1-ଆଜି ସର୍ବଦଳୀୟ ବୈଠକ। ଆସନ୍ତାକାଲିଠୁ ସଂସଦର ମୌସୁମୀ ଅଧିବେଶନ। ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ। ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ। ଅଧିବେଶନରେ ୮ଟି ବିଲ୍ ଆଗତ ହେବା ସମ୍ଭାବନା।
2-ଆଜି ହେବାକୁ ସ୍ବତନ୍ତ୍ର OTET-୨୦୨୫ ପରୀକ୍ଷା ସ୍ଥଗିତ। ପେପର୍-୧ ଓ ପେପର୍-୨ ପରୀକ୍ଷା ସ୍ଥଗିତ ହେଲା। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରିବ ବୋର୍ଡ।
3-ବଳଙ୍ଗା ଛାତ୍ରୀଙ୍କୁ ପୋଡି ହତ୍ୟା ଉଦ୍ୟମ ଘଟଣା। ଏ ନେଇ ଆଜି ନିମାପଡ଼ା ବଳଙ୍ଗା ଥାନା ଘେରାଉ କରିବ ବିଜେଡି। ଗତକାଲି ଏହି ଘଟଣାକୁ ନେଇ ଏମସରେ ସୃଷ୍ଟି ହୋଇଥିଲା ଉତ୍ତେଜନା। ରାଜ୍ୟରେ ନାରୀ ନିର୍ଯାତନା ବଢି ଚାଲିଥିବା ବେଳେ, ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆଜି ବଳଙ୍ଗା ଥାନା ଘେରାଉ କରିବ ବିଜୁ ଜନତା ଦଳ।
4-ବଳଙ୍ଗା ଅଞ୍ଚଳ ଘଟଣାକୁ ନେଇ ଏମ୍ସ ପରିସରରେ ଉତ୍ତେଜନା ଦେଖାଦେଇଛି। ଉତ୍ତେଜନା ପରେ ବର୍ଣ୍ଣ ୱାର୍ଡକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ପୋଲିସ। ୧୬୩ ଧାରା ଲାଗୁ କଲା ପୋଲିସ। ସମ୍ପୂର୍ଣ୍ଣ ଅଞ୍ଚଳ ଖାଲି କରିବାକୁ ପୋଲିସର ନିର୍ଦ୍ଦେଶ।ନାରାବାଜି ସହ ମୁହାଁମୁହିଁ ହେଲେ ବିଜେପି-ବିଜେଡି-କଂଗ୍ରେସ।ସୁରକ୍ଷାକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନୁ ପୋଲିସ ଫୋର୍ସ ମୁତୟନ କରାଯାଇଛି।
5-ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା। ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ବଡ଼ ଘୋଷଣା। ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ କାର୍ଯ୍ୟକାରୀ ହେବ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ। ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯିବ। ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ କାର୍ଯ୍ୟ କରିବ।
ଏଥିପାଇଁ ଏକ ୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ।
6-ଆଞ୍ଚଳିକ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ,ଆସନ୍ତା ୨୪ ତାରିଖରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପୂର୍ବାନୁମାନ କରାଯାଇଛି। ୨୨ ଜୁଲାଇ ବେଳକୁ ଉତ୍ତର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ମିଆଁମାର ତଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ୨୩ ରୁ ୨୫ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଜି(ରବିବାର) ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଓ ଉପକୂଳ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ବା ଝଡ଼ବର୍ଷା ହେବାର ସମ୍ଭାବନା ରହିଛି।
7- ବାଲେଶ୍ବର ଏଫଏମ୍ କଲେଜ୍ ର ପୁନରାବୃତ୍ତି ଘଟଣା ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାସ୍ଥିତ ଶାରଦା ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳିଛି। ଏଠାରେ ଜଣେ ବିଡିଏସ୍ ଦ୍ୱିତୀୟ ବର୍ଷର ଛାତ୍ରୀ ଅଧ୍ୟାପକଙ୍କ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଦେଇଛନ୍ତି। ବିଶ୍ବବିଦ୍ୟାଳୟର ୨ ଜଣ ଅଧ୍ୟାପକଙ୍କ ଦ୍ବାରା ବାରମ୍ବାର ଅପମାନିତ ହେବା ଏବଂ ମାନସିକ ଯନ୍ତ୍ରଣା ସହିନପାରି ଛାତ୍ରୀ ଜଣଙ୍କ ନିଜ ହଷ୍ଟେଲ୍ ରୁମ୍ରେ ଆତ୍ମହତ୍ୟା କରିଦେଇଛନ୍ତି। ଆତ୍ମହତ୍ୟା ପୂର୍ବରୁ ଏହି ଛାତ୍ରୀ ଏକ ଚିଠି ଲେଖିଯାଇଛନ୍ତି।
8- ଦେଶର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ। ଜଣେ ବାଂଲାଦେଶୀ ନାଗରିକ ଭାରତରେ ଦୀର୍ଘ ବର୍ଷ ହେବ ବେଶ ବଦଳାଇ ରହୁଛି। ଆଉ ତା ପୁଣି ଜଣେ ତୃତୀୟ ଲିଙ୍ଗୀ ଭାବେ। ଅସଲରେ ସେ କିନ୍ତୁ ଜଣେ ପୁରୁଷ। ଯଦିଓ ଏବେ ଭୋପାଳ ପୋଲିସ ଦ୍ୱାରା ଏହି ବ୍ୟକ୍ତି ଜଣଙ୍କ ଗିରଫ ହୋଇଛନ୍ତି
9- ପାଟନା ଏମ୍ସରେ ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ହେଉଛି ରାଘବେନ୍ଦ୍ର ସାହୁ। ସେ ପ୍ରଥମ ବର୍ଷର ମେଡିକାଲ ଛାତ୍ର। ରାଘବେନ୍ଦ୍ର ତାଙ୍କ ହଷ୍ଟେଲ ରୁମ୍ର କବାଟ ସକାଳୁ ଖୋଲିନଥିଲେ। ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ କବାଟ ନଖୋଲିବା ଦ୍ବାରା କଲେଜ କର୍ତ୍ତୃପକ୍ଷ ପୋଲିସରେ ଖବର ଦେଇଥିଲେ। ତେବେ, ତାଙ୍କର ମୃତ୍ୟୁ କାହିଁକି ହୋଇଛି ସେନେଇ ଛାନଭିନ୍ ଜାରି ରହିଛି।
10-ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ସାମରିକ ସଂଘର୍ଷ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ବୟାନ ଦେଇଛନ୍ତି। ସେ ହ୍ୱାଇଟ୍ ହାଉସରେ ରିପବ୍ଲିକାନ୍ ସାଂସଦଙ୍କ ସହ ଏକ ବ୍ୟକ୍ତିଗତ ରାତ୍ରୀଭୋଜନ ସମୟରେ ଭାରତ-ପାକ୍ ଯୁଦ୍ଧର କଥା ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଏହି ସମୟ ମଧ୍ୟରେ ପାଞ୍ଚଟି ଜେଟ୍ ଖସାଇ ଦିଆଯାଇଥିଲା।