ତି ଯେଉଁଥିରେ ତାଙ୍କୁ ଦୁର୍ବ୍ୟବହାର ଓ ଧମକ ଦିଆଯାଇଛି।

H8. Cannes 2024: ପାୟଲ କପାଡ଼ିଆଙ୍କ ଫିଲ୍ମ ‘ଅଲ୍ ୱି ଇମାଜିନ୍ ଏଜ୍ ଲାଇଟ୍’ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଗ୍ରାଣ୍ଜ ପ୍ରିକ୍ସ ପୁରସ୍କାର ଜିତିଛନ୍ତି। ଏହା ହେଉଛି କାନ୍ସ ଫିଲ୍ମ ଫେଷ୍ଟିଭାଲର ଦ୍ୱିତୀୟ ପ୍ରତିଷ୍ଠିତ ପୁରସ୍କାର । ୩୦ ବର୍ଷରେ ଏହା କୌଣସି ଭାରତୀୟ ମହିଳା ନିର୍ଦ୍ଦେଶିକାଙ୍କ ଦ୍ୱାରା ମୁଖ୍ୟ ପ୍ରତିଯୋଗିତାରେ ପ୍ରଦର୍ଶିତ ହୋଇଥିବା ପ୍ରଥମ ଭାରତୀୟ ଚଳଚ୍ଚିତ୍ର । 

H9. Odisha Election 2024: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆସନ୍ତା ଜୁନ୍ ୧ ତାରିଖରେ ହେବାକୁ ଯାଉଛି ୪ର୍ଥ ପର୍ଯ୍ୟାୟ ନିର୍ବାଚନ। ଆଉ ଏହି ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ୍ ଶାହା ଓଡ଼ିଶା ଆସୁଛନ୍ତି। ୨୮ ତାରିଖରେ ଅମିତ୍ ଶାହା ଆଉ ୨୯ରେ ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି ବୋଲି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ଆଜି ସୂଚନା ଦେଇଛନ୍ତି।

H10. KKR vs SRH IPL 2024 Final: ଫାଇନାଲରେ କୋଲକାତା ୧୧୪ ରନର ବିଜୟ ଲକ୍ଷ୍ୟ ପାଇଛି। ହାଇଦ୍ରାବାଦ ୧୮.୩ ଓଭରରେ ୧୧୩ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। କମିନ୍ସ ହାଇଦ୍ରାବାଦ ତରଫରୁ ଆଉଟ୍ ହୋଇଥିବା ଶେଷ ଖେଳାଳି ଥିଲେ। ସେ ୧୯ ଟି ବଲରେ ୨୪ ରନର ଇନିଂସ ଖେଳି ରସେଲଙ୍କ ବଲରେ ଆଉଟ୍ ହୋଇଥିଲେ।

Read More
{}{}