Home >>Top 10 News

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Advertisement
Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Narmada Behera|Updated: Jul 19, 2025, 08:05 AM IST
Share

1-Farmer Registration: ଆଜିଠାରୁ ଆରମ୍ଭ ହେଉଛି ଖରିଫ୍ ଧାନ ବିକ୍ରି ଲାଗି ପଞ୍ଜିକରଣ। ଏହା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।  ସେପ୍ଟେମ୍ବର ୯ ସୁଧା ଚାଷୀଙ୍କ ତଥ୍ୟ ସମ୍ପୁର୍ଣ୍ଣ ଯାଂଚ ପ୍ରକ୍ରିୟା ଶେଷ ହେବ। ସେପ୍ଟେମ୍ବର ୩୦ ସୁଧା ଯୋଗ୍ୟ ଚାଷୀଙ୍କ  ତାଲିକା ପ୍ରକାଶ ପାଇବ।  ନଭେମ୍ବରର ପ୍ରଥମ ସପ୍ତାହରୁ  ସରକାର ଧାନ କିଣିବେ। ୨୦୨୬ ମାର୍ଚ୍ଚ ୩୧ ତାରିଖରେ  ଧାନ କିଣା ସରିବ ବୋଲି ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  

2-Khandagiri PS SI Devi Prasad Bhuyan suspended: ଖଣ୍ଡଗିରି ଥାନା SI ଦେବୀ ପ୍ରସାଦ ଭୂୟାଁ ସସ୍‌ପେଣ୍ଡ। କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ କଲେ ପୋଲିସ କମିଶନର। NDPS ମାମଲାରେ ୬୦ ଦିନ ଭିତରେ ଚାର୍ଜସିଟ ଦାଖଲ ନ କରିବାରୁ ଆକ୍ସନ୍‌।

3-FM College Case: ଆଭ୍ୟନ୍ତରୀଣ କମିଟି (ICC) ରିପୋର୍ଟର ଖୁଲାସା କଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ। FM କଲେଜ ଅଧ୍ୟକ୍ଷ ଦିଲୀପ ଘୋଷଙ୍କ ବିରୋଧରେ ଆଣିଲେ ସାଙ୍ଘାତିକ ଅଭିଯୋଗ। ICC ତଦନ୍ତ କମିଟି ରିପୋର୍ଟରେ ପକ୍ଷପାତିତା କରାଯାଇଥିଲା। ଆଭ୍ୟନ୍ତରୀଣ କମିଟି ରିପୋର୍ଟକୁ ଅଧ୍ୟକ୍ଷ ପଦାକୁ ଆଣିଥିବା କହିଲେ ସାଂସଦ। ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସଙ୍କୁ ଖୋଲା ଚାଲେଞ୍ଜ ଦେଲେ।ମାମଲାକୁ ପ୍ରଭାବିତ କରିବା ପ୍ରମାଣ ଦେଲେ ରାଜନୀତିରୁ ସନ୍ୟାସ ନେବି।ICC ବୈଠକରେ HOD ସମୀର ସାହୁଙ୍କ ଗୁଣଗାନ କରାଯାଇଥିଲା। ଛାତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଚେଷ୍ଟା କରାଯାଇଥିଲା।

4-Archana Nag: ଭୁବନେଶ୍ୱର ଡିସିପିଙ୍କୁ ସୁରକ୍ଷା ମାଗିଲେ ଅର୍ଚ୍ଚନା ନାଗ। ଜୀବନ ପ୍ରତି ବିପଦ ଥିବା କହି ଡିସିପିଙ୍କୁ ସୁରକ୍ଷା ମାଗିଲେ ଅର୍ଚ୍ଚନା। ଗିରଫ ପଛରେ ବିଜେଡି ନେତାଙ୍କ ଭୂମିକା ଥିବା ଅଭିଯୋଗ।ଏବେ ନିଜେ ଓ ପରିବାର ଅସୁରକ୍ଷିତ ବୋଲି କହିଲେ ଅର୍ଚ୍ଚନା। 

5-ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ; ମହିଳା ସହାୟତା ନଂ ୧୮୧ ତୁରନ୍ତ ଲେଖ। ସମସ୍ତ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଓ କଲେଜ ଅଧ୍ୟକ୍ଷଙ୍କୁ ବିଭାଗର ଚିଠି। ଶିକ୍ଷାନୁଷ୍ଠାନରେ ସଚେତନତା କର୍ମଶାଳା ଆୟୋଜନ ପାଇଁ ନିର୍ଦ୍ଦେଶ। ଯୌନ ଉତ୍ପୀଡ଼ନ ନିବାରଣ ସମ୍ପର୍କିତ UGC ଗାଇଡ୍‌ଲାଇନ୍‌ ପାଳନ ପରାମର୍ଶ। ଏପରି କର୍ମଶାଳାରେ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ଯୋଗ ଦେବେ। ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ସଦସ୍ୟମାନେ ଯୋଗ ଦେବେ। କର୍ମଶାଳା ଆୟୋଜନ କରି ୩ ଦିନ ଭିତରେ ଜଣାଇବାକୁ କଡ଼ା ନିର୍ଦ୍ଦେଶ। 

6-Weather Update: ଆସୁଛି ଆଉ ଏକ ଲଘୁଚାପ। ୨୪ରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ପୂର୍ବାନୁମାନ।  ପ୍ରଭାବରେ ୨୩ରୁ ୨୫ ଯାଏଁ ବର୍ଷା ସମ୍ଭାବନା। ଆଜି ପ୍ରବଳ ବର୍ଷା ନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।

7-Pakistan:ଭାରତ ବିରୋଧରେ ପାକିସ୍ତାନ କିଛି ବଡ଼ ଷଡଯନ୍ତ୍ର କରୁଛି କି? ଅପରେସନ୍ ସିନ୍ଦୂରର ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଛି କି?ଏଥିପାଇଁ ଆତଙ୍କୀ ନେଟଓ୍ବାର୍ଡ଼କୁ ବ୍ୟବହାର କରିବା ପାଇଁ ସୁଯୋଗ ଖୋଜୁଛି କି। ଏଭଳି ସୁଚନା ଦେଇଛନ୍ତି ଭାରତୀୟ ଗୁଇନ୍ଦା ବିଭାଗ। ଭାରତ ପାଇଁ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କୀ ତଥା ଜୈଶ-ଇ-ମହମ୍ମଦ (ଜେଇଏମ୍) ଆତଙ୍କୀ ସଂଗଠନର ମୁଖ୍ୟ ମାସୁଦ ଆଝାରକୁ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ର ଗିଲଗିଟ-ବାଲଟିସ୍ତାନ୍ ଅଞ୍ଚଳରେ ଠାବ କରାଯାଇଛି। 

8- Congress: ପିସିସି ସଭାପତିଙ୍କ ବଡ଼ ଘୋଷଣା । ଆସନ୍ତା ୨୪ ତାରିଖରେ ବାଲେଶ୍ବର ଛାତ୍ରୀଙ୍କ ଶ୍ରାଦ୍ଧ ଦିବସରେ ସାରା ରାଜ୍ୟରେ ପାଳନ ହେବ ଶ୍ରଦ୍ଧାଞ୍ଜଳି ଦିବସ । ରାଜ୍ୟରେ ଗତ କିଛି ଦିନରେ ହତ୍ୟା, ଆତ୍ମହତ୍ୟାର ଶିକାର ହୋଇଥିବା ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦିବସ ପାଳନ ହେବ । ସେଦିନ କଂଗ୍ରେସ ସହ ୮ ବାମପନ୍ଥୀ ଦଳ ମଧ୍ୟ ସାମିଲ ହେବେ । 

9-Dhanalaxmi Sekra: ଡୋପ୍ ଟେଷ୍ଟରେ ବିଫଳ ହୋଇ ଧନଲକ୍ଷ୍ମୀ ସେକରା ୩ ବର୍ଷ ବାସନ୍ଦ ହୋଇଥିଲେ। ଇତି ମଧ୍ୟରେ ତାଙ୍କର ବାସନ୍ଦାଦେଶ ପୂରଣ ହୋଇସାରିଛି। ସେ ଆସନ୍ତା ୨୭ ତାରିଖ ଓ ୨୮ ତାରିଖରେ ଆୟୋଜିତ ହେବାକୁ ଥିବା ଇଣ୍ତିଆନ୍ ଓପେନ୍ ଆଥଲେଟିକ୍ସ  ମିଟ୍ ରେ ପ୍ରତ୍ୟାବର୍ତ୍ତନ କରିବେ। 

10-Sports News:ଡିଫେଣ୍ତିଂ ବିଶ୍ବ ହେବିଓ୍ବେଟ୍ ବକ୍ସିଂ ଚାମ୍ପିଆନ୍ ୟୁକ୍ରେନ୍ ର  ଆଲେକଜାଣ୍ତାର ୟୁସିକ୍ ଓ ବ୍ରିଟେନ୍ ର  ଡାନିଏଲ୍ ଡୁବୋଇସଙ୍କ ମଧ୍ୟରେ ଆଜି ଖେଳାଯିବ ବହୁ ଚର୍ଚ୍ଚିତ ଅନଡିସପ୍ୟୁଟେଟ୍ ଟାଇଟେଲ୍। ଓ୍ବେମ୍ବଲି ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ।  

 

Read More
{}{}