Top 10 News Today
Headlines 01- ଟିଏମସି ସାଂସଦ ମହୁଆ ମୋଇତ୍ରା ଏବଂ ବିଜେଡି ନେତା ପିନାକୀ ମିଶ୍ରଙ୍କ ବିବାହ ହୋଇଥିବା ଚର୍ଚ୍ଚା ହେଉଛି । ବାହାଘର ସରିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ଆସିଛି । ଜର୍ମାନୀରେ ବାହାଘର ହୋଇଥିବାବେଳେ ଫଟୋ ଭାଇରାଲ୍ ହେବାରେ ଲାଗିଛି । ମହୁଆ ଏବେ ପଶ୍ଚିମବଙ୍ଗ କିଶନନଗରରୁ ସାଂସଦ ଅଛନ୍ତି । ଅନ୍ୟପଟେ ପୁରୀରୁ ୪ ଥରର ସାଂସଦ ହୋଇଛନ୍ତି ପିନାକୀ ମିଶ୍ର । ଉଭୟ ବର୍ଲିନରେ ଡେଷ୍ଟିନେସନ୍ ମ୍ୟାରିଜ୍ କରିଥିବା ଚର୍ଚ୍ଚା ।
Headlines 02- ବିଜାପୁର ଜାତୀୟ ଉଦ୍ୟାନ ଜଙ୍ଗଲରେ ଗୁଳି ବିନିମୟ ହୋଇଛି । ଯବାନ-ମାଓବାଦୀ ଗୁଳି ବିନିମୟ ହେବା କାରଣରୁ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ସ୍ୱୟଂଚାଳିତ ବନ୍ଧୁକ ଉଦ୍ଧାର କରାଯାଇଛି ।
Headlines 03- କୋଭିଡ୍ ବଢ଼ୁଥିବା ନେଇ ଗଣଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସ୍କୁଲ୍ ଖୋଲିବା ପରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସତର୍କ କରାଯିବ । ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯିବ ଏବଂ 'ଅଧିକ ସ୍ବାସ୍ଥ୍ୟ ଖରାପ ହେଲେ ଘରେ ରହିବେ ଛାତ୍ରଛାତ୍ରୀ । ସ୍ବାସ୍ଥ୍ୟ ବିଭାଗର ଗାଇଡ୍ଲାଇନ୍ ପାଳନ କରିବ ବିଭାଗ ।
Headlines 04- ବେଙ୍ଗାଲୁରୁ ଷ୍ଟାଡିୟମ୍ ବାହାରେ ଦଳାଚକଟା ମାମଲାରେ ନିଜଆଡ଼ୁ ମାମଲା ଗ୍ରହଣ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଆଜି ଅପରାହ୍ନରେ କୋର୍ଟରେ ମାମଲାର ଜରୁରୀ ଶୁଣାଣି ରହିଛି । ଆପଣଙ୍କୁ କହିରଖୁଛୁ ଯେ, ଗତକାଲି ଆଇପିଏଲ ଉତ୍ସବ ସମୟରେ ଦଳାଚକଟା କାରଣରୁ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ।
Headlines 05- କୋରାପୁଟ ମେଡିକାଲ୍ରେ ଏକସଙ୍ଗେ ୬ ରୋଗୀଙ୍କ ମୃତ୍ୟୁ ଘଟଣା ପରେ ମେଡିକାଲ୍ ଯାଇ ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ସମୀକ୍ଷା ପରେ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି ଏବଂ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଘଟଣା ଅତି ସମ୍ବେଦନଶୀଳ ତେଣୁ ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ICU ୱାର୍ଡ ଓ ବିଭିନ୍ନ ୱାର୍ଡରେ ଅଧିକାରୀ ଯାଞ୍ଚ କରିଛନ୍ତି । ଭୁଲ୍ ଇଞ୍ଜେକ୍ସନରୁ ୬ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ରହିଛି ।
Headlines 06- ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର ।
Headlines 07- ପୁରୀ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ନେଇ ସୁରକ୍ଷା ବୈଠକ ହୋଇଯାଇଛି । କେନ୍ଦ୍ରାଞ୍ଚଳ ଆଇଜିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ବୈଠକ ହେବା ପରେ ସ୍ନାନପୂର୍ଣ୍ଣିମା ପାଇଁ ପୁରୀରେ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ବୋଲି କୁହାଯାଇଛି । ୪ ଏସ୍ପି ରାଙ୍କ୍ କମାଣ୍ଡାଣ୍ଟଙ୍କ ସହ ୪୫୦ ଅଧିକାରୀ ରହିବେ । ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ୍ ବ୍ୟବସ୍ଥା ଉପରେ ଫୋକସ୍ ରହିବ ।
Headlines 08- ରଥଖଳାରେ ଅଖ ଉପରକୁ ଦଣ୍ଡା ଉଠିଛି। ତଳେ ଲାଗିଲା ‘ମେଣ୍ଢିଖମ୍ବ’। ରଥ ନିର୍ମାଣର ୩୫ତମ ଦିବସରେ ତିନି ରଥର ଚକ ଥାକ ସହ ଦିଗ ନିର୍ଣ୍ଣୟ ପରେ ଅଳ୍ପ ଉପରକୁ ଦଣ୍ଡା ଫ୍ରେମ୍ଉଠିଛି। ପୂର୍ବଦିନ ତିନିରଥର ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ସହଯୋଗୀ ମହାରଣା ଓ ଭୋଇ ସର୍ଦ୍ଦାରଙ୍କ ନେତୃତ୍ବରେ ଭୋଇ ସେବକମାନଙ୍କ ସହଯୋଗରେ ତିନିରଥର ଚକ ଅଖ ସଂଯୋଗ ହେବା ସହ ଦିଗ ନିର୍ଣ୍ଣୟ କାର୍ଯ୍ୟ ଶେଷ ହୋଇଥିଲା। ତିନି ରଥ ଅଖ ଉପରକୁ ଦଣ୍ଡା ପ୍ରେମ୍ ଉଠିବା କାର୍ଯ୍ୟ ସମ୍ପନ୍ନ ହୋଇଛି ।
Headlines 09- ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଜୁନ୍ ୧୧ କିମ୍ବା ୧୨ ତାରିଖରେ ଓଡ଼ିଶା ଆସିବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
Headlines 10- ଆଜି ରାଜ୍ୟର ୧୧ ଜିଲ୍ଲାରେ କାଳବୈଶାଖି ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡିକ ହେଲା ଗଜପତି, ଗଂଜାମ, ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ,ଯାଜପୁର,ଜଗତସିଂହପୁର,କେନ୍ଦ୍ରାପଡା,ବାଲେଶ୍ବର ଏବଂ ଭଦ୍ରକ। ଏହି ସବୁ ଜିଲ୍ଲା ଗୁଡିକରେ ବିଜୁଳି ଘଡ଼ଘଡି ସହ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରାଯାଇଛି।