Top 10 News Today
Headlines 01- ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଭାରତ-ଫିଲିପ୍ପାଇନ୍ସ ଭିସା ଫ୍ରି ହୋଇଛି । ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭିସା ଫ୍ରି କରିଥିଲା ଫିଲିପ୍ପାଇନ୍ସ ଆଉ ବର୍ତ୍ତମାନ ଫିଲିପ୍ପାଇନ୍ସ ପର୍ଯ୍ୟଟକଙ୍କ ଇ-ଭିସା ଫ୍ରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
Headlines 02- ଅଗଷ୍ଟ ପନ୍ଦର ତଥା ସ୍ୱାଧୀନତା ଦିବସ ପୂର୍ବରୁ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହାରି ମଧ୍ୟରେ ଲାଲକିଲ୍ଲାରେ ସୁରକ୍ଷା ବ୍ୟବସ୍ଥାରେ ତୃଟି କାରଣରୁ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୁରକ୍ଷା ଅଭ୍ୟାସ ସମୟରେ ଏକ ନକଲି ବୋମାକୁ ଚିହ୍ନଟ କରିପାରି ନ ଥିବା କାରଣରୁ ୭ ଜଣ ଦିଲ୍ଲୀ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସ୍ୱତନ୍ତ୍ର ସେଲ୍ ନିଜକୁ ଜଣେ ସାଧାରଣ ନାଗରିକର ପରିଚୟ ଦେବା ପରେ ଏକ ନକଲି ବୋମା ଧରି ଲାଲକିଲ୍ଲାରେ ପ୍ରବେଶ କରିଥିଲା । କିନ୍ତୁ ସୁରକ୍ଷା କର୍ମୀ ଉକ୍ତ ବ୍ୟକ୍ତିଙ୍କୁ ଧରିପାରିନଥିଲେ ।
Headlines 03- ସମୟାନୁବର୍ତ୍ତିତାକୁ ସୁଦୃଢ଼ କରିବା ଏବଂ ପ୍ରଶାସନିକ ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ରାଜ୍ୟର ସମସ୍ତ ରାଜସ୍ୱ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଉପସ୍ଥାନକୁ ନେଇ ବାୟୋମେଟ୍ରିକ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଦିନ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଜିଲ୍ଲା କଲେକ୍ଟରମାନଙ୍କୁ ସେମାନଙ୍କ ଅଧୀନସ୍ଥ ସମସ୍ତ ରାଜସ୍ୱ କାର୍ଯ୍ୟାଳୟରେ କର୍ମଚାରୀ ମନଙ୍କ ଉପସ୍ଥାନକୁ ନେଇ ବାୟୋମେଟ୍ରିକ୍ ଲଗାଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି। ବିଜ୍ଞପ୍ତିରେ କୁହାଯାଇଛି, "ରାଜ୍ୟ ସରକାରଙ୍କ ସମସ୍ତ କର୍ମଚାରୀ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟରେ ଯୋଗଦେବାକୁ ଆଶା କରାଯାଉଛି। ଏହି ନିର୍ଦ୍ଦେଶନାମା ସର୍ବୋଚ୍ଚ ପଦବୀର କର୍ମଚାରୀଙ୍କଠାରୁ ସର୍ବ ନିମ୍ନ ପଦବୀରେ ଥିବା ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସମାନ ଭାବରେ ପ୍ରଯୁଜ୍ୟ।"
Headlines 04- ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ କୁହାଯାଉଛି। ଦିଲ୍ଲୀ ସ୍ଥିତ ରାମମନୋହର ଲୋହିଆ ଡାକ୍ତରଖାନାରେ ଚିକିତ୍ସାଧିନ ଥିଲେ। ତେବେ ଆଜି ମଙ୍ଗଳବାର ଅଗଷ୍ଟ ୫ ତାରିଖ ଦିନ ପ୍ରାୟ ୧ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି।
Headlines 05- ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଭାବେ ୩ ବର୍ଷ ପାଇଁ ବବିତା ପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି । ଶିଶୁ ସୁରକ୍ଷା ଆୟୋଗରେ ସ୍ଥାନ ପାଇଛନ୍ତି ଆଉ ୬ ସଦସ୍ୟ । ସେମାନେ ହେଲେ ସୁକେଶୀ ଓରାମ, କଳ୍ପନା ଲେଙ୍କା, ଚନ୍ଦନା ଦାସ, କସ୍ତୁରୀ ମିଶ୍ର, ମନସ୍ମିତା ଖୁଣ୍ଟିଆ ଏବଂ ସୁଜାତା ନାୟକ ।
Headlines 06- ଶୋଭନା ମହାନ୍ତି ହୋଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ଶୋଭନାଙ୍କ ନିଯୁକ୍ତି ନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ନିଯୁକ୍ତି ପରେ ମହିଳାଙ୍କୁ ନ୍ୟାୟ ପ୍ରଦାନ ପାଇଁ କାର୍ଯ୍ୟ କରିବି କହିଛନ୍ତି ଶୋଭନା ମହାନ୍ତି । ରାଜ୍ୟ ସରକାର ଏହାକୁ ପ୍ରାଥମିକତା ଦେଉଛନ୍ତି ।ବାଲେଶ୍ବର ଘଟଣାରେ କଠୋର ପଦକ୍ଷେପ ନେଇଛନ୍ତି । ଆଗକୁ ମଧ୍ୟ ମହିଳାଙ୍କୁ ନ୍ୟାୟ ପାଇଁ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
Headlines 07- ପୁଣି ଥରେ ଭାରତୀୟ ପାଣିପାଗ ବିଭାଗର ମୁଖ୍ୟ ବା IMD ଡିଜି ଭାବେ ନିଯୁକ୍ତି ପାଇଲେ ଡ. ମୃତ୍ୟୁଞ୍ଜୟ ମହାପାତ୍ର। ତାଙ୍କ ନିଯୁକ୍ତି ଅବଧି ସରୁଥିବାରୁ କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି ବ୍ୟାପାର କମିଟି ତାଙ୍କୁ ପୁନଃ ନିଯୁକ୍ତି ପ୍ରସ୍ତାବକୁ ମଞ୍ଜୁରି ଦେଇଛି । କେନ୍ଦ୍ର ପୃଥ୍ୱୀ ବିଜ୍ଞାନ ମନ୍ତ୍ରାଳୟ ଅଧୀନରେ ଆସୁଥିବା ଆଇଏମ୍ଡିର ଡିଜି ଭାବେ ଆସନ୍ତା ଦୁଇ ବର୍ଷ ପାଇଁ ସେ କାର୍ଯ୍ୟ କରିବେ । ସାଇକ୍ଲୋନମ୍ୟାନ୍ ଭାବେ ପରିଚିତ ତଥା ଓଡ଼ିଆ ପୁଅ ଶ୍ରୀ ମହାପାତ୍ର ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବିରେ କାର୍ଯ୍ୟ କରୁଥିଲେ ।
Headlines 08- ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟର ତଥ୍ୟ ମାଗିଛନ୍ତି ମୁଖ୍ୟ ସଚିବ । ସଚିବସ୍ତରୀୟ ବୈଠକ ନିଷ୍ପତ୍ତିକୁ କେତେ କାର୍ଯ୍ୟକାରୀ କରିଛନ୍ତି ସେନେଇ ତଥ୍ୟ ମାଗିଛନ୍ତି । ୭ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ସରକାରଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକାରୀ ଏବଂ କର୍ମଚାରୀଙ୍କ କାର୍ଯ୍ୟଶୈଳୀର ଟିକିନିଖି ସମୀକ୍ଷା କରାଯିବ । ସରକାରଙ୍କ ନିୟମ ଅନୁଯାୟୀ ସଠିକ୍ ଭାବେ କାର୍ଯ୍ୟ କରୁନଥିଲେ ସେମାନଙ୍କୁ ଅବସର ଦିଆଯିବ । ଅପାରଗ ବିବେଚିତ କରି ବାଧ୍ୟତାମୂଳକ ଅବସର ପ୍ରଦାନ କରାଯିବ ବୋଲି କୁହାଯାଇଛି ।
Headlines 09- ଖୁବ୍ଶୀଘ୍ର ଗଠନ ହେବାକୁ ଯାଉଛି ଶ୍ରୀମନ୍ଦିର ପରିଚାଳନା କମିଟି । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କମିଟି ଗଠନ ହେଲା ପରେ ସେମାନଙ୍କ ଆପ୍ରୁଭାଲ୍ ରହିବ ପରେ ହାଇଲେବୁଲ କମିଟି ରତ୍ନଭଣ୍ଡାର ସିଫ୍ଟିଂ ପ୍ରକ୍ରିୟା ଆରମ୍ଭ କରିବ । ଅନ୍ୟପଟେ ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା ଘଟଣାକୁ ନେଇ ଆଇନ୍ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହାକୁ ଗମ୍ଭୀରତାର ସହ ନିଆଯାଇଛି କଠୋରତାର ସହ କିପରି ଚେକିଂ କରାଯିବ ସେନେଇ ବିଚାର କରୁଛୁ ।
Headlines 10- ଆସୁଛି ଆଉ ଏକ ଲଘୁଚାପ। ୧୩ ତାରିଖରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ପରେ ତାହା ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ଆସନ୍ତା ୧୪ ତାରିଖରୁ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୧୦ ଦିନ ଯାଏ କେବଳ ପରିଚଳନ ଜନିତ ସ୍ୱଳ୍ପ ବର୍ଷା ହୋଇପାରେ । ବିସ୍ତୃତ ଅଞ୍ଚଳରେ ଅଧିକ ବର୍ଷା ସମ୍ଭାବନା ନାହିଁ ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି ।