1-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠୁ ଦୁଇ ଦିନିଆ ବ୍ରିଟେନ୍ ଗସ୍ତରେ ଯିବେ। ଏହା ତାଙ୍କର ଚତୁର୍ଥ ବ୍ରିଟେନ୍ ଗସ୍ତ ହେବ। ବିଟ୍ରଶ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମରଙ୍କ ନିମନ୍ତ୍ରଣ କ୍ରମେ ମୋଦି ସେଠାକୁ ଯାଉଛନ୍ତି।
2-IAS ସ୍ତରରେ ବଡ଼ ଧରଣର ଅଦଳବଦଳ। ବିଏମ୍ସି କମିଶନର ହେଲେ ଚଞ୍ଚଲ ରାଣା। ରୁପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ। ସଚିନ ରାମଚନ୍ଦ୍ର ଯାଦବ କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ ନିଯୁକ୍ତ।
3-ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା। ଦିନବେଳା ହେଉଥିବା ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଉଛି ବର୍ଷା। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଖୁସି କଲା ପରି ଖବର ଦେଇଛି। ଆଜି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।
4-ଦିଗପହଣ୍ଡିରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି। ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଗୁରୁତର ହୋଇଛନ୍ତି। ସାନଖେମୁଣ୍ଡି ବ୍ଲକ୍ ଟି. ଗୋବିନ୍ଦପୁର ପଞ୍ଚାୟତ ଦାମପୁରରେ ଝାଡ଼ାବାନ୍ତି ଆତଙ୍କ। ୫ ଗୁରୁତର ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
5- ହଂକଂରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ବିମାନ ନମ୍ବର AI 315 ରେ ନିଆଁ ଲାଗିଯାଇଥିଲା। ବିମାନଟି ଅବତରଣ କରି ଗେଟରେ ପାର୍କିଂ କରିବାର କିଛି ସମୟ ପରେ, ବିମାନର ସହାୟକ ପାୱାର ୟୁନିଟ୍ (APU) ରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡ ଯୋଗୁଁ ବିମାନଟିର କୌଣସି କ୍ଷତି ହୋଇନାହିଁ, ସମସ୍ତ ଯାତ୍ରୀ ଏବଂ ପାଇଲଟ୍ କ୍ରୁ ନିରାପଦରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଛନ୍ତି।
6-ଆସନ୍ତା ନଭେମ୍ବର ୧ରୁ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ। ନଭେମ୍ବର ୧ରୁ ଆରମ୍ଭ ହୋଇ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ। କେବଳ ପଞ୍ଜୀକୃତ ଚାଷୀଙ୍କ ଠାରୁ ସରକାର ଧାନ ସଂଗ୍ରହ କରିବେ। ଅନୁମୋଦିତ ପ୍ୟାକ୍ସ/ଲ୍ୟାମ୍ପ୍ସ/WSHG/ ପାଣି ପଞ୍ଚାୟତରେ ପଞ୍ଜୀକରଣ ହେବ। ଖରିଫ୍ ଋତୁରେ ସମସ୍ତ ଚାଷୀଙ୍କ ପଞ୍ଜୀକରଣ ନୂଆ କରି ହେବ।
ଚାଷୀ ଓ ଭାଗ ଚାଷୀଙ୍କ ଆଧାର-eKYC ମାଧ୍ୟମରେ ପଞ୍ଜୀକରଣ ହେବ।ଧାନ ବିକ୍ରି ପାଇଁ ଆଧାର ହିଁ ହେବ ଏକମାତ୍ର ପରିଚୟ ପତ୍ର।
7- ପୁରୀ ବଳଙ୍ଗାରେ ନାବାଳିକାକୁ ଜାଳି ଦେବା ଘଟଣାରେ କିଛି ଥଳକୂଳ ପାଉନି ପୋଲିସ। ୩ ଦୁବୃର୍ତ୍ତଙ୍କ ସମ୍ପର୍କରେ ଠୋସ୍ ତଥ୍ୟ ହାତେଇ ପାରୁନି ପୋଲିସ୍। ତେଣୁ କ୍ରାଇମ୍-ବ୍ରାଞ୍ଚର ଡିଏସପି ପାହ୍ୟା
8-ଆଜିଠାରୁ ରାଜସ୍ଥାନରେ ଭାରତୀୟ ବାୟୁସେନାର ସମରାଭ୍ୟାସ ଆରମ୍ଭ ହେବ । ଭାରତ-ପାକିସ୍ତାନ ସୀମାରେ ଆସନ୍ତା ୨୫ ଯାଏ ଚାଲିବ ବୋଲି ସୂଚନା ମିଳିଛି। ଏନେଇ ନୋଟିସ୍ ଜାରି ହୋଇଛି।
9- ଆସନ୍ତା ରକ୍ଷା ବନ୍ଧନରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ସହାୟତା ରାଶି। ସମସ୍ତ ଯୋଗ୍ୟ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା।
10- ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ଥରେ ଆରମ୍ଭ ହୋଇଛି ବିବାଦ। ଉଭୟ ଦେଶ ସୀମାରେ ନିଜ ନିଜ ଆକାଶପଥକୁ କଡ଼ାକଡ଼ି କରିଛନ୍ତି। ମେ ମାସ ପ୍ରାରମ୍ଭରେ ଗମ୍ଭୀର ଉତ୍ତେଜନା ସୃଷ୍ଟି ହେବାର ତିନି ମାସରୁ କମ୍ ସମୟ ପରେ ଉଭୟ ଦେଶ ଏୟାର୍ମ୍ୟାନ୍ମାନଙ୍କୁ ନୂତନ ନୋଟାମ୍ ଜାରି କରିଛନ୍ତି। ଯେଉଁଥିରେ ସାମରିକ ସତର୍କତା ଜାରି ରହିବ ବୋଲି ସଙ୍କେତ ଦିଆଯାଇଛି।