1-ପୁଣି ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା। ଆମେରିକାର ମର୍ନିଂ କନ୍ସଲ୍ଟ ସର୍ଭେ ପକ୍ଷରୁ ରିପୋର୍ଟ ପ୍ରକାଶ। ଜୁଲାଇ ୨୦୨୫ ସର୍ଭେ ରିପୋର୍ଟ ତାଲିକାରେ ଶୀର୍ଷରେ ମୋଦି। ପିଏମ୍ ମୋଦିଙ୍କୁ ମିଳାଲା ୭୫% ଲୋକଙ୍କ ଆପ୍ରୁଭାଲ୍ ରେଟିଂ। ରିପୋର୍ଟରେ ଦ୍ବିତୀୟ ସ୍ଥାନରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି।
2-ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ଦିନିଆ ଗସ୍ତରେ ଶୁକ୍ରବାର ମାଲଦ୍ବୀପରେ ପହଞ୍ଚିଛନ୍ତି। ଆଜି ମାଳଦ୍ବୀପର ୬୦ ତମ ସ୍ବାଧିନତା ଦିବସ ସମାରୋହରେ ମୋଦୀ ମୁଖ୍ୟ ଅତିଥିବା ଭାବେ ସାମିଲ୍ ହେବେ। ଏହି ଅବସରରେ ଭାରତ -ମାଳଦ୍ବୀପ ମଧ୍ୟରେ କୂଟନୈତିକ ସମ୍ପର୍କର ୬୦ ତମ ପୂର୍ତ୍ତି ମଧ୍ୟ ପାଳନ କରାଯିବ।
3-ବର୍ଷକ ମଧ୍ୟରେ କେତେ ଦକ୍ଷତାର ସହ କେତେ କାମ କରିଛି। ନିଜ ବିଭାଗର ସଫଳତା ହାର କେତେ ରହିଛି। ନିଜ ସହଯୋଗୀ ମନ୍ତ୍ରୀମାନଙ୍କୁ ଏମିତି ରିପୋର୍ଟ ତଲବ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିର୍ଦ୍ଦାରିତ ଫର୍ମାଟ୍ ରେ ମନ୍ତ୍ରୀମାନେ ନିଜ କାର୍ଯ୍ୟ ଦକ୍ଷତା (ପରଫରମାନ୍ସ) ରିପୋର୍ଟ ଦେବେ। ବିଭାଗ ଗୁଡିକ ଏ ସମ୍ପର୍କିତ ରିପୋର୍ଟ ବିବରଣୀ ପ୍ରସ୍ତୁତ କରିବେ। ବିଭାଗୀୟ ମନ୍ତ୍ରୀ ଏହି ରିପୋର୍ଟ କାର୍ଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଆଗରେ ରଖିବେ।
4-ଆଜି କଟକ ଜିଲ୍ଲାରେ ସରକାରୀ କାର୍ଯ୍ୟାଳୟର ଛୁଟି ବାତିଲ୍। ପ୍ରବଳ ବର୍ଷା ଓ ଜଳବନ୍ଦୀ ପରିସ୍ଥିତି ଦୃଷ୍ଟିରୁ ଛୁଟି ବାତିଲ୍ ଘୋଷଣା। ଆଜି ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ଅଧିକାରୀ ଓ କର୍ମଚାରୀଙ୍କୁ ଅଫିସ୍ରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
5-ରାଜ୍ୟରେ ଜାରି ରହିଛି ବର୍ଷା । ଲଘୁଚାପ ଜନିତ ବର୍ଷାରେ ଭିଜୁଛି ସାରା ଓଡ଼ିଶା। ଆଜି ଝାରସୁଗୁଡା, ସମ୍ବଲପୁର ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଢାଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
6-ରାଜ୍ୟର ସାମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଜରୁରୀ ବୈଠକ କରିଛନ୍ତି। ମହାନଦୀ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ଆଶଙ୍କା ରହିଛି। ଏଥିପାଇଁ ଆଗୁଆ ପ୍ରସ୍ତୁତି କରିବାକୁ ରାଜସ୍ବ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
7-ସେପଟେ ଜଳେଶ୍ବରରେ ବିପଦ ସଙ୍କେତ ଡେଇଁଲା ଜଳକା ନଦୀ ଜଳସ୍ତର। ସକାଳ ୭ଟା ସୁଦ୍ଧା ମଥାନୀଠାରେ ୬.୮୦ ମିଟର ଜଳ ପ୍ରବାହିତ। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢ଼ିଲା ବନ୍ୟା ଆଶଙ୍କା ଦେଖାଦେଇଛି।
8-ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟଙ୍କୁ ପୁଣି ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଦାୟିତ୍ବ। ନିଯୁକ୍ତି ନେଇ ରାଜଭବନ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ନୂଆ କୁଳପତି ନିଯୁକ୍ତି ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ ପ୍ରଫେସର ଦଣ୍ଡପାଟ।
9-ଏଫଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ। ମୁଖ୍ୟ ଅଭିଯୁକ୍ତ ସମୀର ସାହୁ ଏବେ ଜେଲ୍ ରେ ଅଛନ୍ତି। ନିଲମ୍ବିତ ଅଧ୍ୟାପକ ସମୀର ସାହୁଙ୍କ ଜେଲ୍ ଅବଧି ବୃଦ୍ଧି କରାଯାଇଛି । ବିଚାର ବିଭାଗୀୟ ହାଜତ ଅବଧି ଆଉ ୧୪ ଦିନ ବୃଦ୍ଧି କରାଯାଇଛି।
10-କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ବେଦା କ୍ରିଷ୍ଣମୂର୍ତ୍ତି। ଭାରତ ପାଇଁ ଖେଳିଛନ୍ତି ୪୮ ଦିନିକିଆ ଓ ୭୬ ଟି୨୦ ମ୍ୟାଚ।