Top 10 News Today
Headlines 01- ଜୁଲାଇ ୨୧ ତାରିଖରୁ ମୌସୂମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏଠାରେ କହି ରଖୁ କି କଂଗ୍ରେସ ସମେତ ସମଗ୍ର ବିରୋଧୀ ଦଳ ପକ୍ଷରୁ ଅପରେସନ ସିନ୍ଦୂର ସମ୍ପର୍କରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ନିରନ୍ତର ଦାବି କରାଯାଉଛି। ଏହି ସମୟରେ, କେନ୍ଦ୍ର ସରକାର ସଂସଦର ମୌସୁମୀ ଅଧିବେଶନର ତାରିଖ ଘୋଷଣା କରିଛନ୍ତି। ଏହି ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରାଯିବ। ସରକାର ୨୧ ଜୁଲାଇରୁ ୧୨ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଏହି ସୂଚନା ଦେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ବିଲ୍ ଏବଂ ପ୍ରସଙ୍ଗଗୁଡ଼ିକ ଉପରେ ସଂସଦରେ ୨୩ ଦିନ ଧରି ଆଲୋଚନା କରାଯିବ।
Headlines 02- ରାଜ୍ୟରେ ଉପରମୁହାଁ ହେବାରେ ଲାଗିଛି କରୋନା ଗ୍ରାଫ । ଆକ୍ରାନ୍ତଙ୍କ ସଂଖ୍ୟା ବଢି ଆଜି ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି । ସର୍ବସାଧାରଣ ତଥା ଭିଡ ସ୍ଥାନକୁ ଗଲେ ମାସ୍କ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି ।
Headlines 03- ପୁରୀରୁ ଅଯୋଧ୍ୟାକୁ ଗଡ଼ିଲା ବସ୍ । ଶ୍ରୀ ଜଗନ୍ନାଥ ଏକ୍ସପ୍ରେସର ଶୁଭାରମ୍ଭ କରାଯାଇଛି । ବସରେ ପୁରୀ ସହ ଯୋଡ଼ି ହେବ ଦେଶର ୫ଟି ତୀର୍ଥକ୍ଷେତ୍ର। ଅଯୋଧ୍ୟା, ଉଜ୍ଜୈନ୍, ତିରୁପତି, ରାଇଘରକୁ ଆଜି ପୁରୀରୁ ଗଡ଼ିଛି ବସ୍। ଅନ୍ୟପଟେ ଭୁବନେଶ୍ବରରୁ ହାଇଦ୍ରାବାଦ୍, ବିଶାଖାପାଟନମକୁ ଗଡ଼ିବ OSRTC ବସ୍। କିଲୋମିଟର ପିଛା ପୁରୁଷଙ୍କ ପାଇଁ ୨ ଟଙ୍କା ଓ ମହିଳାଙ୍କ ପାଇଁ ୧ ଟଙ୍କା ଲାଗୁ ହେବ ।
Headlines 04- ଭୁବନେଶ୍ବର ୟୁନିଟ ୧ ମାର୍କେଟରେ STF ଚଢ଼ାଉ କରିଛି । ଡ୍ରଗ୍ସ ଇନ୍ସ୍ପେକ୍ଟର ଓ କ୍ରାଇମବ୍ରାଞ୍ଚ STF ଚଢ଼ାଉ କରି ବିପୁଳ ଗୁଟ୍ଖା, ମାଦକଦ୍ରବ୍ୟର ଚୋରା କାରବାର ଜବତ କରିଥିବା ସୂଚନା ମିଳିଛି ।
Headlines 05- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ଭୂମି ପ୍ରଶାସନକୁ ଆଧୁନିକ ଏବଂ ଲୋକଭିମୁଖୀ କରିବା ପାଇଁ ପ୍ରତିଶୃତିବଦ୍ଧ। ଓଡ଼ିଶାରେ କେହିବି ଭୂମିହିନ ରହିବେ ନାହିଁ। ଯେଉଁମାନଙ୍କର ୪ ଡେସିମିଲରୁ କମ ଜମି ଅଛି, ସେମାନଙ୍କୁ ବି ଭୂମିହୀନ ଭାବେ ଗଣାହେବେ ଏବଂ ସରକାର ସେମାନଙ୍କୁ ଜମି ଯୋଗାଇ ଦେବେ। ତେଣୁ, ଏହି ଯୋଜନାକୁ ପ୍ରଭାବୀ ଭାବେ ଲାଗୁ କରିବା ପାଇଁ ଆପଣମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Headlines 06- ବର୍ଷା ଋତୁ ତଥା ମୌସୁମୀ ବର୍ଷା ନେଇ ଅଧିକାରୀଙ୍କୁ ଆଲର୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତେ ପାଣିପାଗ ବିଭାଗଦ୍ଵାରା ଜାରି ପାଣିପାଗ ସୂଚନାକୁ ନିୟମିତ ଭାବେ ଫଲୋ କରିବାକୁ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତଦନୁସାରେ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ SoP ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ କୁହାଯାଇଛି। ଚଳିତ ମାସ ଠାରୁ ଆରମ୍ଭ କରି ନଭେମ୍ବର ପର୍ଯ୍ୟନ୍ତ ମୌସୁମୀ ବର୍ଷା ଏବଂ ବାତ୍ୟା ଲାଗି ରହିବ। ତେଣୁ, ଏଥିପାଇଁ ନିଜ ନିଜ ଅଞ୍ଚଳର ପାରିପାର୍ଶିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରା ପ୍ରଶାସନକୁ ପ୍ରସ୍ତୁତ କରିବେ।
Headlines 07- ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବ୍ରହ୍ମପୁର ମହିଳା ଥାନା ASI ବବିତା ସୁନା । ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡ଼ିଥିବା ସୂଚନା ମିଳିଛି । ଭିଜିଲାନ୍ସ ଘଟଣାର ତଦନ୍ତ ଜାରି ରଖି ଲିଙ୍କ୍ ଥିବା ଅନ୍ୟାନ୍ୟ ସ୍ଥାନରେ ଚଢାଉ କରିଥିବା ସୂଚନା ରହିଛି ।
Headlines 08- ଡେଙ୍ଗୁକୁ ପ୍ରତିହତ କରିବା ପାଇଁ ଗୁରବାର ଦିନ ବିଏମସି ପାଳିବ ଡ୍ରାଏ ଡେ। ସହରର ସମସ୍ତ ୱାର୍ଡରେ ଏହି ଡ୍ରଏ ଡେ ପାଳନ କରାଯିବ ବୋଲି ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି । ସମସ୍ତ ୱାର୍ଡରେ ଡ୍ରାଏ ଡେ ପାଳନ ନେଇ କର୍ପୋରେଟରଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ ଅଧିକ ସଂଖ୍ୟକ ଷ୍ଟାଫ ନିୟୋଜିତ ହେବେ । ବିଏମସିର ୭୦ କର୍ମଚାରୀ ବିଭିନ୍ନ ୱାର୍ଡରେ ବୁଲି ତେଲ ସ୍ପ୍ରେ କରିବେ ଏବଂ ୱାର୍ଡରେ ବୁଲୁଥିବା ସଫେଇ ଗାଡ଼ି ମାଧ୍ୟରେ ସଚେତନତା କରାଯିବ । ଟ୍ରାଫିକ ପୋଷ୍ଟରେ ମଧ୍ୟ ଡେଙ୍ଗୁ ସଚେତନତା କରାଯିବ ବୋଲି କୁହାଯାଇଛି ।
Headlines 09- ପ୍ୟାରିସ ବିଶ୍ବ ପାରା ଆଥଲେଟିକ୍ସ ଗ୍ରାଣ୍ଡପ୍ରିକ୍ସରେ ଓଡ଼ିଆ ଝିଅଙ୍କ କମାଲ ଦେଖିବାକୁ ମିଳିଛି । F-55 ଜାଭଲିନ୍ ଥ୍ରୋରେ ଓଡ଼ିଆ ଝିଅ ସୁଚିତ୍ରା ପରିଡ଼ା ରୌପ୍ୟ ପଦକ ଜିତିଛନ୍ତି । ଭାରତ ପାଇଁ ପ୍ରତିନିଧିତ୍ବ କରି ଦ୍ବିତୀୟରେ ରହିଛନ୍ତି ସୁଚିତ୍ରା ।
Headlines 10- ରାଜ୍ୟରେ ଲାଗି ରହିଛି ମୌସୁମୀ ବର୍ଷା। ଦିନରେ ଖରା ଗୁଳୁଗୁଳି ଦେଖିବାକୁ ମିଳୁଥିବା ବେଳେ ଅପରାହ୍ଣ ସମୟୟରେ କିଛି କିଛି ସ୍ଥାନରେ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ପବନ ଦେଖିବାକୁ ମିଳୁଛି। ଗୁରୁବାର ୫ ତାରିଖରେ ୧୫ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୟେଲୋ ଆଲର୍ଟ ଜାରି ହୋଇଥିବା ୧୫ ଜିଲ୍ଲା ହେଉଛି କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନାଗିରି, କନ୍ଧମାଳ, ଖୋର୍ଦ୍ଧା, ନୂଆପଡ଼ା,ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ କେନ୍ଦୁଝର।