Top 10 News Today
Headlines 01- ବିରୋଧୀ ଦଳ ବିହାରରେ ସଘନ ଭୋଟର ତାଲିକା ସଂଶୋଧନ ପଦକ୍ଷେପକୁ ନେଇ ଆଲୋଚନ ଦାବିରେ ଅଟଳ ରହିଥିବାରୁ ସଂସଦରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଦିଲ୍ଲୀରେ ବିରୋଧୀ ସାଂସଦମାନେ ଶୋଭାଯାତ୍ରା କରିଛନ୍ତି । କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳର ସାଂସଦ ଶୋଭାଯାତ୍ରାରେ ସାମିଲ ହୋଇ ସଂସଦ ଭବନଠାରୁ EC ଅଫିସ୍ ପର୍ଯ୍ୟନ୍ତ ରାଲିରେ ବାହାରିଛନ୍ତି । ଏସ୍ଆଇଆର୍ ଓ ଭୋଟ୍ ଚୋରି ଅଭିଯୋଗ ଆଣି ପ୍ରତିବାଦ କରାଯାଇଛି । ଆଇନଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
Headlines 02- ୫ ଜିଲ୍ଲାର ବନ୍ୟା କ୍ଷୟକ୍ଷତି ରିପୋର୍ଟ ଆସିଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, ଭଦ୍ରକର ବନ୍ୟା କ୍ଷୟକ୍ଷତି ରିପୋର୍ଟ ଆସିଛି । ମୋଟ୍ ୬ କୋଟି ୬୬ ଲକ୍ଷ ୧୭ହଜାର ୫୫ ଟଙ୍କା ଖର୍ଚ୍ଚ ହୋଇଛି । ଜିଲ୍ଲାପାଳମାନେ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛନ୍ତି ଏବଂ ଫସଲ ନଷ୍ଟ ପାଇଁ କ୍ଷତିପୂରଣ ବି ଜିଲ୍ଲାପାଳମାନଙ୍କୁ ପଠାଯାଇଛି । ରିଲିଫ୍ ଖର୍ଚ୍ଚ ହୋଇଛି, ପାଣି ବିଶୋଧନ ଅର୍ଥ ବି ପଠାଯାଇଛି । ଘର ନଷ୍ଟ, ଲୁଗା, ବାସନ, ମତ୍ସ୍ୟଜୀବୀ, ଉଦ୍ଧାର କାର୍ଯ୍ୟ ଖର୍ଚ୍ଚ ବି ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
Headlines 03- ବରଗଡ଼ ଜିଲ୍ଲାର ଗାଏସିଲଟ ଅଞ୍ଚଳରୁ ଆଉ ଏକ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ ଫିରିଙ୍ଗିମାଲ ଗ୍ରାମରେ ଆଜି ଜଣେ ୧୩ ବର୍ଷୀୟା ନାବାଳିକା ଘରଠାରୁ ଅନତି ଦୂରରେ ରହିଥିବା ଖେଳପଡ଼ିଆ ମଝିରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗାଇସିଲେଟ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ କିନ୍ତୁ ସେଠାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅର୍ଦ୍ଧଦଗ୍ଧ ନାବାଳିକାଙ୍କ ମୃତ୍ୟୁ ପରେ ବରଗଡ଼ ପୋଲିସ ପ୍ରତିକ୍ରିୟା ରଖିଛି। ଭାରପ୍ରାପ୍ତ ଏସ୍ପି ଅଭିଳାଷ.ଜି କହିଛନ୍ତି ଯେ, ଏକ ଭିଡିଓ ସିଜ୍ କରାଯାଇଛି, ତାହାକୁ ନେଇ ତଦନ୍ତ ହେଉଛି ।
Headlines 04- ଆଜି ଦାୟିତ୍ବ ନେଇଛନ୍ତି ନୂଆ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ଏବଂ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର । ଦାୟିତ୍ୱ ନେବା ପରେ ଶୋଭନା କହିଛନ୍ତି ଯେ, କେହି ଆଇନର ଊର୍ଦ୍ଧ୍ବରେ ନୁହନ୍ତି, ମହିଳାଙ୍କ ସୁରକ୍ଷା ନେଇ ଆଇନରେ କଠୋର ପଦକ୍ଷେପ ଦରକାର । ମାତ୍ର କିଛି ସମୟ ହେଲା ଦାୟିତ୍ବ ନେଇଛି, ସବୁକିଛି ଅନୁଧ୍ୟାନ କରିବି । ତଦନ୍ତ ପରିସର ଭିତରେ ଯିଏ ଦୋଷୀ ହେବେ, ନିଶ୍ଚିତ ଦଣ୍ଡ ପାଇବେ । ସେହିପରି ବବିତା କହିଛନ୍ତି ଯେ, ଶିଶୁମାନଙ୍କର ବିକାଶ ପାଇଁ କାର୍ଯ୍ୟ କରିବି । ଶିଶୁ ଦେଶର ଭବିଷ୍ୟତ, ସେମାନଙ୍କର ସୁରକ୍ଷା ଜରୁରୀ ।
Headlines 05-‘ଆତ୍ମହତ୍ୟା’ କଥା ଶୁଣି ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗକାରୀଙ୍କୁ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜଗବନ୍ଧୁ ପଣ୍ଡା ନାମକ ଜଣେ ଅଭିଯୋଗକାରୀଙ୍କ ଠାରୁ ଆତ୍ମହତ୍ୟା କଥା ଶୁଣିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯ, ଅଭିଯୋଗ କରିବାକୁ ଆସି କାହିଁକି ଏପରି କହୁଛନ୍ତି ? ଅଭିଯୋଗ କରିବାକୁ ଆସିଛନ୍ତି, ନିଶ୍ଚିନ୍ତ ଶୁଣାଯିବ ଏବଂ ଯଦି ଆପଣଙ୍କ ଦାବି ଯାଥାର୍ଥ ଥିବ, ତାହେଲେ ହକ୍ ନିଶ୍ଚୟ ପାଇବ ।
Headlines 06- OTET ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମ୍ବ୍ରାଞ୍ଚ ତନାଘନା କରୁଛି । ୨ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇମ୍ବ୍ରାଞ୍ଚ । ଜିତନ ମହାରଣା ଓ ବିଜୟ ମିଶ୍ର ୨ ଦିନିଆ ରିମାଣ୍ଡରେ ଆସିଛନ୍ତି । ଚୌଦ୍ବାର ଜେଲ୍ରୁ ଆଣି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଜେରା କରାଯାଇଛି ।
Headlines 07- କିଲର ‘ଥାର୍’ ଧକ୍କାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ମହିଳାଜଣକ ଶେଷରେ ଆଖି ବୁଜିଛନ୍ତି । ରାକ୍ଷୀ ପୁର୍ଣ୍ଣିମାରେ ଝିଅର ମୃତ୍ୟୁ ଘଟିଥିଲା ବେଳେ ଆଜି ମା’ଙ୍କ ଜୀବନ ଯାଇଛି । ଅଗଷ୍ଟ ୯ ତାରିଖରେ ପାତ୍ରପଡ଼ା V2 ନିକଟରେ ଧକ୍କା ଦେଇଥିଲା କିଲର ‘ଥାର୍’ । ଗାଡି ଜବତ ହୋଇଥିଲେ ମଧ୍ୟ ଡ୍ରାଇଭରକୁ ଏଯାଏଁ ଧରିପାରିନି ପୋଲିସ ଯ
Headlines 08- ଶ୍ରୀମନ୍ଦିରରୁ ୧୨ଜଣ ନକଲି ଗୁମାସ୍ତା ଗିରଫ। ସିଂହଦ୍ଵାର ଥାନା ପୁଲିସ ଓ ଟାଉନଥାନା ପୁଲିସ ମିଳିତ ଭାବେ ଚଢ଼ାଉ କରି ଏହି ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ତେବେ ପୁରୀ ପୋଲିସ ଏକ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇବା ପରେ ଅପରେସନ ଆରମ୍ଭ ହୋଇଥିଲା। ଅସାମାଜିକ ବ୍ୟକ୍ତି ଏବଂ ଗୁଣ୍ଡାମାନେ ନିଜକୁ ମନ୍ଦିର ଗୁମାସ୍ତା ପରିଚୟ ଦେଇ ପୁରୀକୁ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରୁଛନ୍ତି। ଏହି ବ୍ୟକ୍ତିମାନେ ନିୟମିତ ଭାବରେ ବଡ଼ଦାଣ୍ଡ ଏବଂ ପରିକ୍ରମା ରାସ୍ତାରେ ଏକତ୍ରିତ ହୋଇ ଭକ୍ତମାନଙ୍କୁ ବିଶେଷକରି ଅଣ-ଓଡ଼ିଆମାନଙ୍କୁ ଟାର୍ଗେଟ କରୁଥିବା ଏବଂ ପାରମ୍ପରିକ ପୋଷାକ ପିନ୍ଧି ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତମାନଙ୍କ ପରିଚୟ ଦେଉଥିବା ଜଣାପଡିଥିଲା।
Headlines 09- କୋରାପୁଟ ଜିଲ୍ଲା ବନ୍ଧୁଗାଁରେ କଙ୍ଗାରୁ କୋର୍ଟରେ ନିର୍ଯାତନା ଦେଉଥିବାର ଖବର ସାମ୍ନାକୁ ଆସିଛି। ପ୍ରେମୀଯୁଗଳଙ୍କ ବେକରେ ହଳଲଙ୍ଗଳ ପକାଇ ଗାଁରେ ବୁଲାଇଥିବାର ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ପ୍ରେମୀଯୁଗଳ ସମ୍ପର୍କରେ ଭାଇଭଉଣୀ ହେବେ ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି। ସେମାନେ ପରସ୍ପରକୁ ବାହା ହେବାରୁ ଏଭଳି ଦଣ୍ଡ ଦିଆଯାଇଥିବା ନେଇ ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ପ୍ରେମ ସମ୍ପର୍କ ପରେ ଉଭୟ ପରସ୍ପରକୁ ବିବାହ କରିଥିଲେ । ତେବେ ଏହା ପରମ୍ପରା ବିରୋଧୀ ହୋଇଥିବାରୁ ପ୍ରେମୀ ଯୁଗଳଙ୍କୁ ଏମିତି କଡ଼ା ଶାସ୍ତି ଦିଆଯାଇଛି ।
Headlines 10- ୧୧ ଅଗଷ୍ଟରୁ ୧୨ ଅଗଷ୍ଟ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ୱଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗିର, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏସବୁ ସ୍ଥାନରେ ଝଟକା ପବନ ସହ ବଜ୍ରପାତର ସମ୍ଭାବନା ରହିଛି ।